Cyclone Update: ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।ସେହିପରି ରାଜ୍ୟରେ ପାଗ କୋହଲା ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ସୂଚନା ରହିଛି।
Trending Photos
Cyclone Update: ବଙ୍ଗୋପସାଗରରେ ପୁଣି ଦେଖାଦେଲାଣି ବାତ୍ୟା ଭୟ। ଦକ୍ଷିଣ ଆଣ୍ଡାମାନ ସାଗରରରେ ସୃଷ୍ଟ ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଭାରତୀୟ ପାଣିପାଗ ବିଭାଗର ଆାକଳନ ଅନୁସାରେ ଆଜି ଏହି ଅବପାତ ତୀବ୍ର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ସମୁଦ୍ର ମଧ୍ୟରେ ଆାସନ୍ତା ୧ ତାରିଖ ବେଳକୁ ଏହା ଏକ ସାମୁଦ୍ରିକ ଝଡ଼ର ରୂପ ନେବାର ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ମିଗଜାଉନ୍ ରଖାଯିବ ବୋଲି ସୂଚନା ରହିଛି ।
Informatory Special Message in connection with Low-Pressure area over South Andaman Sea. pic.twitter.com/MMYdH4NYri
— Meteorological Centre, Bhubaneswar (mcbbsr) November 28, 2023
ଆାଇଏମଡିର ମଡ଼େଲ ଅନୁସାରେ ବାତ୍ୟା ଆାହୁରି ଘନୀଭୂତ ହୋଇ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗେର ଗତି କରିବ । ପରବର୍ତ୍ତୀ ସମୟରେ ଏହି ସିଷ୍ଟମ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ମୁହାଁଇବାର ସମ୍ଭାବନା ରହିଛି । ତେବେ ଆସନ୍ତାକାଲି ଏହାର ଚିତ୍ର ସ୍ପଷ୍ଟ ହେବାକୁ ଥିବା ବେଳେ ଡିସେମ୍ବର ୧ରେ ବାତ୍ୟା ନେଇ ସମ୍ପୂର୍ଣ୍ଣ ତଥ୍ୟ ମିଳିବ । ଆସନ୍ତା ଡ଼ିସେମ୍ବର ୧ କିମ୍ବା ୨ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ (Bay of Bengal) ବାତ୍ୟା (Cyclone) ସୃଷ୍ଟି ହେବାର ସମ୍ଭାବନା ରହିଛି । ଡିସେମ୍ବର ୫ ତାରିଖରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଅତିକ୍ରମ କରିପାରେ ବୋଲି ଆକଳନ କରାଯାଇଛି।ସେହିପରି ରାଜ୍ୟରେ ପାଗ କୋହଲା ରହିବା ସହ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ମଧ୍ୟ ସୂଚନା ରହିଛି।
ଅନ୍ୟପଟେ ସମୁଦ୍ର ଅଶାନ୍ତ ହେଉଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଆଉ ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ତୁରନ୍ତ ଉପକୂଳକୁ ଫେରିଆସିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଅନ୍ୟପଟେ ଯଦି ଦେଶର ପାଣିପାଗ ବିଷୟରେ କଥା ହେବା ତେବେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ଶୀତର ପ୍ରକୋପ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। କୁହୁଡି ର ମାତ୍ରା ବଢୁଥିବା ବେଳେ ରାତି ବେଳକୁ ଭିଜିବିଲିଟି ସମସ୍ୟା ଉପୁଜିବାର ସମ୍ଭାବନା ବି ବୃଦ୍ଧି ପାଉଛି।
ତେବେ ଆଜି ଅର୍ଥାତ୍ ବୁଧବାରଦକ୍ଷିଣ ପଶ୍ଚିମ ତେଲେଙ୍ଗାନା ଏବଂ ଏହାର ସଂଲଗ୍ନ ବିଦର୍ଭ ଅଞ୍ଚଳରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (Indian Metrological Department)। ବିଭାଗ ତରଫରୁ ଏହାକୁ ମାଇକ୍ରୋ ବ୍ଲଗିଂ ସାଇଟରେ କୁହାଯାଇଛି ଏହା ବ୍ୟତୀତ ଆଖପାଖ ବିଦର୍ଭ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ଯେଉଁଥିରେ ଉତ୍ତର ମହାରାଷ୍ଟ୍ର ଏବଂ ଛତିଶଗଡର କିଛି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଛି।
Also Read: Banaklagi Niti: ଆଜି ଶ୍ରୀଜିଉଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
Also Read: Odisha Labour: ଉଦ୍ଧାର ପରେ ଗୁରୁବାର ଓଡ଼ିଶା ପହଞ୍ଚିବେ ୫ ଶ୍ରମିକ, ଏମିତି ସ୍ୱାଗତ କରିବେ ଗାଁ ଲୋକ