Malaika Arora: ମଲାଇକା ନୁହେଁ , Arhaan ଙ୍କ ପାଇଁ ମାଆର ସ୍ଥାନ ନେଇଛନ୍ତି ବଲିଉଡର ଏହି ସେଲିବ୍ରେଟି
Advertisement
Article Detail0/zeeodisha/odisha1486635

Malaika Arora: ମଲାଇକା ନୁହେଁ , Arhaan ଙ୍କ ପାଇଁ ମାଆର ସ୍ଥାନ ନେଇଛନ୍ତି ବଲିଉଡର ଏହି ସେଲିବ୍ରେଟି

Malaika Arora : ବଲିଉଡ ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରା । ନିକଟରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ରିୟଲିଟି ଶୋ' 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' (Moving in with Malaika) ଆରମ୍ଭ ହୋଇଛି । ଏହି ଶୋ'କୁ ଅନେକ ସେଲିବ୍ରେଟି ଓ ମଲାଇକାଙ୍କ ବନ୍ଧୁ ମାନେ ମଧ୍ୟ ଆସୁଛନ୍ତି । ତେବେ, ଏହି ଶୋରେ ନଜର ଆସିବେ ମଲାଇକା ଓ ଅରବାଜ ଖାନଙ୍କ ପୁଅ ଆରହାନ୍ ଖାନ୍ ( Arhaan Khan) ।

Malaika Arora: ମଲାଇକା ନୁହେଁ , Arhaan ଙ୍କ ପାଇଁ ମାଆର ସ୍ଥାନ ନେଇଛନ୍ତି ବଲିଉଡର ଏହି ସେଲିବ୍ରେଟି

Malaika Arora : ବଲିଉଡ ଅଭିନେତ୍ରୀ ତଥା ମଡେଲ ମଲାଇକା ଆରୋରା । ନିକଟରେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ରିୟଲିଟି ଶୋ' 'ମୁଭିଙ୍ଗ ଇନ୍ ଓ୍ବିଥ୍ ମଲାଇକା' (Moving in with Malaika) ଆରମ୍ଭ ହୋଇଛି । ଏହି ଶୋ'କୁ  ଅନେକ ସେଲିବ୍ରେଟି ଓ ମଲାଇକାଙ୍କ ବନ୍ଧୁ ମାନେ ମଧ୍ୟ ଆସୁଛନ୍ତି । ତେବେ, ଏହି ଶୋରେ ନଜର ଆସିବେ ମଲାଇକା ଓ ଅରବାଜ ଖାନଙ୍କ ପୁଅ ଆରହାନ୍ ଖାନ୍ ( Arhaan Khan) । ଆରହାନ ନିଜକୁ ସବୁବେଳେ କ୍ୟାମେରା ଆଗରୁ ଦୂରେଇକି ରଖନ୍ତି । କିନ୍ତୁ ଏହାସତ ଯେ, ସେ ଏଥର ନିଜ ମାଙ୍କ ଦ୍ବାରା ହୋଷ୍ଟ ହେଉଥିବା ଶୋ'ରେ ନଜର ଆସିବ । ଆରହାନ ମଲାଇକାଙ୍କୁ ଏପରି କିଛି କଥା କହିଛନ୍ତି ଯାହା ଅଭିନେତ୍ରୀ ମଲାଇକାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ଆସନ୍ତୁ ଜାଣିବା ଅରହାନ ତାଙ୍କ ମାଙ୍କୁ କ’ଣ କହିଛନ୍ତି...

ମଲାଇକା ଆରୋରାଙ୍କ ଶୋ’ରେ ଆରହାନ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଛନ୍ତି। ମଲାଇକା ଏବଂ ଅରବାଜଙ୍କ ଛାଡପତ୍ର ପରେ ଆରହାନଙ୍କ ଜୀବନ କିପରି ହୋଇଛି ଏବଂ ଆଜି ତାଙ୍କ ଜୀବନରେ ତାଙ୍କ ପିତାମାତାଙ୍କର ମହତ୍ତ୍ବ କ’ଣ ରହିଛି ? ଆରହାନ୍ ମଲାଇକାଙ୍କୁ କହିଛନ୍ତି ଯେ, ଯଦିଓ ମଲାଇକା ତାଙ୍କ ମା, କିନ୍ତୁ ତାଙ୍କ ଜୀବନରେ ମଲାଇକାଙ୍କ ଭଉଣୀ ତଥା ଆରହାନଙ୍କ ମାଉସୀ ଅମୃତା ଆରୋରା ବର୍ତ୍ତମାନ ତାଙ୍କ ମାଆଙ୍କ ସ୍ଥାନ ନେଇଛନ୍ତି। ଏହା ଶୁଣି ମଲାଇକା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ଶୁଣି ମଲାଇକା ଭାବପ୍ରବଣ ହୋଇ ଯାଇଛନ୍ତି । ପୁଅର ଏଭଳି କଥା ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ମଲାଇକା । ଆରହାନ ଆହୁରି କହିଛନ୍ତି ଯେ, ତାଙ୍କ ପରିବାରରେ ଏଭଳି କିଛି ଘଟଣା ଘଟିବା ପରେ ତାଙ୍କ ଜୀବନରେ ମଲାଇକାଙ୍କର ମହତ୍ତ୍ୱ ଯଥେଷ୍ଟ କମି ଯାଇଛି । ଆରହାନଙ୍କ ଏପରି କଥା ଶୁଣି ମଲାଇକା କିପରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ଏପିସୋଡରେ ପରବର୍ତ୍ତୀ ପର୍ଯ୍ୟାୟରେ କ’ଣ ଘଟିଲା, ତାହା ପରବର୍ତ୍ତୀ ଏପିସୋଡରେ ହିଁ ଜଣାପଡିବ । 

ଏହାବି ପଢନ୍ତୁ : Disha Patani: Aleksandar Alex Ilicଙ୍କ ସହ ବାର୍ଥରୁମରେ ବୋଲ୍ଡ ଭିଡିଓ ସୁଟ୍ କଲେ ଦିଶା, ଫ୍ୟାନ୍ସ କହିଲେ...

ତେବେ, ଏ-ଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ମଲାଇକା ଆରୋରାଙ୍କ ଏହି ଶୋକୁ ନିକଟରେ ଫିଲ୍ମ ମେକର କରଣ ଜୋହର ଆସିଥିଲେ। ସେ ମଲାଇକା ଏବଂ ଅର୍ଜୁନ କପୁରଙ୍କ ରିଲେସନସିପ୍ ନେଇ ଅନେକ ଗୁଡିଏ ପ୍ରଶ୍ନ ପଚାରିଥିଲେ। ଏପରିକି ଉଭୟଙ୍କ ସେକ୍ସ ଲାଇଫ ନେଇ ଶୋରେ ବଡ ଖୁଲାସା ମଧ୍ୟ କରିଥିଲେ। ଦିର୍ଘ ବର୍ଷ ଧରି ମଲାଇକା ଏବଂ ଅର୍ଜୁନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି। ଦିର୍ଘ ଦିନ ଧରି ପରପ୍ପରକୁ ଡେଟ ମଧ୍ୟ କରୁଛନ୍ତି । ହେଲେ ଏହି ଲବବାର୍ଡ ୨୦୧୯ରେ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ।  ଏହା ପରେ ସେମାନଙ୍କୁ ଟ୍ରୋଲର ଶୀକାର ହେବାକୁ ପଡିଥିଲା । ତେବେ ଉଭୟ ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି। ମଲାଇକା-ଅର୍ଜୁନଙ୍କ ଯୋଡିକୁ ସେମାନଙ୍କ ପ୍ରଶଂସକଙ୍କୁ ବହୁତ ପସନ୍ଦ କରନ୍ତି । ଦୁହେଁ ପ୍ରାୟତଃ ଭ୍ୟାକେସନରେ ଏକାଠି ସମୟ ବିତାନ୍ତି। ଦୀର୍ଘ ସମୟ ଧରି ଉଭୟଙ୍କ ବିବାହକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା।