କଳାହାଣ୍ଡି: ଏଥର ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ କୃତକାର୍ଯ୍ୟ ହୋଇଛନ୍ତି । ଚାନ୍ଦିନୀ ୪୬ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତେବେ ମାଟ୍ରିକ ପାସ୍ କରିବା ପରେ ନିଜ ଅଞ୍ଚଳରେ ଇଣ୍ଟରନେଟ୍ ଓ ବିଦ୍ୟୁତ୍ ସେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାନ୍ଦିନୀ ।  ଏବେ ସରକାରୀ ପ୍ରୋତ୍ସାହନକୁ ଅପେକ୍ଷା କରି ରହିଛନ୍ତି ।  


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍ ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସ୍ (Kiss) ର ଫଳାଫଳ ଶତ ପ୍ରତିଶତ ହୋଇଛି । ସ୍କୁଲ୍ ର ୬୨୯ ଛାତ୍ରଛାତ୍ରୀ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।  କିସ୍ ଫଳାଫଳ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଅଦମ୍ୟ ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ।


Also Read: 'ବିଶେଷ ଘାତକ ହୋଇନାହିଁ Delta Plus Variant'


ଗତ ୨୦୧୬ ମସିହାରେ କଳାହାଣ୍ଡି (Kalahandi) ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅନ୍ତର୍ଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୧୦ କିଲୋମିଟର ଚାଲି ଚାଲି ଆସିବା ଘଟଣା ସେତେବେଳେ ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲାଲ। ଦାନଙ୍କ ଝିଅ ମାଟ୍ରିକ୍ ପାସ୍  କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି । ଦାନ ମାଝିଙ୍କ ଅନ୍ୟ ଦୁଇ ଝିଅ ମଧ୍ୟ ଭୁବନେଶ୍ୱର 'କିସ୍ (Kalinga Institute Of Social Science) ' ରେ ରହି ପାଠ ପଢୁଛନ୍ତି।