ନୂଆଦିଲ୍ଲୀ: ଅନେକ ରାଜ୍ୟରେ ଅନଲକ୍ (Unlock) ହେବା ପରେ ଅତ୍ୟଧିକ ଗହଳି ଓ କୋରୋନା ନିୟମ ଉଲ୍ଲଂଘନ ମାମଲା କେନ୍ଦ୍ର ସରକାରଙ୍କ (Central Govt) ଚିନ୍ତା ବଢ଼ାଇ ଦେଇଛି । ଏହି କାରଣରୁ ସରକାର ସମସ୍ତ ରାଜ୍ୟକୁ ଏକ ଆଡଭାଇଜରୀ (Advisory) ଜାରି କରି କୋରୋନା ପ୍ରୋଟୋକଲର (Corona protocol) ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା (Union Home Secretary Ajay Bhalla) ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ୫ ସ୍ତରୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ କହିଛନ୍ତି । ଏହା ସହିତ ମହାମାରୀ ସମ୍ବନ୍ଧୀୟ ଟେଷ୍ଟିଙ୍ଗ, ଟ୍ରାକିଂ, ଚିକିତ୍ସା, ଟିକାକରଣ ଓ କୋରୋନା ପ୍ରୋଟୋକଲକୁ (Corona protocol) ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଡଭାଇଜାରୀରେ ରାଜ୍ୟମାନଙ୍କୁ କରୋନାର ସଠିକ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ମଧ୍ୟ କୁହାଯାଇଛି ।



COMMERCIAL BREAK
SCROLL TO CONTINUE READING

'R ଫ୍ୟାକ୍ଟର୍'ରେ କୌଣସି ବୃଦ୍ଧି ନ ହେବା ଉଚିତ
ଆଡଭାଇଜରୀ ପ୍ରଦାନ କରି କେନ୍ଦ୍ର ସରକାର କହିଛନ୍ତି ଯେ ସାମାଜିକ ଦୂରତା ଉଲ୍ଲଂଘନ କରାଯାଉଛି ଓ ବଜାରରେ ବହୁ ସଂଖ୍ୟାରେ ଜନସମାଗମ ହେଉଛି । ଏହି କାରଣରୁ କେତେକ ରାଜ୍ୟରେ ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଗୃହ ସଚିବ ରାଜ୍ୟମାନଙ୍କୁ କହିଛନ୍ତି ଯେ ୧.୦ ରୁ 'R' ଫ୍ୟାକ୍ଟରର ଯେକୌଣସି ବୃଦ୍ଧି କୋଭିଡ-୧୯ ର ବିସ୍ତାରର ସୂଚକ ଅଟେ । ତେଣୁ ସମସ୍ତ ଜନଗହଳି ପୂର୍ଣ୍ଣ ସ୍ଥାନରେ କରୋନା ଉପଯୁକ୍ତ-ଚିକିତ୍ସା (CAB) ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଦାୟୀ କରାଯିବା ଉଚିତ୍ । ଦୋକାନ, ମଲ୍, ବଜାର, ସାପ୍ତାହିକ ବଜାର, ରେସ୍ତୋରାଁ ଆଣ୍ଡ ବାର୍, ମଣ୍ଡି, ବସ୍ ଷ୍ଟେସନ୍, ରେଳ ଷ୍ଟେସନ୍, ସର୍ବସାଧାରଣ ପାର୍କ ଓ ଉଦ୍ୟାନ, ଜିମ୍ନାସିୟମ୍, ଭୋଜି ହଲ୍, ଷ୍ଟାଡିୟମ୍, କ୍ରୀଡା କମ୍ପ୍ଲେକ୍ସ ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ।


ଅଧିକ ପଢ଼ନ୍ତୁ: କଂଗ୍ରେସରେ ଖୁବ ଶୀଘ୍ର ସାମିଲ ହେବେ ପ୍ରଶାନ୍ତ କିଶୋର: ସୂତ୍ର


କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ କୋଭିଡ -୧୯ ର ନିୟମ ପାଳନ ନକରିବାକୁ ନେଇ ଉଦ୍ବେଗ ପ୍ରକାଶ କରି କହିଥିଲେ ଯେ ଏକ ଛୋଟ ଭୁଲ୍ ସୁଦୂରପ୍ରସାରୀ ପରିଣାମ ଦେଇପାରେ ଓ ଏହା ମହାମାରୀ ବିରୋଧରେ ଆମର ସଂଗ୍ରାମକୁ ଦୁର୍ବଳ କରିବ । ସମସ୍ତେ ମନେ ରଖିବା ଉଚିତ୍ ଯେ କୋଭିଡ -୧୯ ର ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।