ଡୁପ୍ଲିକେଟ୍ ସଲମାନ ଖାନ ଗିରଫ
Advertisement
Article Detail0/zeeodisha/odisha1178557

ଡୁପ୍ଲିକେଟ୍ ସଲମାନ ଖାନ ଗିରଫ

ଶାନ୍ତି ଭଙ୍ଗ ପାଇଁ ସଲମାନ ଖାନ (Salman Khan) ଙ୍କ ଡୁପ୍ଲିକେଟ ଆଜମ ଅନସାରୀଙ୍କୁ ଲକ୍ଷ୍ନୌ ପୋଲିସ (Lucknow Police) ଗିରଫ କରିଛି। ଅନସାରୀ ରବିବାର ଘଣ୍ଟାଘରରେ ଏକ ରିଲ୍ (ସର୍ଟ ଭିଡିଓ) ତିଆରି କରୁଥିଲେ। 

ସୌ- ସୋସିଆଲ ମିଡିଆ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରଜଧାନୀ ଲକ୍ଷ୍ନୌରୁ ନକଲି ସଲମାନ ଖାନଙ୍କୁ ଗିରଫ କରାଯାଇଛି। କିଛି ଯାତ୍ରୀଙ୍କ ଅଭିଯୋଗ ପରେ ରବିବାର ତାଙ୍କୁ ୟୁପି ପୋଲିସ ଗରିଫ କରିଛି। ନକଲି ସଲମାନଖାନଙ୍କ ବିରୋଧରେ ଦଫା ୧୫୧ରେ ମାମଲା ରୁଜୁ ହୋଇଛି। ସର୍ବସାଧାରଣରେ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି।

ମିଳିଥିବା ସୂଚନାନୁସାରେ, ଶାନ୍ତି ଭଙ୍ଗ ପାଇଁ ସଲମାନ ଖାନ (Salman Khan) ଙ୍କ ଡୁପ୍ଲିକେଟ ଆଜମ ଅନସାରୀଙ୍କୁ ଲକ୍ଷ୍ନୌ ପୋଲିସ (Lucknow Police) ଗିରଫ କରିଛି। ଅନସାରୀ ରବିବାର ଘଣ୍ଟାଘରରେ ଏକ ରିଲ୍ (ସର୍ଟ ଭିଡିଓ) ତିଆରି କରୁଥିଲେ। ନକଲି ସଲମାନ ଖାନଙ୍କୁ ଦେଖିବା ପାଇଁ ରାସ୍ତାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା। ଯାହା ଫଳରେ ସେଠାରେ ଟ୍ରାଫିକ୍ (Trafic) ଜାମ୍ ହୋଇଯାଇଥିଲା।

Also Read: ୧୦୦ ଦିନ ପରେ ନିଜ ପରୀର ଫଟୋ ସେୟାର କଲେ ପ୍ରିୟଙ୍କା

ଏହାକୁ ନେଇ କିଛି ଯାତ୍ରୀ ୧୧୨ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନସାରୀ (Azam Ansari) ଙ୍କୁ ଗିରଫ କରିଥିଲା। ଦଫା ୧୫୧ ଅନୁଯାୟୀ ଶାନ୍ତି ଭଙ୍ଗ କରିବା ପାଇଁ ଠାକୁରଗଞ୍ଜ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। କ୍ଲକ୍ ଟାୱାର (Clock Tower) ରେ ଭିଡିଓ ସୁଟିଂ କରୁଥିବାବେଳେ ଆଜାମ ଅନସାରଙ୍କୁ ପୋଲିସ ଅଟକ ଥିଲା।

ସଲମାନ ଖାନଙ୍କ ପରି ତାଙ୍କର ଡୁପ୍ଲିକେଟ୍ ଆଜମ ଅନସାରୀର ଲୋକପ୍ରିୟତା ମଧ୍ୟ କମ୍ ନୁହେଁ। ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ଅନସାରୀ ପ୍ରାୟତଃ ଲକ୍ଷ୍ନୌର ରାସ୍ତାରେ ଏବଂ ସ୍ମାରକୀରେ ଇନଷ୍ଟାଗ୍ରାମ ରିଲ୍ ତିଆରି କରୁଥିବା ଦେଖାଯାଆନ୍ତି। ତାଙ୍କୁ ରାସ୍ତାରେ ଦେଖି ଲୋକେ ମଧ୍ୟ ତାଙ୍କ ସହ ଭିଡିଓ ରିଲ ତିଆରି କରନ୍ତି। ୟୁଟ୍ୟୁବରେ ଆଜମ ଅନସାରୀଙ୍କର ୧.୬୭ ଲକ୍ଷ ସବସ୍କ୍ରାଇବର ଅଛନ୍ତି। ତାଙ୍କର ପ୍ରତ୍ୟେକ ଭିଡିଓରେ ଲକ୍ଷ ଲକ୍ଷ ଲାଇକ୍ ଆସିଥାଏ।