'ବିଶେଷ ଘାତକ ହୋଇନାହିଁ Delta Plus Variant'
Advertisement
Article Detail0/zeeodisha/odisha929147

'ବିଶେଷ ଘାତକ ହୋଇନାହିଁ Delta Plus Variant'

ଏଭଳି ପରିସ୍ଥିତିରେ ଲୋକେ ସାବଧାନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । 

'ବିଶେଷ ଘାତକ ହୋଇନାହିଁ Delta Plus Variant'

ସରୋଜ ବେହେରା, ଭୁବନେଶ୍ୱର: ରାଜ୍ୟରୁ ପ୍ରଥମ ଡେଲଟା ପ୍ଲସ ଭାରିଆଣ୍ଟ ଆକ୍ରାନ୍ତ ରୋଗୀ ଚିହ୍ନଟ ପରେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଦେଶରେ ୦ .୦୧ ପ୍ରତିଶତ ଲୋକେ ଡେଲଟା ପ୍ଲସ ଷ୍ଟ୍ରେନ ଯୋଗୁ ସଂକ୍ରମିତ ହେଉଥିବା ବେଳେ ଗୁରୁତର ରୋଗୀଙ୍କ ସଂଖ୍ୟା ନଗଣ୍ୟ ରହିଛି । ଏଭଳି ପରିସ୍ଥିତିରେ ଲୋକେ ସାବଧାନ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି ସେଠାରେ ସ୍ବତନ୍ତ୍ର ଷ୍ଟ୍ରାଟେଜି ଆପଣାଯାଉଛି । ଅମାନିଆଙ୍କ ପାଇଁ ସଂକ୍ରମଣ ତଳ ମୁହାଁ ହେଉନାହିଁ ବୋଲି ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ପ୍ରଥମ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ (Delta Plus Variant) ରୋଗୀ ଚିହ୍ନଟ ହେବା ପରେ ଏବେ ତାଙ୍କର କଣ୍ଟାକ୍ଟ ହିଷ୍ଟ୍ରୀ ଯୋଗାଡ଼ କରିବାରେ ବ୍ୟସ୍ତ ରାଜ୍ୟ ସରକାର । ସେଥିପାଇଁ ଡେଲଟା ପ୍ଲସ୍ ଚିହ୍ନଟ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଦେବଗଡ଼ ଯାଇଛି ଏପିଡୋମିଲୋଜି (Epidemiology) ଟିମ୍ । ତାଙ୍କର ସ୍ବାସ୍ଥ୍ୟବସ୍ଥା କିଭଳି ରହିଛି, ସେ କାହା ସହ ମିଶିଥିଲେ, ଯାହା ସାଙ୍ଗରେ ମିଶି ଥିଲେ ସେମାନେ ସଂକ୍ରମିତ ହୋଇଛନ୍ତି କି ନାହିଁ, ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି, ସମସ୍ତେ ଟିକା ନେଇଛନ୍ତି କି ନାହିଁ ସେ ବିଷୟରେ ଯାଞ୍ଚ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । 
 
Also Read: କେବେ ଆସିବ ଶିଶୁଙ୍କ ପାଇଁ Vaccine: ଏମିତି କହିଲେ SII ସିଇଓ ଆଦାର ପୁନାୱାଲା

ସେପଟେ ରାଜ୍ୟରେ ପୁଣି ଥରେ କୋରୋନା ସଂକ୍ରମଣ (Corona Pandemic) ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି । ବିଶେଷ କରି ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ବର ଓ ଯାଜପୁର ଆଦି ଉପକୂଳ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି। ଲୋକେ କଟକଣା ନ ମାନି ଅମାନିଆ ହେବାରୁ ସଂକ୍ରମଣ ସଂଖ୍ୟା ଦିନକ ତଳେ ୩ ହଜାରରୁ କମ ଥିବା ବେଳେ ଶନିବାର ପୁଣି ୩ ହଜାର ପାର କରିଛି । ସେଥିପାଇଁ ସଂକ୍ରମଣ ବୃଦ୍ଧି ପାଉଥିବା ଜିଲ୍ଲାଗୁଡ଼ିକ ପାଇଁ ସ୍ବତନ୍ତ୍ର ଷ୍ଟ୍ରାଟେଜି କରାଯାଉଛି । ଏନେଇ ଆସନ୍ତା ୩୦ରେ ହେବାକୁ ଥିବା ହାଇ କମିଟି ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Also Read: ଟିକାକରଣକୁ ନେଇ ପିଏମ ମୋଦି କଲେ ସମୀକ୍ଷା ବୈଠକ, ଦେଲେ ଏହି ଟାର୍ଗେଟ

ଡେଲଟା ପ୍ଲସ୍ ଭାରିଆଣ୍ଟ ସଂକ୍ରମିତ ରୋଗୀ ଓଡିଶାର ଦେବଗଡ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ବୟସ ୬୫ ହୋଇଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ବ୍ୟକ୍ତି ଜଣକ ଗତ ଏପ୍ରିଲ ମାସରେ ଟିକା ନେଇଥିବା ବେଳେ କୌଣସି ଜଣେ କୋଭିଡ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଥିବା ବେଳେ ଏବେ ଏହାକୁ ମାସେ ବିତିବାକୁ ବସିଲାଣି । ଏଭଳି ସ୍ଥିତିରେ ତାଙ୍କ ସମ୍ପର୍କୀୟଙ୍କ କଣ୍ଟାକ୍ଟ ଟ୍ରେସିଂ (Contact Trasing) ର ଆବଶ୍ୟକତା ନ ଥିବା କହିଛନ୍ତି ଆଇଏଲଏସ (ILS Director) ନିର୍ଦ୍ଦେଶକ ଅଜୟ ପରିଡ଼ା । ଡେଲଟା ଭ୍ୟାରିଆଣ୍ଟ ବିଶେଷ ଘାତକ ହୋଇନାହିଁ । 

Also Read: WHO ଡେଲଟା ଭାରିଆଣ୍ଟକୁ ନେଇ ଲୋକଙ୍କ ପାଖରେ କଲା ଏହି ବଡ ଅପିଲ

ଘାତକ ହୋଇଥିଲେ ଦେବଗଡ଼ (Deogarh) ଜିଲ୍ଲା ସାରା ଏହା ବ୍ୟାପିସାରିଥାନ୍ତା । ଆଇଏଲଏସରେ ଓଡ଼ିଶା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ ଭଳି  ୪ ରାଜ୍ୟରେ ଜାନୁଆରୀରୁ ଜେନମ ସିକ୍ୟୁଏନିସିଂ କରଯାଇ ୩୮୦୦ ସାମ୍ପୁଲ ସଂଗ୍ରହ କରାଯାଇଥିଲା । ତନ୍ମଧ୍ୟରୁ ଓଡ଼ିଶାରୁ ୧୧୦୦ ସାମ୍ପୁଲ ସଂଗ୍ରହ ହୋଇଥିଲା । ଯେଉଁଥିରୁ ମାତ୍ର ଗୋଟିଏ ଡେଲଟା ପ୍ଲସ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେଭଳି ସମଗ୍ର ଦେଶରୁ ୪୬ ହଜାର ସାମ୍ପୁଲ ସଂଗ୍ରହ କରାଯାଇଥିବା ବେଳେ ମାତ୍ର ୪୬ଟି ମାମଲା ସାମ୍ନାକୁ ଆସିଛି । ମାତ୍ର ୦.୦୧ ପ୍ରତିଶତ ଲୋକ ଡେଲଟା ପ୍ଲସ ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ବେଳେ ଭାକ୍ସିନ ନେଲେ ବିଟା, ଗାମା ଭଳି ଡେଲଟାର ଅନ୍ୟ ଭ୍ୟାରିଆଣ୍ଟ ବିଶେଷ କିଛି କ୍ଷତି କରୁନଥିବା ଆଇସିଏମଆର (ICMR) ପକ୍ଷରୁ ସ୍ପଷ୍ଟ କରାଯାଇଛି।

Also Read: କୋରୋନାର ତୃତୀୟ ଲହରର ଭୟ: ଡେଲ୍ଟାର ୮ଟି ରାଜ୍ୟରେ ୫୦ ପ୍ରତିଶତ ମାମଲା, ଧୀରେ ଧୀରେ ବଢୁଛି ବିପଦ

ଭ୍ୟାକ୍ସିନ (Vaccine) ନେବା ପରେ କେତେ ଲୋକ ସଂକ୍ରମିତ ହେଇଛନ୍ତି ତାହାର ତର୍ଜମା ଚାଲିଛି । କୋରୋନା ସଂକ୍ରମଣ ରୋକିବା ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ପ୍ରଥମ ବୈଠକ ଶେଷ ହୋଇଛି । ସମସ୍ତ ଜିଲ୍ଲା ମାନଙ୍କୁ ରିପୋର୍ଟ ମଗାଯାଇଛି । ଆସନ୍ତା ସପ୍ତାହରେ ଦ୍ୱିତୀୟ ବୈଠକ ବସିବ । ସମସ୍ତ ଡାଟାକୁ ବିଶ୍ଳେଷଣ କରିବା ପରେ କେଉଁ ଜିଲ୍ଲାରେ କଟକଣା ରହିବ କେଉଁ ଜିଲ୍ଲାରେ କଟକଣା ହଟିବ ତାହା ଉପରେ ନିଷ୍ପତ୍ତି ନିଆଯିବ ।