Pushpa 2 The Rule: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ପୁଷ୍ପା ୨ ଦ ରୁଲ୍'ର ମୁକ୍ତିଲାଭକୁ ଡିସେମ୍ବରକୁ ଘୁଞ୍ଚାଇ ଦିଆଯାଇଛି। ଏହାପୂର୍ବରୁ ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ ରେ ମୁକ୍ତିଲାଭ କରିବାର ଥିଲା। ସୋମବାର ନିର୍ମାତାମାନେ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମ ବର୍ତ୍ତମାନ ୬ ଡିସେମ୍ବର ୨୦୨୪ ରେ ମୁକ୍ତିଲାଭ କରିବ । ଅବଶିଷ୍ଟ ସୁଟିଂ ଏବଂ ପୋଷ୍ଟ ପ୍ରଡକସନ୍ କାର୍ଯ୍ୟ ହେତୁ ମେକର୍ସ ମାନେ ରିଲିଜ୍ ତାରିଖ ପରିବର୍ତ୍ତନ କରିଛନ୍ତି ବୋଲି ଏକ ନୋଟ୍ ମଧ୍ୟ ବାଣ୍ଟିଥିଲେ । 


COMMERCIAL BREAK
SCROLL TO CONTINUE READING

ପ୍ରଡକ୍ସନ୍ ଟିମ୍ ନୋଟରେ ଲେଖିଛନ୍ତି, "ପୁଷ୍ପା 2 ଦ ରୁଲ୍ (Pushpa 2 The Rule) ହେଉଛି ବହୁ ପ୍ରତୀକ୍ଷିତ ଇଣ୍ଡିଆନ ସିନେମା। ପୁଷ୍ପା ଦ ରାଇଜ୍ (Pushpa The Rise) ର ଅପାର ସଫଳତା ପରେ ଉତ୍କର୍ଷତା ପ୍ରଦାନ କରିବାର ଦାୟିତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଆମେ ଫିଲ୍ମ ଶେଷ କରିବାକୁ ଅପେକ୍ଷା କରିଛୁ ଏବଂ ଏହାକୁ ରିଲିଜ୍ କରିବା ପାଇଁ ଆମେ ପୂର୍ବରୁ ନିର୍ଘଣ୍ଟ ସମୟରେ ରିଲିଜ୍ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛୁ, ତଥାପି ଅବଶିଷ୍ଟ ସୁଟିଂ ଏବଂ ପୋଷ୍ଟ ପ୍ରଡକସନ୍ କାର୍ଯ୍ୟ ହେତୁ, ଆମେ ଫିଲ୍ମ, ଦର୍ଶକ ଏବଂ ସମସ୍ତଙ୍କର ସ୍ୱାର୍ଥ ଦୃଷ୍ଟିରୁ ଅଗଷ୍ଟ ୧୫,୨୦୨୪ ରେ ମୁକ୍ତିଲାଭ କରିବୁ ନାହିଁ । ତେବେ ଏହି ଖବର ପରେ ରାଗି ଯାଇଛନ୍ତି ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ସ। 


 



ସୂଚନାନୁଯାୟୀ, 'ଜଣେ ଫ୍ୟାନ୍ସ ଏନେଇ ମେକର୍ସ ମାନଙ୍କୁ ଧମକ ଦେଇ କହିଛନ୍ତି ଯେ, ରିଲିଜ ୧୫ ଅଗଷ୍ଟରେ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଉ । ନଚେତ୍ ଅଲ୍ଲୁ ଅର୍ଜୁନଙ୍କ ସମେତ ପୂରା ଟିମ୍ ନାଁରେ କେସ ଫାଇଲ କରାଯିବ। କାରଣ ଏହି ଖବର ପ୍ରତିଟି ଅଲ୍ଲୁ ଅର୍ଜୁନ ଫ୍ୟାନ୍ସଙ୍କ(Allu Arjun Fans) ପାଇଁ ଧୋକ୍କାର ବିଷୟ...ଫ୍ୟାନ୍ସଙ୍କ ଇମୋସନ ସହ ଖେଳିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଫ୍ୟାନ୍ସ। କାରଣ ଦୀର୍ଘ ଦିନ ଧରି ଏହି ଫିଲ୍ମର ରିଲିଜ କୁ ଅପେକ୍ଷା କରି ଚାତକ ପରି ଚାହିଁରହିଛନ୍ତି ଫ୍ୟାନ୍ସ'।


ତେବେ ମେକର୍ସ ମାନଙ୍କ କହିବା କଥା, ସମସ୍ତ ଭାଷାରେ ଆମର ଟିଜର ଏବଂ ଗୀତଗୁଡିକର ଅତ୍ୟଧିକ ରିଆକ୍ସନ ଉତ୍ସାହଜନକ ଅଟେ ଏବଂ ଆମେ ଏହି ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ରକୁ ରିଲିଜ୍ କରିବାକୁ ପ୍ରତିଜ୍ଞା କରୁଛୁ ଯାହାକୁ ତୁମେ ପ୍ରକୃତରେ ଭଲ ପାଇବା ଦେବ। ଆମେ ଅନେକ ସମର୍ଥନ ପାଇଁ ସମଗ୍ର ବିଶ୍ୱରେ ଦର୍ଶକ ଏବଂ ଆମର ଅଂଶୀଦାରମାନଙ୍କୁ ଧନ୍ୟବାଦ ଦେଉଛୁ। "ଗଣମାଧ୍ୟମ ଏବଂ ଚଳଚ୍ଚିତ୍ର ଶିଳ୍ପ ମଧ୍ୟ ଅବିଶ୍ୱସନୀୟ ଭାବରେ ସମର୍ଥନ କରିଛନ୍ତି। ପ୍ରେକ୍ଷାଳୟରେ ଆପଣଙ୍କୁ ସର୍ବୋତ୍ତମ ଅନୁଭବ ପ୍ରଦାନ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। କେବଳ ସର୍ବୋତ୍ତମ ଅନୁଭବ ଦେଖିବେ ଓ ଫିଲ୍ କରିବେ ବୋଲି କହିଛନ୍ତି ପୁଷ୍ପା-2 ଦ ରୁଲ ଟିମ୍।" 


Also Read:  Bobby Deol: ବବି ଦେଓଲଙ୍କୁ ହିଟ୍ ଷ୍ଟ୍ରୋକ୍, ସୁସ୍ଥ ହେବା ପରେ ବଖାଣିଲେ ଭୟଙ୍କର ଅନୁଭୂତି


Also Read: Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୪ ରାଶି ବଡ଼ ଭାଗ୍ୟବାନ !