World Cup 2023: ଘରୋଇ ଗ୍ରାଉଣ୍ତରେ ଟିମ୍ ଇଣ୍ତିଆକୁ ଧୂଳି ଚଟାଇଛି କଙ୍ଗାରୁ ଟିମ୍  (Australia)। ଗତକାଲି ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବପକ୍ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା।  ଆଉ ଏହି ମ୍ୟାଚରେ ଭାରତ ପରାଜୟ ବରଣ କରିଥିବା ବେଳେ ଟ୍ରଫି ହାତେଇଥିଲା ଅଷ୍ଟ୍ରେଲିଆ। ବିଶ୍ବକପରେ (World Cup 2023) ଭାରତର ପରାଜୟ  ୧୪୧ କୋଟି ଲୋକଙ୍କ ହୃଦୟ ଭାଙ୍ଗି ଦେଇଛି।  ଆଉ ଏମାନଙ୍କ ଭିତରେ ଅଛନ୍ତି ରେଖା ଭୋଜ୍ (South Actress Rekha Boj)। ରେଖା ଓ୍ବାର୍ଲକପ୍ ଫାଇନାଲ୍ ପୂର୍ବରୁ, କହିଥିଲେ ଯେ, ଯଦି ଭାରତ ବିଶ୍ବକପ୍ ଜିତେ  ,ତେବେ, ମୁଁ ନିଜର ପୋଷାକ ଖୋଲିଦେବି। କିନ୍ତୁ ଭାରତ ହାରିଲା ପରେ ସେ ନିଜ ବୟାନ ବଦଳାଇଛନ୍ତି । ଆଉ ଏହି ବୟାନ୍ ସୋସିଆଲ୍ ମିଡିଆରେ ବେଶ୍ ଭାରଇାଲ୍ ହେଉଛି । 


COMMERCIAL BREAK
SCROLL TO CONTINUE READING

Also Read : Sidharth Agarwal Wedding:ଏହି ଓଲିଉଡ ଅଭିନେତ୍ରୀଙ୍କ ହାତ ଧରିବେ ସିଦ୍ଧାର୍ଥ, ଜାଣନ୍ତୁ ବିବାହ ତାରିଖ


 



 



ରେଖା ନିଜ ଇନଷ୍ଟାରେ ଲେଖିଛନ୍ତି ଯେ,  'ହୃଦୟ ଭାଙ୍ଗିଛି, ଫିର୍ ମେରା ଭାରତ ମହାନ୍ ,ଏହି ମ୍ୟାଚରେ ଟିମ୍ ଇଣ୍ତିଆ ଭଲ ପ୍ରଦର୍ଶନ କରିଛି, ଜୟ ହିନ୍ଦ... ' । ତେବେ , ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ନଭେମ୍ବର ୧୫ରେ ରେଖୋ ବୋଝ୍ ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ  ଯେ,  'ଯଦି ଭାରତ କ୍ରିକେଟ୍ ବିଶ୍ୱକପ୍ ଜିତେ, ତେବେ ମୁଁ ବିଶାଖାପାଟନମ୍ ବେଳାଭୂମିରେ ନିଜର ଡ୍ରେସ୍ ଖୋଲିବି। ରେଖାଙ୍କ ଏହି ପୋଷ୍ଟ ବହୁତ୍ ଜୋରେ ଭାଇରାଲ୍ ହୋଇଥିଲା। ଏହା ପରେ ଲାଇମ୍ ଲାଇଟକୁ ଆସିଥିଲେ ସାଉଥ୍ ଅଭିନେତ୍ରୀ ରେଖା।  ତେବେ ଏହା ପ୍ରଥମ ଘଟଣା ନୁହେଁ, ୨୦୧୧ରେ ଅଭିନେତ୍ରୀ ପୁନମ୍ ପାଣ୍ତେ  କହିଥିଲେ ଯେ, ଯଦି ଭାରତ ବିଶ୍ୱକପ୍ ଜିତେ ତେବେ ସେ ବିନା ପୋଷାକରେ ଏକ ଫଟୋସୁଟ୍ କରିବେ।


କେବଳ ଏତିକି ନୁହେଁ, ନିକଟରେ ଜଣେ ଅଭିନେତ୍ରୀ ତଥା ମଡେଲ ମହମ୍ମଦ ଶାମିଙ୍କୁ ତାଙ୍କ ପ୍ରଦର୍ଶନ ଦେଖି ବିବାହ ପ୍ରସ୍ତାବ ଦେଇଥିଲେ।  ପ୍ରକାଶ ଥାଉ କି, ବିଶ୍ବକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୫୦ ଓଭରରେ ୨୪୦ ରନ୍ ସ୍କୋର କରିଥିଲା । ୨୪୧ ରନ୍‌ର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୩ ଓଭରରେ ୪ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।