Odisha Govt:  


COMMERCIAL BREAK
SCROLL TO CONTINUE READING

ହସି ଦେଇ ଫସି ଗଲେ ଯନ୍ତ୍ରୀ।ମାତ୍ର ଅଡୁଆରେ ପ୍ରଶାସନ।



ଯନ୍ତ୍ରୀଙ୍କ ହସ ପାଇଁ ନିଜେ ସିନା ଫସି ଗଲେ । ମାତ୍ର ଅଡୁଆରେ ଏବେ ପ୍ରଶାସନ। ସାପ ମୂଷା ବଦଳରେ ଚୁଚୁଁଦ୍ରା ଗିଲିଲା ପରି ପ୍ରଶାସନ ଆକ୍ସନ ମୋଡ଼ ରେ ଆସି  ଅଡୁଆ ରେ ପଡ଼ିଲେ। କାରଣ  ଯନ୍ତ୍ରୀ ଜଣକ କନିଷ୍ଠ ହେଲେ କଣ ହେବ ସେ ଜଣେ ବିଶ୍ଵ ବିଖ୍ୟାତ ବ୍ୟକ୍ତିତ୍ବ।ସୁବର୍ଣ୍ଣରେଖା ନଦୀରେ ବନ୍ୟା ସମୟରେ ପୀଡିତ ମାନକୁ ରନ୍ଧା ଖାଦ୍ୟ ଦେବାରେ ଅନିୟମିତତା । ସତ କହିବାରୁ ବାଲିଆପାଳ  ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ  ଜିଲ୍ଳା ପ୍ରକଳ୍ପ ନିର୍ଦେଶକ ଦେଲେ କାରଣ ଦର୍ଶା ନୋଟିସ। ପ୍ରତିବାଦରେ ଯନ୍ତ୍ରୀଙ୍କ ବ୍ଲକ ଆଗରେ ଧାରଣା । ଘଟଣାରୁ ପ୍ରକାଶ ଯେ ବାଲିଆପାଳ ବ୍ଲକ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପାଇଁ ଗତ କିଛି ଦିନ ଧରି ଲୋକେ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନ ମଧ୍ୟ ବନ୍ୟା ପରିଚାଳନା,ଉଦ୍ଧାର ଓ ଥଇଥାନ ଏବଂ ରିଲିଫ କାର୍ଯ୍ୟ ଜାରି ରଖିଛି। ଏସବୁର ସମୀକ୍ଷା ବ୍ଲକ ପରିସରରେ ଗତକାଲି ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ରେ ହେଉଥିବା ବେଳେ ବ୍ଲକ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ସମୟରେ ବୈଠକରେ ବସିଥିବା ବ୍ଲକର  କନିଷ୍ଠ ଯନ୍ତ୍ରୀ ଡ. ମିହିର କୁମାର ପଣ୍ଡାଙ୍କୁ ଏକ ମେସେଜେ ଆସିଲା ଯେଉଁଥିରେ  ଏକ ନିର୍ଦିଷ୍ଟ ପଞ୍ଚାୟତରେ ୮୫୦ ଜଣ ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଇଛି । ମାତ୍ର ଏହି ପଞ୍ଚାୟତରେ ସେ ଦାୟିତ୍ଵ ରେ ଥିବାରୁ ମାତ୍ର ଚାଳିଶ ଜଣଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଥିବା ସେ ନିଜେ ତଥ୍ୟ ରଖିଛନ୍ତି। 


ଏପରି ଅବାସ୍ତବ ତଥ୍ୟ ପାଇଁ ସେ ବୈଠକ ରେ ବସିବା ଅବସରରେ ଜୋରରେ ହସି ଦେଇଥିଲେ। ଆଉ ହସ ତାଙ୍କ ପାଇଁ କାଳ ହେଲା। ପ୍ରକଳ୍ପ ନିର୍ଦେଶକ ତାଙ୍କୁ କାହିକି ଏପରି ଆଚରଣ କଲେ ବୋଲି କୈଫଦ ତଲବ କରିବା ସହିତ ମଦ ପିଇ ଛନ୍ତି ବୋଲି ସର୍ବ ସମ୍ମୌଖ ରେ କହିଲେ। ଏବଂ କାରଣ ଦର୍ଶା ନୋଟିସ ଧରାଇ ଦେଲେ।ଏପରି ଘଟଣାରେ କନିଷ୍ଠ ଯନ୍ତ୍ରୀ  ନିଜକୁ ଅପମାନିତ  ବୋଧ କରି ଗତ କାଲି ରାତିରୁ ବ୍ଲକ ପରିସରରେ ଧାରଣାରେ ବସିଛନ୍ତି। ଜେଇ ଡ.ମିହିର ପଣ୍ଡା ଜଣେ କନିଷ୍ଠ ଯନ୍ତ୍ରୀ ହେଲେ ମଧ୍ୟ ଜଣେ ଅନ୍ତଜାର୍ତୀୟ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ,ବିଭିନ୍ନ ଉଦ୍ଭାବନ ପାଇଁ  ୨୬ ଟି ବିଶ୍ଵ ରେକର୍ଡ ହାସଲ କରିବା ସହିତ ଦଶ ହଜାର ନୂତନ ଉଦ୍ଭାବନ ପାଇଁ 2020ରେ ଲିମକା ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି।ତେଣୁ ଏପରି ଭାବରେ ଅପମାନିତ ହୋଇଥିବାରୁ ସେ ପ୍ରକଳ୍ପ ନିର୍ଦେଶକ ଙ୍କ ନାମରେ କୋଡ଼ିଏ କୋଟି ଟଙ୍କାର  ମାନ ହାନି କେଶ କରିବେ ବୋଲି ପ୍ରକାଶ କରିଛନ୍ତି। ମାତ୍ର ଘଟଣାଟି ବିଭାଗର ଭିତିରି କଥା ହୋଇଥିବାରୁ ଏହା ଉପରେ ଶ୍ରୁଙ୍ଖଳା ଗତ କାର୍ଯ୍ୟନୁଷ୍ଠାନ ନିଆ ଯାଇଛି ବୋଲି ବାଲେଶ୍ଵର ପ୍ରକଳ୍ପ ନିର୍ଦେଶକ ରବୀନ୍ଦ୍ର ସାହୁ ଗଣମାଧ୍ୟମକୁ କହିଥିବା ବେଳେ ପ୍ରଶାସନର ଭିତିରି କଥା ଜଳ ଜଳ ହୋଇ ଦିଶୁଛି। ତେବେ ଏପରି ଘଟଣାର କଣ ହେଉଛି ମୋଡ଼ ଏବେ ତାହା ଊପରେ ସଭିଙ୍କ ନଜର।


 


ଏହା ବି ପଢ଼ନ୍ତୁ: ଗାନ୍ଧୀ ପରିବାର ବିନା କଂଗ୍ରେସ ଚଳାଇବା ଅସମ୍ଭବ! ୨୦୨୪ ପର୍ଯ୍ୟନ୍ତ ସଭାପତି ରହିପାରନ୍ତି ସୋନିଆ


ଏହା ବି ପଢ଼ନ୍ତୁ: ନିଜ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ବିରାଟ କୋହଲି; ସମାଲୋଚକମାନଙ୍କୁ ଦେଲେ କଡ଼ା ଜବାବ