Arun Bali Passes Away : ପୁଣି ବଲିଉଡରୁ ଆସିଲା ଦୁଖଃଦ ଖବର । ଆଜି ମୁମ୍ବାଇରେ ବରିଷ୍ଠ ଅଭିନେତା ଅରୁଣ ବାଲୀଙ୍କ ଦେହାନ୍ତ ଘଟିଛି । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।  ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ କିଛି ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅରୁଣ ବାଲି ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ରୋଗ ସହ ଲଢୁଥିଲେ । ଏହା ଏକ ଅଟୋମ୍ୟୁମ୍ୟୁନ ରୋଗ । ତେବେ ତାଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି । ଅରୁଣଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ଯେଉଁମାନେ ବର୍ତ୍ତମାନରେ ଆମେରିକାରେ ରହୁଛନ୍ତି । ସେମାନେ ଆସନ୍ତାକାଲି ନିଜପିତାଙ୍କ ଅନ୍ତଷ୍ଟ୍ରିକ୍ରିୟାରେ ସାମିଲ ହେବାକୁ ଭାରତ ଆସିବେ ବୋଲି ଜଣାପଡିଛି। ପରେ ଅରୁଣଙ୍କ ଶେଷଯାତ୍ରା ଆରମ୍ଭ ହେବ। ଅରୁଣଙ୍କ ଶେଷ ଯାତ୍ରାରେ ବହୁ ବିଟାଉନର ସେଲିବ୍ରେଟି ସାମିଲ ହେବେ । 


COMMERCIAL BREAK
SCROLL TO CONTINUE READING

ଅରୁଣ ବାଲୀ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ସେ ଅନେକ ଭେଟେରାନ୍ କଳାକାରଙ୍କ ସହ ମଧ୍ୟ କାମ କରିଛନ୍ତି। ସେ  ଥ୍ରୀ ଇଡିୟଟ, କେଦାରାନାଥ,ପାନିପଥ, ହେ ରାମ୍, ଦଣ୍ତନାୟକ,ରେଡ୍ଡୀ, ଜମୀନ, ପୋଲିସଓ୍ବାଲା ଗୁଣ୍ତା,  ଫୁଲ ଔର ଅଙ୍ଗାର ଓ ରାମ ଜାନେ ଭଳି ଫିଲ୍ମରେ ଅଭିନୟ କରିଥିଲେ । ସେ ନିଜର ଦମଦାର ଅଭିନୟ ପାଇଁ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି। ୧୯୯୧ ମସିହାର ଚାଣକ୍ୟ ନାଟକ ମଧ୍ୟ ସେ କରିଛନ୍ତି । ଦୂରଦର୍ଶନରେ ପ୍ରସାରିତ ହେଉଥିବା ଧାରାବାହିକ ଚାଣକ୍ୟରେ କୁନଓ୍ବାର ସିଂର ଭୂମିକାରେ ସେ ନଜର ଆସିଥିଲେ। ସେହିପରି ସ୍ବାଭିମାନ ଧାରାବହିକରେ ମଧ୍ୟ ସେ ଲିଡ ରୋଲରେ ନଜର ଆସିଥିଲେ। ୨୦୦୦ରେ ଫିଲ୍ମ ହେ ରାମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  ଫିଲ୍ମଟି ଅବିଭାଜିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ହୋଇଥିଲା । ସେହି ଫିଲ୍ମଟିକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା।  ଏପରିକି ଅରୁଣବାଲୀ  ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ମାତା ଥିଲେ । ଅରୁଣ ବାଲୀ ୧୯୪୨ ଡିସେମ୍ବର ୨୩ରେ ଜନ୍ମଗ୍ରହଣ କରିଥିଲେ। ସେ ପଞ୍ଜାବି ବ୍ରାହ୍ମଣ ପରିବାରର ବୋଲି କୁହାଯାଏ ।


ଏହାବି ପଢନ୍ତୁ : GodFather Box Office Collection Day 2: ବକ୍ସ ଅଫିସରେ ଏତିକି କୋଟିର କଲେକସନ କଲା ଗଡଫାଦର


ଲାଗୁଛି ବଲିଉଡକୁ ସତେ ଯେମିତି କାହାର ନଜର ଲାଗି ଯାଇଛି ।  କାହିଁକିନା ,ଗତକାଲି(ଗୁରୁବାର) ହାସ୍ୟ ଅଭିନେତା ପରାଗ କଂସାରା(Laughter Challenge comedian Parag Kansara) ଙ୍କ ୫୧ ବର୍ଷ ବୟସରେ ପରଲୋକ ଘଟିଥିଲା । ହୃଦଘାତ(heart attack)ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ପରାଗଙ୍କ ବିୟୋଗ ନେଇ ବଲିଉଡରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଆଜି ମୁମ୍ବାଇରେ ବରିଷ୍ଠ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ ଘଟିଛି । ଯାହା ପୁରା ବଲିଉଡକୁ ସ୍ତବ୍ଧ କରି ଦେଇଛି । ସେହିପରି କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁ ମଧ୍ୟ ହୃଦଘାତ ଯୋଗୁଁ ହୋଇଥିଲା । ସେ ଅଗଷ୍ଟ ୧୦ରେ ଜିମ୍ ରେ ଓ୍ବାର୍କ ଆଉଟ କରିବା ସମୟରେ ଚେତାଶୂନ୍ୟ ହୋଇ ପଡିଥିଲେ । ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସି ନ ଥିଲା । ଦିର୍ଘ ୪୦ ଦିନ ଧରି ସେ ମେଡିକାଲରେ ଚିକିତ୍ସାଧିନ ଥିଲେ । ହେଲେ  ଶେଷରେ ସେପ୍ଚେମ୍ବର ୨୧ରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଥିଲେ।