ନୂଆଦିଲ୍ଲୀ:  ଫିଲ୍ମ ସୁପରଷ୍ଟାର ୟଶ (Superstar Yash)ଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ (KGF-2) ବକ୍ସ ଅଫିସରେ ସୁନାମୀ ଆଣିଛି ।  ଏପ୍ରିଲ ୧୪ରେ ରିଲିଜ ହୋଇଥିବା ଏହି ଫିଲ୍ମର କ୍ରେଜ୍ କମିବାର ନାଁ ଧରୁନି । ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ୍ କେବଳ ଭାରତରେ ନୁହେଁ ବରଂ ପୁରା ଦନିଆରେ ଦେଖିବାକୁ ମିଳିଛି । ଏହା ଭିତରେ ଫିଲ୍ମ ପ୍ରତ୍ୟକ ଦିନ ଗୋଟିଏ ପରେ ଗୋଟିଏ ରେକର୍ଡ ବ୍ରେକ କରିବାରେ ଲାଗିଛି । ଦିନକୁ ଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରୁଛି ଫିଲ୍ମ କେଜିଏଫ୍ ଚାପ୍ଟର ୨  ଆଉ ଏବେ ପୁଣି ଥରେ ଇତିହାସ ରଚିଛି ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଟାପ୍ଟର ୨  ।


COMMERCIAL BREAK
SCROLL TO CONTINUE READING

କେବଳ ଭାରତରେ ନୁହେଁ ବରଂ ସାଉଥ କୋରିଆରେ ବି ଏହି ଫିଲ୍ମ ଧମାଲ କରିଛି । ଏହା ପୂର୍ବରୁ ରିଲିଜ ହୋଇଥିବା ଅନେକ ବଡ଼ ଫିଲ୍ମ ଯାହା କରିପାରିନଥିଲା ତାହା କେଜିଏଫ ଚାପ୍ଟର ୨ (KGF-2) କରି ଦେଖାଇଛି । ବ୍ୟବସାୟ ମାମଲାରେ  ଫିଲ୍ମ ବକ୍ସ ଅଫିସରେ ଦମଦାର କଲେକସନ କରୁଛି । ସାରାଦୁନିଆରେ  ସଫଳତା ପରେ ସଫଳତା ହାସଲ କରୁଛି ଫିଲ୍ମ । ନିକଟରେ ସାଉଥ କୋରିଆର ରାଜଧାନୀ ସିୟୋଲ (Seoul) ରେ ଏହି ଫିଲ୍ମ  ପ୍ରଦର୍ଶିତ ହୋଇଥିଲା । ଏହା ପ୍ରଥମ କନ୍ନଡ ଫିଲ୍ମ ଯାହା ସାଉଥ କୋରିଆ (South Korea) ରେ ସ୍କ୍ରିନିଂ ହୋଇଛି   । ଏହା ପୂର୍ବରୁ କୌଣସି କନ୍ନଡ ଫିଲ୍ମ ସାଉଥ କୋରିଆରେ ପ୍ରଦର୍ଶିତ ହୋଇ ନଥିଲା । ସାଉଥ କୋରିଆରେ ରହୁଥିବା ୟଶଙ୍କ  ଭାରତ, ନେପାଳ ଓ ବାଂଲାଦେଶୀ  ଫ୍ୟାନ୍ ଏହି ସ୍କ୍ରିନିଂରେ ସାମିଲ ହୋଇଥିଲେ ।


Also Read: ହାପି ବର୍ଥ ଡେ ଅଦା ଶର୍ମା


କୋରୋନା ମହାମାରୀ ପରେ ସିୟୋଲରେ ପ୍ରଦର୍ଶିତ ହୋଇଥିବା ଏହା ପ୍ରଥମ ଭାରତୀୟ ଫିଲ୍ମ । ଏହା ସହିତ କେଜିଏଫ୍ ଚାପ୍ଟର ୨ (KGF-2) ନିଜ ନାଁରେ ଆଉ ଏକ ରେକର୍ଡ ସାମିଲ କରିଛି  ।ସବୁଠି ଛାଇଛି ରକି ଭାଇଙ୍କ ଜଲୱା । ବିଦେଶରେ  କେଜିଏଫ ଚାପ୍ଟର ୨ର କନ୍ନଡ ଭର୍ସନ ବ୍ୟତୀତ ହିନ୍ଦୀ ଭର୍ସନରେ ମଧ୍ୟ ରିଲିଜ କରାଯାଇଛି । ଏହି ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ଖାସ କରି ହିନ୍ଦୀ ଭର୍ସନକୁ ମିଳୁଛି ଭଲ ରେସପନ୍ସ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt) ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tandon) ଏବଂ  ପ୍ରକାଶ ରାଜ( Prakash Raj)ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।


Also Read: ପ୍ରସିଦ୍ଧ ସନ୍ତୁର ବାଦକ ପଣ୍ଡିତ ଶିବକୁମାର ଶର୍ମାଙ୍କ ପରଲୋକ


ସିନେମା ଘରେ ଧମାଲ କରୁଥିବା ଏହି ଫିଲ୍ମ   ଖୁବଶୀଘ୍ର   ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମର ମେକର୍ସ   ଓଟିଟି ରାଇଟସକୁ ୩୨୦ କୋଟିରେ ବିକ୍ରି କରିଛନ୍ତି । କେଜିଏଫ ଚାପ୍ଟର ୨ ଆସନ୍ତା ୨୭ ତାରିଖରୁ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ହେବ ।  ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଫିଲ୍ମଟି କନ୍ନଡ଼, ତାମିଲ, ତେଲୁଗୁ, ମାଲାୟାଲମ ଓ ହିନ୍ଦୀ ଭାଷାରେ ଷ୍ଟ୍ରିମିଂ ହେବ ।