Bollywood News : ବଲିଉଡ ଅଭିନେତ୍ରୀ କରୀନା କପୁର । ନିଜର ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ବେବୋଙ୍କ ନିଆରା ଆନ୍ଦାଜ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ । ହେଲେ ବେବୋ(Kareena Kapoor Khan) ଙ୍କୁ ଏତେ କାହିଁକି ମିସ କରୁଛନ୍ତି ପତି ସୈଫ୍  ଓ ପୁଅ ତୈମୁର । ଏଭଳି କିଛି ଖବର ଏବେ ବେଶ ଭାଇରାଲ ହେଉଛି। ଆଜି ଅର୍ଥାତ (ରବିବାର) ଶୋହା ଅଲ୍ଲୀ ଖାନ୍ (Soha Ali Khan) ନିଜ ଇନଷ୍ଟାରେ କିଛି ଫଟୋ ସେୟାର କରିବା ସହ କ୍ୟାପସନ ମଧ୍ୟ ଲେଖିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ଯେ, ଏକ ଡାଇନିଂ ଟେବୁଲରେ ଭାଇ ସୈଫ ଅଲ୍ଲୀ ଖାନ୍ ସହ ଶୋହା ବସିଛନ୍ତି । 


COMMERCIAL BREAK
SCROLL TO CONTINUE READING


ଶୋହାଙ୍କ ସହ ତାଇମୁର  , ଶର୍ମିଲା ଟାଗୁର, କୁନାଲ କେମୁ ଓ ଇନୟା ନୌମିକେମୁ ବସି ଥିବା ଦେଖିବାକୁ ମିଳିଛି । ସନଡେ' ରେ ପରିବାରର ସମସ୍ତ ସଦସ୍ୟ ଗେଡଟୁଗେଡର ହୋଇଥିବା ବେଳେ  କରୀନା କପୁର  ଓ  ତାଙ୍କ ସାନ ପୁଅ ଜହାଙ୍ଗୀର ନ ଥିଲେ । ଏନେଇ ଶୋହା ଅଲ୍ଲୀ ନିଜ ଇନଷ୍ଟାରେ ସେୟାର କରିଥିବା ପୋଷ୍ଟରେ ସେ ଲେଖିଛନ୍ତି ଯେ, # ସଣ୍ତେ #ଓ୍ବିକଏଣ୍ତ #ବିବିକ୍ୟୁ #ପରିବାର ଲୋକେ ତୁମକୁ ମିସ କରୁଛନ୍ତି @ କରୀନାକପୁର ଖାନ୍ ଓ ଜୟବାବାଙ୍କୁ !!! " । ଶୋହା ମଧ୍ୟ ତାଙ୍କ ମାଆଙ୍କ ସହ ଏକ ସେଲଫି ନେଇଛନ୍ତି । ଏ ଫଟୋକୁ ମଧ୍ୟ ସେ ନିଜ ଇନଷ୍ଚାରେ ସେୟାର କରିଛନ୍ତି । ସେ ଲେଖିଛନ୍ତି, "ବିଶେଷ ସମୟ ... ଏବଂ ପରିବାର ସହିତ ରବିବାର ଦିନ ମିସ୍ ୟୁ ବେବୋ @ କରୀନା କପୁରଖାନ୍ "। କରୀନା କପୁର ଓ ତାଙ୍କ ସାନ ପୁଅ ବର୍ତ୍ତମାନ ଲଣ୍ତନରେ ଅଛନ୍ତି । କରୀନା ନିଜ ଫିଲ୍ମର ସୁଟିଂ ପାଇଁ ଲଣ୍ତନରେ ଅଛନ୍ତି । 


ଏହାବି ପଢନ୍ତୁ : Ponniyin Selvan 1 Film : ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ଫିଲ୍ମ ପୋନିୟିନ୍ ସେଲଭାନ୍ ୧, ରିଲିଜର ସପ୍ତାହକ ପରେବି ରହିଛି କ୍ରେଜ୍



କେବଳ ସେତିକି ନୁହେଁ, ଶୋହା ଅନକେ ଗୁଡିଏ ଫଟୋ ମଧ୍ୟ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଅନ୍ୟ ଏକ ଫଟୋରେ ସୁଇମିଙ୍ଗ ପୁଲରେ କୁନାଲ ଏବଂ ଇନାୟା ପାଣିରେ ଖେଳୁଛନ୍ତି । ଭେଟେରାନ ଅଭିନେତ୍ରୀ ଶର୍ମିଲା ଟାଗୋର ତାଙ୍କ ପିଲାମାନଙ୍କ ସହ ମଧ୍ୟ ଏକ ସେଲଫି ନେଇଛନ୍ତି । ଯଦି ଆମେ କରୀନାଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବା । ତେବେ, କରୀନାଙ୍କୁ ଶେଷଥର ପାଇଁ ଅମୀର ଖାନଙ୍କ ସହ ଲାଲ ସିଂ ଚଡ୍ଡା(Laal Singh Chaddha)ରେ ଦେଖିବାକୁ ମିଳିଥିଲା । କରୀନା ନିକଟରେ ହାନ୍ସଲ ମେହେଟ୍ଟାଙ୍କ ଏକ ଫିଲ୍ମର ସୁଟିଂ ପାଇଁ ତାଙ୍କ ସାନପୁଅ ଜାହାଙ୍ଗୀର ସହଙ୍କ ଲଣ୍ଡନ ଯାଇଛନ୍ତି । ସେ ତାଙ୍କ ନୂଆ ପ୍ରୋଜେକ୍ଟର ସେଟରୁ ଅପଡେଟ୍ ସେୟାର କରୁଛନ୍ତି । ଏହା ବ୍ୟତୀତ କରୀନାଙ୍କ ନିକଟରେ ସଞ୍ଜୟ ଘୋଷଙ୍କ ଡିଭୋଜନ ଅଫ ସସପେକ୍ଟ ଏକ୍ସ (Devotion of Suspect X) ଫିଲ୍ମ ରହିଛି । ଯାହା ଖୁବ ଶିଘ୍ର ଓଟିଟି ପ୍ଲାଟଫର୍ମକୁ ଆସିବ ।