Boycott Pathaan: 'ଯେଉଁ ଥିଏଟରରେ ରିଲିଜ୍ ହେବ ତାକୁ ଜାଳିଦିଅ'
Advertisement
Article Detail0/zeeodisha/odisha1486954

Boycott Pathaan: 'ଯେଉଁ ଥିଏଟରରେ ରିଲିଜ୍ ହେବ ତାକୁ ଜାଳିଦିଅ'

Boycott Pathaan: ଦୀପିକା ଓ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ପଠନା'। ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମର ପ୍ରଥମ ଗୀତ 'ବେସରମ ରଙ୍ଗ' ରିଲିଜ୍ ହେବା ପରଠାରୁ ବିବାଦ ଘନେଇଛି । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିରୋଧ କରାଯାଉଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌

 Boycott Pathaan: 'ଯେଉଁ ଥିଏଟରରେ ରିଲିଜ୍ ହେବ ତାକୁ ଜାଳିଦିଅ'

Boycott Pathaan: ଦୀପିକା ଓ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ 'ପଠନା'।  ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଛି । ଫିଲ୍ମର ପ୍ରଥମ ଗୀତ 'ବେସରମ ରଙ୍ଗ' ରିଲିଜ୍ ହେବା ପରଠାରୁ ବିବାଦ ଘନେଇଛି । ଫିଲ୍ମର ଏକ ଗୀତ ସହ ଜଡ଼ିତ ଦୃଶ୍ୟ ଏବଂ ପୋଷାକକୁ ନେଇ ବିରୋଧ କରାଯାଉଛି । ଏପରିକି ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି ।‌ ଫିଲ୍ମର ଗୀତ ‘ବେସରମ ରଙ୍ଗ..’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ଏବଂ ଉତ୍ତେଜକ ପୋଜକୁ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଆପତ୍ତି ଜଣାଇଛନ୍ତି। 'ବେସରମ ରଙ୍ଗ' ଗୀତର ଏକ ଦୃଶ୍ୟରେ ଦୀପିକା ଏକ ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି। ଦୀପିକାଙ୍କ ବିକିନିର ରଙ୍ଗକୁ ନେଇ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜ ମଧ୍ୟ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି, ଏହା ରଙ୍ଗ ଗେରୁଆ ଏବଂ ପଠାନ ଫିଲ୍ମରେ ଗେରୁଆ ରଙ୍ଗକୁ ଅସମ୍ମାନ କରାଯାଇଛି। ଏହାକୁ ଭାରତ ବରଦାସ୍ତ କରିବ ନାହିଁ। 

କେବଳ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ନୁହେଁ, 'ପଠାନ' ଫିଲ୍ମର ଏହି ଗୀତକୁ ନେଇ ମହନ୍ତ ରାଜୁଦାସ ମଧ୍ୟ ତାତିଛନ୍ତି । ନିକଟରେ ଅଯୋଧ୍ୟାରେ ମହନ୍ତ ରାଜୁ ଦାସଙ୍କ ମଧ୍ୟ ଫିଲ୍ମକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେଉଁ ପ୍ରେକ୍ଷାଳୟରେ 'ପଠାନ ' ଫିଲ୍ମ ରିଲିଜ୍ ହେବ ତାକୁ ଜାଳି ଦେବା ପାଇଁ ଦର୍ଶକଙ୍କୁ ନିବେଦନ କରୁଛି। କାହିଁକିନା ‘ବେସରମ ରଙ୍ଗ..’ରେ ଦୀପିକା ପାଦୁକୋନ ଗେରୁଆ ରଙ୍ଗର ବିକିନି ପିନ୍ଧିଛନ୍ତି । ଯାହା ଗେରୁଆରଙ୍ଗଧାରୀଙ୍କୁ ବହୁତ ଆଘାତ ଦେଇଛି। ମହନ୍ତ ରାଜ ଦାସ ଆହୁରି କହିଛନ୍ତି ଯେ ବଲିଉଡ ଏବଂ ଓଲିଉଡ ସନାତନ ଧର୍ମକୁ ପରିହାସ କରିବାକୁ ଚେଷ୍ଟା କରନ୍ତି। ହିନ୍ଦୁ ଦେବତା ଏବଂ ଦେବୀଙ୍କୁ କିପରି ଅପମାନ କରିବେ ସେନେଇ ସେମାନେ ସବୁବେଳେ ଚେଷ୍ଟା କରନ୍ତି। 

ଆଦିତ୍ୟ ଚୋପ୍ରାଙ୍କ ଦ୍ବାରା ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ପଠାନ’କୁ ବିଭିନ୍ନ ମହଲରୁ ବିରୋଧ କରାଯାଉଛି । ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ଚକ୍ରପାଣି ମହାରାଜା କହିଛନ୍ତି ଯେ ଚଳଚିତ୍ର ‘ପଠାନ’ରେ ହିନ୍ଦୁ ସଂସ୍କୃତିକୁ ଅପମାନିତ କରାଯାଇଛି। ଏହି ଚଳଚ୍ଚିତ୍ରରେ ଅଶ୍ଳୀଳତା ଭରି ରହିଛି। ତେଣୁ ଏହାକୁ ଭାରତର ପ୍ରେକ୍ଷାଳୟଗୁଡିକରେ ପ୍ରଦର୍ଶନ ନିମନ୍ତେ ଅନୁମତି ଦିଆଯିବା ଉଚିତ୍ ନୁହେଁ। ସିଦ୍ଧାର୍ଥ ଆନନ୍ଦ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଇଥିବାବେଳେ ଶାହାରୁଖ ଖାଁ, ଦୀପିକା ପଦୁକୋନ ଓ ଜନ ଆବ୍ରାହାମ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ୨୦୨୩ ଜାନୁଆରୀ ୨୫ରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।

ଏହାବି ପଢନ୍ତୁ : Malaika Arora: ମଲାଇକା ନୁହେଁ , Arhaan ଙ୍କ ପାଇଁ ମାଆର ସ୍ଥାନ ନେଇଛନ୍ତି ବଲିଉଡର ଏହି ସେଲିବ୍ରେଟି

ଏହାବି ପଢନ୍ତୁ : Nails Cleaning: ଘରେ ହିଁ ଏମିତି ନିଅନ୍ତୁ ନଖର ଯତ୍ନ, ଯିବାକୁ ପଡିବନି ପାର୍ଲର