ନୂଆଦିଲ୍ଲୀ:  ଚଳିତ ବର୍ଷ ଆରମ୍ଭରୁ ଅନେକ ବି-ଟାଉନ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ପାୱାର କପଲ ରଣବୀର-ଆଲିଆ (Ranbir-Alia)ଙ୍କ ବିବାହ ପରେ ଏବେ ଆହୁରି ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବିବାହ ତାଲିକାରେ ଏବେ ବଲିଉଡ ଅଭିନେତା ସୁନୀଲ ସେଟ୍ଟୀ (Suniel Shetty)ଙ୍କ ଝିଅ ଆଥିଆ ସେଟ୍ଟୀ (Athiya Shetty)ଙ୍କ ନାଁ ରହିଛି । ଆଥିଆ ଖୁବ ଶୀଘ୍ର ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି ।ଚଳିତ ବର୍ଷ ଡିସେମ୍ବରରେ  ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ବିବାହ କରିବାକୁ ଯାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆଥିଆ ସେଟ୍ଟୀ ଆଉ କେ.ଏଲ ରାହୁଲ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରୁଥିଲେ । ଏବେ ନିଜର ଏହି ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ବିବାହ ନାମ ଦେବାକୁ ଯାଉଛନ୍ତି ଆଥିଆ-ରାହୁଲ ।ଡିସେମ୍ବରରେ ଆଥିଆ ଓ ରାହୁଲଙ୍କ  ହାତଗଣ୍ଠି ପଡ଼ିବ ବୋଲି ଚର୍ଚ୍ଚା ହେଉଛି । ହେଲେ ଏନେଇ କୌଣସି ଅଫିସିଆଲ କନଫରମେସନ ଉଭୟ କରିନାହାନ୍ତି ।ଆଥିଆ ଓ ରାହୁଲଙ୍କ ବିବାହ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ନିଜ ଝିଅର ବାହାଘର ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସୁନୀଲ ସେଟ୍ଟୀ । ରିପୋର୍ଟ ଅନୁସାରେ ଏପରିକି ବିବାହ ପାଇଁ ହୋଟେଲ , ରିସୋର୍ଟ ସବୁ ବୁକ ସରିଛି ।ମୁମ୍ବାଇରେ ହିଁ   ଆଥିଆ ଓ ରାହୁଲ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଏହି ମ୍ୟାରେଜରେ କେବଳ ବନ୍ଧୁ ବାନ୍ଧବ ଏବଂ ସାଥି କଳାକାର ସାମିଲ ହେବେ ।


Also Read: KGF-2; ଇଦ୍ ଅବସରରେ କରିବ ନୂଆ ରେକର୍ଡ


ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା T-20 ବିଶ୍ୱକପ ପରେ ଆଥିଆ-ରାହୁଲ ସାତଫେରା ନେବେ ବୋଲି ଜଣାପଡ଼ିଛି ।ଏନେଇ ଆଥିଆ ସେଟ୍ଟୀ (Athiya Shetty ) କିମ୍ବା କ୍ରିକେଟର କେ.ଏଲ ରାହୁଲ (K.L Rahul) କୌଣସି ଅଫିସିଆଲ କନଫରମେସନ କରିନାହାନ୍ତି ।ରାହୁଲ-ଆଥିଆ ଦୀର୍ଘ ଦିନ ହେଲା ପରସ୍ପରକୁ ଜାଣିଛନ୍ତି । ଉଭୟ ଦୀର୍ଘ ବର୍ଷ ହେଲା ପରସ୍ପରକୁ ଡେଟ୍ ମଧ୍ୟ କରୁଛନ୍ତି। ଆଥିଆ-ରାହୁଲଙ୍କ ରିଲେସନସିପ୍ ଖବର କାହାକୁ ଅଛପା ନୁହେଁ । ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ । କ୍ରିକେଟ୍ ଷ୍ଟାଡିୟମ ହେଉ ବା ଏୟାରପୋର୍ଟ କିମ୍ବା କୌଣସି ଇଭେଣ୍ଟରେ ଉଭୟଙ୍କୁ ଏକାଠି ସ୍ପଟ୍ କରାଯାଏ । କେବଳ ପାର୍ଟି କିମ୍ବା ମୁଭି ସେଟ୍ ନୁହେଁ ବରଂ ସୋସିଆଲ ମିଡିଆରେ ମଧ୍ୟ ଏହି ଲଭ ବାର୍ଡ ନିଜ ପ୍ରେମ ଜାହିର କରିଛନ୍ତି । ଅନେକ ସମୟରେ କେ.ଏଲ ରାହୁଲ ଆଥିଆଙ୍କ ଫଟୋ ସେୟାର କରି ସୁନ୍ଦର କ୍ୟାପସନ ପୋଷ୍ଟ କରନ୍ତି  । ସେହିପରି ଆଥିଆ ମଧ୍ୟ ନିଜ ପାର୍ଟନରଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରିବାକୁ ଭୁଲନ୍ତି ନାହିଁ ।


Also Read: ୱିକିପିଡିଆରେ The Kashmir Filesକୁ ନେଇ ଭୁଲ ତଥ୍ୟ; ଭଡ଼କିଲେ ବିବେକ, କହିଲେ ଶୀଘ୍ର ଏଡିଟ୍ କର


ଭାକେସନରେ ବିତାଇଥିବା କ୍ୱାଲିଟି ଟାଇମର ଫଟୋ ମଧ୍ୟ ଏହି କପଲ ସୋସିଆଲ ମିଡିଆରେ ସେୟାର କରନ୍ତି । ଆଥିଆଙ୍କ ବାପା ସୁନୀଲ ସେଟ୍ଟୀ (Sunil Shetty )ଏବଂ ତାଙ୍କ ଭାଇ ଆହାନ (Ahan Shetty )ଙ୍କ ସହ ବି ରାହୁଲଙ୍କର ଭଲ ବଣ୍ଡିଂ ରହିଛି । ନିକଟରେ ଆଥିଆ , ନିଜ ବାପା ସୁନୀଲ ସେଟ୍ଟୀଙ୍କ ସହିତ କ୍ରିକେଟ ମ୍ୟାଚ ଦେଖିବାକୁ ଲକ୍ଷ୍ନୌ ଯାଇଥିଲେ । ଷ୍ଟାଡିୟମରେ ଉଭୟ ବାପା-ଝିଅ ମ୍ୟାଚ ଦେଖୁଥିବାର ଅନେକ ଫଟୋ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଏହି ମ୍ୟାଚରେ କେ.ଏଲ ରାହୁଲ ଗୋଟିଏ ବଲ୍ ରେ ହିଁ ଆଉଟ୍ ହୋଇଯାଇଥିଲେ ।