Balijatra Stall: (ସୂର୍ଯ୍ୟ ନାରାୟଣ ମହାନ୍ତି)-ଓଡ଼ିଶା ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ତଥା ଗୌରବମୟ ଇତିହାସର ପ୍ରତୀକ ବିଶ୍ଵ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରା । ଯାହା ଆରମ୍ଭ ହୋଇଛି ନଭେମ୍ବର ୨୭ରୁ କଟକ ବାଲିଯାତ୍ରା ପଡିଆରେ । ଯେଉଁଠି ‘ଜୀ ସାର୍ଥକ’ ପକ୍ଷରୁ ଏକ ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲରେ ଜୀ ସାର୍ଥକ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବା ସହ ଛୋଟ ଛୋଟ ପ୍ରତିଯୋଗିତା ମାଧ୍ୟମରେ ଆକର୍ଷଣୀୟ ପୁରସ୍କାର ମଧ୍ୟ ଦେବ। ଏହି ଷ୍ଟଲରେ ଜୀ ସାର୍ଥକର ଫିଲ୍ମ ଓ ମେଗା ଧାରାବାହିକର ଲୋକପ୍ରିୟ କଳାକାରମାନେ ବାଲିଯାତ୍ରା ବୁଲିବାକୁ ଆସିଥିବା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କ ସହ ମଧ୍ୟ ମିଶିବେ । 


COMMERCIAL BREAK
SCROLL TO CONTINUE READING

ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ରିଆଲିଟି ସୋ 'ସାରେଗାମାପା'ର କଣ୍ଠଶିଳ୍ପୀମାନେ ଏହି ଠାରେ ଆୟାଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ (Entertainment Programme) ଗୀତ ଗାଇବେ ଏବଂ ଲୋକପ୍ରିୟ ସୋ 'ଦିଦି ନମସ୍କାର' ଫର୍ମାଟରେ ବାଲିଯାତ୍ରାରେ ଦର୍ଶକଙ୍କ ସହ କୌତୁହଳ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ବି ରଖାଯିବ । ଦର୍ଶକ ନିଜ ପ୍ରିୟ କଳାକାରମାନଙ୍କୁ ପାଖରେ ଦେଖିପାରିବା ସହ ସେମାନଙ୍କ ସହ କଥା ମଧ୍ୟ ହୋଇପାରିବେ ଏବଂ ଦର୍ଶକ ଢ଼େର ସାରା ମଜା ମସ୍ତି କରିପାରିବେ । ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍ କହିଛନ୍ତି ଯେ, କଟକ ବାଲିଯାତ୍ରା ସାରା ବିଶ୍ବରେ ପରିଚିତ ଓ ଜୀ-ସାର୍ଥକ ବିଭିନ୍ନ ସମୟରେ ନିଆରା କାର୍ଯକ୍ରମ ଓ ପ୍ରତିଯୋଗିତା ମାଧ୍ୟମରେ ଦର୍ଶକଙ୍କ ନିକଟତର ହେବା ପାଇଁ ତେଣୁ ଏହି ବାଲିଯାତ୍ରା ଏକ ବଡ଼ ମାଧ୍ୟମ ହେବ ।


ଦର୍ଶକଙ୍କ ସହିତ ଜୀ-ସାର୍ଥକର (Zee Sarthak)  ସମ୍ପର୍କ ଆହୁରି ମଜବୁତ ହେବ । ବାଲିଯାତ୍ରା ଏଥର ଆହୁରି ବଡ ଆକାରରେ ହେଉଥିବା ବେଳେ ‘ଜୀ ସାର୍ଥକ’ର ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ଲୋକଙ୍କୁ ଆହୁରି ଅଧିକ ନିଶ୍ଚିତ ଆକୃଷ୍ଟ କରିବ । ସେପଟେ ଆଜି ଐତିହାସିକ ବାଲିଯାତ୍ରାର ତୃତୀୟ ଦିନ।  ଉତ୍କଳୀୟ ପରମ୍ପରା, ଐତିହ୍ୟ ଓ ଗୌରବମୟ ଅତୀତର ଗାଥାକୁ ନେଇ ଦୁଲୁକୁଛି ମହାନଦୀ ପଠା। ଉଦଘାଟନୀ ପରଠାରୁ ବାଲିଯାତ୍ରାରେ ଲୋକଙ୍କ ଖଚାଖଚ ଭିଡ଼ ପରିଲକ୍ଷିତ ହେଉଛି। ସୁଆଦିଆ ଖାଦ୍ୟ ସାଙ୍ଗକୁ ଶହ ଶହ ସଂଖ୍ୟାରେ ଲାଗିଛି ଷ୍ଟଲ । ବାଲିଯାତ୍ରା ବୁଲି ଘରକରଣା ସାମଗ୍ରୀ କିଣି ନେଉଛନ୍ତି ଦର୍ଶକ। ଦର୍ଶକଙ୍କ ମନ ଜିଣି ପ୍ରୋଗ୍ରାମ କରାଯିବା ସହ ବଲିଉଡ ଷ୍ଟାର ମଧ୍ୟ ଲୋକଙ୍କୁ ଏଣ୍ଟରଟେନ କରୁଛନ୍ତି। 


ବାଲିଯାତ୍ରାରେ (Balijatra 2023) ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ ରାଜ୍ୟର ବିଭିନ୍ନ କୋଣରୁ ବହୁ ଲୋକ ଏହି ବାଲିଯାତ୍ରା ରେ ସାମିଲ ହେଉଛନ୍ତି । ଏଥିରେ ବାଲିଯାତ୍ରା ପାଇଁ ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ଷ୍ଟଲ ସହ ସରକାରୀ ଷ୍ଟଲ କେବଳ ୨୦୦ ରହିଛି । ବାଲିଯାତ୍ରାରେ ଦେଖଣାହାରୀଙ୍କ ସୁରକ୍ଷା ପ୍ରତି ଅଧିକ ସତର୍କ ଦୃଷ୍ଟି ଦିଆଯାଇଛି । ନଜର ରଖିବାକୁ ୭୭୭ଟି ସିସିଟିଭି କ୍ୟାମେରା ଲାଗିଛି । ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୂତୟନ ହୋଇଛନ୍ତି । ଟ୍ରାଫିକ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରାଯାଇଛି ।


Also Read; Cyclone Update: ଛନକା ପୂରାଇଲାଣି ବାତ୍ୟା, ଆଜି ତୀବ୍ର ଅବପାତରେ ହେବ ପରିଣତ !


Also Read: Odisha Labour: ଉଦ୍ଧାର ପରେ ଗୁରୁବାର ଓଡ଼ିଶା ପହଞ୍ଚିବେ ୫ ଶ୍ରମିକ, ଏମିତି ସ୍ୱାଗତ କରିବେ ଗାଁ ଲୋକ