Salman Khan:  ବଲିଉଡ୍ ଅଭିନେତା ସଲମାନ ଖାନ୍। ନିଜ ଦମଦାର ଅଭିନୟ ଓ ଫିଟନେସ ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ଗତ କିଛି ଦିନ ତଳେ ଦବଙ୍ଗ ଖାନଙ୍କ ଫିଲ୍ମ ଆସିବା ନେଇ ଚର୍ଚ୍ଚା ହେଉଥିଲା।  ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସୁଛି । ତାଙ୍କର ଆଗାମୀ ଫିଲ୍ମ କିସିକା ଭାଇ କିସିକା ଜାନ୍ (Kisi Ka Bhai Kisi Ki Jaan Movie )ର ରିଲିଜ୍ ତାରିଖକୁ ସେ ଘୁଞ୍ଚାଇଛନ୍ତି । ଏହା ସହ ସୋସିଆଲ ମିଡିଆରେ ଫିଲ୍ମର ନୂଆ ରିଲିଜ୍ ଡେଟ୍‌ ମଧ୍ୟ ଘୋଷଣା କରିଛନ୍ତି। ସେ ନିଜ ଇନଷ୍ଟାରେ ଲେଖିଛନ୍ତି ଯେ, ଆସନ୍ତାବର୍ଷ ଇଦରେ ଫିଲ୍ମ କିସିକା ଭାଇ କିସିକା ଜାନ୍ ରିଲିଜ୍ ହେବ (Kisi Ka Bhai Kisi Ki Jaan on Eid 2023)। ସେହିପରି ‘ଟାଇଗର-୩’ (Tiger3 ) ରିଲିଜ୍ ତାରିଖକୁ ମଧ୍ୟ ସେ ଘୁଞ୍ଜାଇ ଥିଲେ। କିସିକା ଭାଇ କିସିକା ଜାନ୍ ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୩୦ ତାରିଖରେ ପରଦାକୁ ଆସିଥାନ୍ତା । 


COMMERCIAL BREAK
SCROLL TO CONTINUE READING

'କିସିକା ଭାଇ କିସି କି ଜାନ' ଫିଲ୍ମଟିର ନିର୍ଦ୍ଦେଶକ ହେଉଛନ୍ତି ଫରହାଦ୍ ସାମଜୀ ଓ ପ୍ରଯୋଜନା ଦାୟିତ୍ବରେ ସଲମାନ୍ ଖାନ୍ ରହିଛନ୍ତି । ଫିଲ୍ମର ଲିଡ ରୋଲରେ ନଜର ଆସିବେ ବଲିଉଡ ସୁପରଷ୍ଟାର ସଲମାନ୍ ଖାନ୍ ,ପୂଜା ହେଗଡେ ଓ ଭେଙ୍କଟେଶଙ୍କୁ ଦେଖିବାକୁ ମିଳିବ । ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ 'ଗଡ୍‌ ଫାଦର' ରିଲିଜ ହୋଇଛି। ଫିଲ୍ମ 'ଗଡ୍‌ ଫାଦର' ଅକ୍ଟୋବର ୨ରେ ମୁକ୍ତିଲାଭ କରିଛି। ସଲମାନ ଖାନଙ୍କୁ ମେଗାଷ୍ଟାର ଚିରଞ୍ଜୀବୀଙ୍କ ସହ ଦେଖିବାକୁ ମିଳିଛି ।  ଫିଲ୍ମଟି ବକ୍ସ ଅଫିସରେ ହିଟ୍ ମଧ୍ୟ କରୁଛି । ଏନେଇ ସଲମାନ ଖାନ୍ ଦକ୍ଷିଣ ଅଭିନେତା ଚିରଞ୍ଜୀବୀଙ୍କୁ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଡ୍‌ ଫାଦର' ପାଇଁ ଶୁଭକାମନା ଜଣାଇଛନ୍ତି । 


ଏହାବି ପଢନ୍ତୁ : Hema Malini Birthday Special : କାହିଁକି ବର୍ଷେ ହେବ ହେମାଙ୍କ ଠାରୁ ଦୂରେଇ ରହୁଥିଲେ ଧର୍ମେନ୍ଦ୍ର ? ଜାଣନ୍ତୁ କାରଣ​ 


 


 



ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି। ' ଟାଇଗର ୩ ' ଏହି ଫିଲ୍ମରେ ପୁଣି ଥରେ କ୍ୟାଟ୍ରିନା କୈଫ୍ ଏବଂ ସଲମାନଙ୍କୁ ଏକା ସହିତ ବଡ ପରଦାରେ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ମହେଶ ଶର୍ମା ।  ଫିଲ୍ମଟିକୁ ଲେଖିଛନ୍ତି ଆଦିତ୍ୟ ଚୋପ୍ରା, ନିଲେଶ ଚୋପ୍ରା ଓ ଶ୍ରୀଧର ରାଘବ । ଫିଲ୍ମର ପ୍ରଥମ ଭାଗ କବୀର ଖାନ ନିର୍ଦ୍ଦେଶିନା ଦେଇଥିବା ବେଳେ ଦ୍ୱିତୀୟ ଭାଗ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଲିଡ ରୋଲରେ  ସଲମାନ ଖାନ୍, ଶାହାରୁକ୍ ଖାନ୍, ଇମ୍ରାନ୍ ହାସମି ଓ କ୍ୟାଟ୍ରିନା କୈଫ୍  ଓ ଭିସାଲ୍ ଜେଟଓ୍ବା ନଜର ଆସିବେ।  ଫିଲ୍ମ ‘ଟାଇଗର-୩’ ପୂର୍ବରୁ ୨୦୨୩ ଇଦ୍ ଅର୍ଥାତ୍ ୨୧ ଏପ୍ରିଲରେ ମୁକ୍ତିଲାଭ କରିବାର ଥିଲା । କିନ୍ତୁ ବର୍ତ୍ତମାନ ଏହା ୨୦୨୩ ଦୀପାବଳିରେ ମୁକ୍ତିଲାଭ କରିବ।