Difference between Complaint and FIR: ଅପରାଧିକ ମାମଲାରେ ଉଭୟ Complaint ଓ FIR ପରି ଶବ୍ଦ ଶୁଣିବାକୁ ମିିଳିଥାଏ, ଯାହାର ବ୍ୟବହାର ପୋଲିସ୍ ଷ୍ଟେସନ୍ ତଥା କୋର୍ଟ ସହ ଜଡ଼ିତ । ଉଭୟ ଶବ୍ଦ ପୋଲିସ ନିକଟରେ କିଛି ଅଭିଯୋଗ କରିବା ସହିତ ଜଡିତ, କିନ୍ତୁ ଆଇନଗତ ଭାବରେ ଉଭୟର ଅର୍ଥ ପରସ୍ପରଠାରୁ ଭିନ୍ନ । ଅନେକ ଥର ଲୋକମାନେ ଏହି ଦୁଇଟି ଶବ୍ଦର ବ୍ୟବହାରକୁ ନେଇ ଦ୍ୱନ୍ଦ୍ୱରେ ପଡ଼ନ୍ତି ଓ ଏହି ଦୁଇଟି ଶବ୍ଦକୁ ଅଦଳବଦଳ ଭାବରେ ବ୍ୟବହାର କରନ୍ତି, ଯେତେବେଳେ ଉଭୟ ଶବ୍ଦ ବିଭିନ୍ନ ପରିସ୍ଥିତିରେ ବ୍ୟବହୃତ ହୁଏ । ଏହି ଆର୍ଟିକିଲ୍ ମାଧ୍ୟମରେ, ଆମେ ଏହି ଦୁଇଟି ଶବ୍ଦ ମଧ୍ୟରେ ପାର୍ଥକ୍ୟ ଓ ସେମାନଙ୍କର ସଠିକ୍ ବ୍ୟବହାର ବିଷୟରେ ଜଣାଉଛୁ ।


COMMERCIAL BREAK
SCROLL TO CONTINUE READING

Complaint କ’ଣ?
ଅପରାଧିକ ମାମଲାରେ କମ୍ପ୍ଲେଣ୍ଟ ଏହା ଯେ, ଯାହାକୁ କୈଣସି ନାଗରିକ ଦ୍ୱାରା ପୋଲିସ ପାଖେ କରାଯାଇଥାଏ । ଏହା ଅଧୀନରେ ପୋଲିସକୁ ଅପରାଧ ସମ୍ପର୍କରେ ସୂଚନା ଦିଆଯାଇଥାଏ । ଆହୁରି ମଧ୍ୟ, କମ୍ପ୍ଲେଣ୍ଟ ମୌଖିକ କିମ୍ବା ଲିଖିତ ହୋଇପାରେ । ସାଧାରଣତଃ କମ୍ପ୍ଲେଣ୍ଟ କୌଣସି ପୀଡିତା, ପ୍ରତ୍ୟକ୍ଷଦର୍ଶୀ କିମ୍ବା କୌଣସି ତୃତୀୟ ବ୍ୟକ୍ତିଙ୍କ ଦ୍ୱାରା ଦିଆଯାଇପାରେ ।


FIR କ’ଣ?
FIR ଅର୍ଥ ହେଉଛି First Information Report, ଯାହା Complaint ଆଧାରରେ ପଞ୍ଜିକୃତ କରାଯାଇଥାଏ । ଯେତେବେଳେ ବି କେହି ପୋଲିସ୍ ନିକଟରେ କେହି ଅଭିଯୋଗ କରନ୍ତି, ପୋଲିସ୍ ଦ୍ୱାରା ଏକ ଏଫ୍ଆଇଆର୍ ପଞ୍ଜୀକୃତ ହୁଏ, ଯାହାର ଅଫିସିଆଲ୍ ରେକର୍ଡ ରଖିବାକୁ ପଡିଥାଏ । ଏଥିରେ ଅଭିଯୋଗ କରୁଥିବା ବ୍ୟକ୍ତି, ଅଭିଯୁକ୍ତ ଓ ଅପରାଧ ସମ୍ବନ୍ଧୀୟ ସମସ୍ତ ସୂଚନା ସାମିଲ କରାଯାଇଥାଏ । ଏଫଆଇଆର ପଞ୍ଜିକରଣ କରିବା ପରେ ହିଁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥାଏ ।


Complaint ଓ FIR ମଧ୍ୟରେ ମୁଖ୍ୟ ପାର୍ଥକ୍ୟ


  • Complaint ଯେକୌଣସି ବ୍ୟକ୍ତି, ପ୍ରତ୍ୟକ୍ଷଦର୍ଶୀ କିମ୍ବା ତୃତୀୟ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥାଏ । ଏହି କାରଣ ହେଉଛି ଯେପର୍ଯ୍ୟନ୍ତ ପୋଲିସ ଏଫ୍ଆଇଆର୍ ପଞ୍ଜିକରଣ ନକରେ, ତଦନ୍ତ ଆନୁଷ୍ଠାନିକ ଭାବେ ଆରମ୍ଭ ହୁଏ ନାହିଁ ।

  • Complaint ମୌଖିକ କିମ୍ବା ଲିଖିତ ହୋଇପାରେ, ଯେତେବେଳେ କି FIR ଲିଖିତ ଆକାରରେ ଏକ ସରକାରୀ ଦଲିଲ, ଯାହାର ରେକର୍ଡ ପୋଲିସ ଦ୍ୱାରା ରଖାଯାଇଥାଏ ।

  • Complaint ପାଇଁ କୌଣସି ଫର୍ମାଟ୍ ଆବଶ୍ୟକ ନାହିଁ, ଯେତେବେଳେ କି FIR ରେ କ୍ରିମିନାଲ ପ୍ରସିଜୋର କୋଡ୍ ଆବଶ୍ୟକତା ହୋଇଥାଏ ।

  • Complaint ଆଧାରରେ ତଦନ୍ତ ଆରମ୍ଭ ହୋଇ ନଥାଏ, ଯେତେବେଳେ କି ପୋଲିସ କେବଳ ଏଫଆଇଆର ଆଧାରରେ ତଦନ୍ତ ଆରମ୍ଭ କରିଥାଏ ।

  • Complaint ଦାଖଲ କରିବାର କୌଣସି ସମୟ ସୀମା ନାହିଁ, କିନ୍ତୁ ଏଫ୍ଆଇଆର ପଞ୍ଜୀକରଣ ପରେ ଏକ ସମୟ ସୀମା ଅଛି, ଯାହା ପରେ କୋର୍ଟରେ ମାମଲା ଉପସ୍ଥାପନ କରିବା ସହିତ ଏହି ମାମଲା ଉପରେ କାର୍ଯ୍ୟ କରିବାକୁ ପଡିଥାଏ ।

  • Complaint ଦେବା ପରେ ଏହା ଜରୁରୀ ନୁହେଁ ଯେ ତାହା ଏଫ୍ଆଇଆର୍ ପଞ୍ଜୀକୃତ ହେବ, କିନ୍ତୁ ଅପରାଧର ଗମ୍ଭୀରତାକୁ ବିଚାର କରି CrPC ଅଧୀନରେ ଏକ ଏଫ୍ଆଇଆର୍ ପଞ୍ଜିକୃତ କରିବାକୁ ପଡିଥାଏ ।


ଏହା ବି ପଢ଼ନ୍ତୁ: EPF e-nomination: ମୃତ୍ୟୁ ପରେ PF ରେ ଜମା ହୋଇଥିବା ଟଙ୍କା ସହିତ କ’ଣ ହୁଏ; ଏହି ଲକ୍ଷ ଲକ୍ଷ ଟଙ୍କାର କିଏ ହୁଏ ମାଲିକ?


ଏହା ବି ପଢ଼ନ୍ତୁ: Passport Rules: ଦୁନିଆରେ ଏହି ୩ ଜଣ ଲୋକ ପାସପୋର୍ଟ ବିନା ଯେକୌଣସି ସ୍ଥାନକୁ ଯାଇପାରିବେ! ଆପଣ ଜାଣନ୍ତି କି ସେମାନଙ୍କ ବଷୟରେ?