Veena Kapoor Death Fake News: ଭେଟେରାନ୍ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରାଯାଇ ଥିବା ନେଇ ଖବର ସାମ୍ନାକୁ ଆସିଥିଲା ।  ଏହି ଅଭିନେତ୍ରୀଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ନେଇ ଖବର ଚାରିଆଡେ ବ୍ୟାପିଥିଲା । ଯାହାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଶଂସକ । ତେବେ, ଏହି ଘଟଣା ବର୍ତ୍ତମାନ ନୂଆ ମୋଡ ନେଇଛି । ଅଭିନେତ୍ରୀ ଜଣକ ମୃତ ନୁହେଁ ଜୀବିତ ଅଛନ୍ତି । ଏଭଳି ପରିସ୍ଥିତିରେ ଅଭିନେତ୍ରୀ ନିଜେ ପୋଲିସ ଷ୍ଟେସନକୁ ଯାଇ ତାଙ୍କ ମୃତ୍ୟୁ ଗୁଜବ ସମ୍ପର୍କରେ ଅଭିଯୋଗ ମଧ୍ୟ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ଘଟଣାକ୍ରମ ...
ନିକଟରେ ଜୁହୁ ଅଞ୍ଚଳରେ ଏକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଥିଲା, ​​ଯେଉଁଠାରେ ଜଣେ ବୃଦ୍ଧାଙ୍କୁ ନିଜ ପୁଅ ହତ୍ୟା କରିଥିଲା। ମହିଳାଙ୍କ ନାମ ବୀଣା କପୁର ଏବଂ ପୁଅର ନାମ ସଚିନ କପୁର ବୋଲି କୁହାଯାଇଥିଲା। ଏଭଳି ପରିସ୍ଥିତିରେ କିଛି ସେଲିବ୍ରେଟଙ୍କ ଅଭିନେତ୍ରୀ ବୀଣା କପୁରଙ୍କ ହତ୍ୟା କରାଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ସମସ୍ତେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଥିଲେ। ଯାହାକୁ ନେଇ ଅଭିନେତ୍ରୀଙ୍କ ପୁଅ ବିବ୍ରତ ହୋଇଯାଇଥିଲେ। 


ଏହି ଅଭିନେତ୍ରୀଙ୍କ ନାମ ମଧ୍ୟ ବୀଣା କପୁର ହୋଇଥିବାରୁ ଏହି ଗୁଜବ ଖୁବ ଶୀଘ୍ର ବ୍ୟାପିଗଲା। ବର୍ତ୍ତମାନ୍ ଅଭିନେତ୍ରୀ ମିଥ୍ୟା ଗୁଜବ ପ୍ରଚାର କରିବା ବିରୋଧରେ ଡିଣ୍ଡୋସି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି। ଅଭିନେତ୍ରୀ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ,ସେ କହିଛନ୍ତି ଯେ ଏହି ମିଥ୍ୟା ଗୁଜବ ଖବର ଯୋଗୁଁ ମୋତେ କାମ ମିଳିବା ବନ୍ଦ ହୋଇଯାଇଛି । ସେପଟେ, ଏନେଇ ଅଭିନେତ୍ରୀଙ୍କ ପୁଅ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋ ମାଆଙ୍କର ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ, ମୋତେ ଅନେକ କଲ ଆସିଥିଲେ । ଏହା ସାଧାରଣ କଲ୍ ନ ଥିଲା, ମୁଁ ମୋର ମାଙ୍କୁ ହତ୍ୟା କରିଛି ବୋଲି ଅନେକ ଲୋକେ ମଧ୍ୟ ପ୍ରଶ୍ନ କରିଥିଲ।  ଏ ଖବର ଶୁଣିବା ମାତ୍ରେ ମୁଁ ଅସୁସ୍ଥ ହୋଇଗଲି। ତେବେ, ଗୁଜବ ପ୍ରସାର କରୁଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ, ମୋ ମା ଜୀବିତ ଏବଂ ମୁଁ ତାଙ୍କୁ ହତ୍ୟା କରି ନାହିଁ । '


ଏହାବି ପଢନ୍ତୁ : Boycott Pathaan: 'ଯେଉଁ ଥିଏଟରରେ ରିଲିଜ୍ ହେବ ତାକୁ ଜାଳିଦିଅ'


ଏହାବି ପଢନ୍ତୁ : Neetu Kapoor: ବୋହୂ ଆଲିଆଙ୍କ ବିଷୟରେ ବଡ ଖୁଲାସା କଲେ ଶାଶୁ ନୀତୁ କପୁର, କ୍ୟାମେରା ସାମ୍ନାରେ କହିଲେ କିଛି ଏମିତି


ଏହାବି ପଢନ୍ତୁ : Malaika Arora: ମଲାଇକା ନୁହେଁ , Arhaan ଙ୍କ ପାଇଁ ମାଆର ସ୍ଥାନ ନେଇଛନ୍ତି ବଲିଉଡର ଏହି ସେଲିବ୍ରେଟି


ଏହାବି ପଢନ୍ତୁ : Kareena Kapoor: ଲାଜସରମ ଭୁଲିଗଲେ 'ବେବୋ' ପୁଅ Taimur ଆଗରେ କଲେ ଏମିତି କାମ ,ଫ୍ୟାନ୍ସ କହିଲେ ଘରେ ଯାଇ କର ଏସବୁ....


ଏହାବି ପଢନ୍ତୁ : Kangana Ranaut: କାହାକୁ ଡରୁଛନ୍ତି କଙ୍ଗନା, ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ