Neetu Kapoor: ବୋହୂ ଆଲିଆଙ୍କ ବିଷୟରେ ବଡ ଖୁଲାସା କଲେ ଶାଶୁ ନୀତୁ କପୁର, କ୍ୟାମେରା ସାମ୍ନାରେ କହିଲେ କିଛି ଏମିତି
Advertisement
Article Detail0/zeeodisha/odisha1486343

Neetu Kapoor: ବୋହୂ ଆଲିଆଙ୍କ ବିଷୟରେ ବଡ ଖୁଲାସା କଲେ ଶାଶୁ ନୀତୁ କପୁର, କ୍ୟାମେରା ସାମ୍ନାରେ କହିଲେ କିଛି ଏମିତି

Neetu Kapoor: ନିକଟରେ ପିତାମାତା ହୋଇଛନ୍ତି ଆଲିଆ ଓ ରଣବୀର । ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି ଆଲିଆ । ଚଳିତ ବର୍ଷ ଏପ୍ରିଲ ୧୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯେଉଁଥିରେ କେବଳ ଏହି ଦମ୍ପତିଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ବିବାହ ପରେ ଦୁହେଁ ଗଣମାଧ୍ୟମ ସାମ୍ନାରେ ପୋଜ୍ ଦେଇଥିଲେ କିନ୍ତୁ କୌଣସି ବଡ ପାର୍ଟିର ଆୟୋଜନ କରାଯାଇ ନଥିଲା। 

Neetu Kapoor: ବୋହୂ ଆଲିଆଙ୍କ ବିଷୟରେ ବଡ ଖୁଲାସା କଲେ ଶାଶୁ ନୀତୁ କପୁର, କ୍ୟାମେରା ସାମ୍ନାରେ କହିଲେ କିଛି ଏମିତି

Neetu Kapoor: ନିକଟରେ ପିତାମାତା ହୋଇଛନ୍ତି ଆଲିଆ ଓ ରଣବୀର । ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି ଆଲିଆ । ଚଳିତ ବର୍ଷ ଏପ୍ରିଲ ୧୪ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯେଉଁଥିରେ କେବଳ ଏହି ଦମ୍ପତିଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁ ଉପସ୍ଥିତ ଥିଲେ। ଏହି ବିବାହ ପରେ ଦୁହେଁ ଗଣମାଧ୍ୟମ ସାମ୍ନାରେ ପୋଜ୍ ଦେଇଥିଲେ କିନ୍ତୁ କୌଣସି ବଡ ପାର୍ଟିର ଆୟୋଜନ କରାଯାଇ ନଥିଲା। ବିବାହ ପରେ ରଣବୀର ଏବଂ ଆଲିଆ କୌଣସି ସାକ୍ଷାତକାର ଦେଇନାହାଁନ୍ତି, କିନ୍ତୁ ରଣବୀରଙ୍କ ମା ଏବଂ ଆଲିଆଙ୍କ ଶାଶୁ ନିଶ୍ଚିତ ଭାବରେ କହିଥିଲେ ଯେ ସେମାନେ ନିଜ ବୋହୂକୁ କିପରି ପସନ୍ଦ କରନ୍ତି ଏବଂ ତାଙ୍କ ବିଷୟରେ କ’ଣ ଭାବନ୍ତି । ଆସନ୍ତୁ ଜାଣିବା ନିତୁ ଏହି ଭିଡିଓରେ ଆଲିଆଙ୍କ ବିଷୟରେ କ’ଣ କହିଛନ୍ତି ...

ଆଲିଆ ଭଟ୍ଟ ଏବଂ ନିତୁ କପୁର କ୍ୟାମେରା ଆଗରେ ପରସ୍ପରକୁ ପ୍ରଶଂସା କରିବାକୁ ଭୁଲି ନାହାଁନ୍ତି । କିନ୍ତୁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କିପରି ରହିଛି ତାହାତ କାହାକୁ ଜଣା ନାହିଁ ? ଏବଂ ନୀତୁ ତାଙ୍କ ବୋହୂ ବିଷୟରେ କ’ଣ ଭାବନ୍ତି, ଏହା ଏକ ଭିଡିଓରେ ସେ କହିଛନ୍ତି। ପ୍ରକୃତରେ ,ରଣବୀର ଏବଂ ଆଲିଆଙ୍କ ବିବାହ ସମୟରେ ନୀତୁ କପୁର ରିଆଲିଟି ଶୋ' 'ଡ୍ୟାନ୍ସ ଡିୱାନ ଜୁନିଅର୍ସ'ର ଜଜ ଥିଲେ। ପୁଅ ବୋହୂଙ୍କ ବିବାହ ପରେ, ଯେତେବେଳେ ସେ ସୁଟିଂକୁ ଯିବାକୁ ଆରମ୍ଭ କଲେ, ସେତେବେଳେ ତାଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ସେଟରେ ତାଙ୍କ ବୋହୂ କିପରି ଅଛନ୍ତି ବୋଲି ପଚାରିବା ଆରମ୍ଭ କରିଥିଲେ । ଏହା ଦେଖି ନିତୁ କପୁର କହିଲା ଏବଂ କହିଲେ, 'ଭଲ, ବହୁତ ଭଲ! । ' 

 

ଏହାବି ପଢନ୍ତୁ : Disha Patani: Aleksandar Alex Ilicଙ୍କ ସହ ବାର୍ଥରୁମରେ ବୋଲ୍ଡ ଭିଡିଓ ସୁଟ୍ କଲେ ଦିଶା, ଫ୍ୟାନ୍ସ କହିଲେ...

 

ତେବେ, ଆମେ ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ଚଳିତ ବର୍ଷ ଏପ୍ରିଲ ୧୪ରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ହୋଇଥିଲା।  ଏହି ଲବବାର୍ଡ, ପରପ୍ପରକୁ ୨୦୧୮ରୁ ଡେଟିଂ କରିବା ଆରମ୍ଭ କରିଥିଲେ। ଦୁହେଁ ପ୍ରଥମ ଥର ପାଇଁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସେଟରେ ଭେଟିଥିଲେ। ଚାରି ବର୍ଷ ପରସ୍ପରକୁ ଡେଟ କରିବା ପରେ ଦୁହେଁ ବିବାହ କରିଥିଲେ। ବିବାହର ଦୁଇମାସ ପରେ ଆଲିଆ ଗର୍ଭବତୀ ହେବାର ଖବର ଦେଇଥିଲେ। ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ସେୟାର କରିଥିଲେ।  

ସେ  ମୁମ୍ବାଇ ସ୍ଥିତ ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ(HN Reliance Foundation Hospital )ରେ ନଭେମ୍ବର ୬ରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଡେଲିଭରି ପାଇଁ ସେହିଦିନ ସକାଳୁ ଆଲିଆ ଓ ରଣବୀର ଏନଏଚ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ପହଞ୍ଚି ଥିଲେ। ଡାକ୍ତରଙ୍କ ଦେଇଥିବା ଡେଟ ଅନୁସାରେ, ସେ ହସପିଟାଲରେ ପହଞ୍ଚିଥିଲେ। ଗତ କିଛି ଦିନ ତଳେ ଆଲିଆଙ୍କ ଗୋଧଭରାଇ ହୋଇଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।  ଏହା ପୂର୍ବରୁ ଖବର ଆସିଥିଲା ଯେ, ନଭେମ୍ବରର ଶେଷ ସପ୍ତାହରେ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ସେ ମାଆ ହେବେ ।