• ବଙ୍ଗୋପସାଗରରେ ସକ୍ରୀୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି
  • ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବା ସମ୍ଭାବନା
  • ୩୦ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା
  • ଅତିରିକ୍ତ SP ତଦନ୍ତ କରୁଛନ୍ତି, ସନ୍ଧ୍ୟା ସୁଦ୍ଧା ରିପୋର୍ଟ
  • କଳାହାଣ୍ଡି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଓଭରସିଅର ନିଖୋଜ
  • ଗତ ୨୨ ତାରିଖ ଦିନଠାରୁ ଧନୁର୍ଜ୍ୟ ଧୋବାଙ୍କ ପତ୍ତା ମିଳୁନଥିବା ଅଭିଯୋଗ
  • ରାଜ୍ୟରେ ଦିନକରେ ଆଉ ୫୪୫ କୋରୋନା ଆକ୍ରାନ୍ତ ଚିହ୍ନଟ
  • ନୂଆପଡ଼ା ଗୋଧଁସ ଜଳପ୍ରପାତରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର
  • ଉଭୟ ଛତିଶଗଡ଼ ଠୁଆପାଣି ଅଞ୍ଚଳର ହୋଇଥିବା ଜଣାପଡିଛି

କଂଗ୍ରେସରେ ଖୁବ ଶୀଘ୍ର ସାମିଲ ହେବେ ପ୍ରଶାନ୍ତ କିଶୋର!

ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ । ସେ ଗୋଟିଏ ଦିନ ପୂର୍ବରୁ ସାଂସଦଙ୍କ ବାସଭବନରେ ସମସ୍ତ ତିନି ଗାନ୍ଧୀ- ରାହୁଲ, ପ୍ରିୟଙ୍କା, ସୋନିଆଙ୍କୁ ଭେଟିଥିଲେ ।  

କଂଗ୍ରେସରେ ଖୁବ ଶୀଘ୍ର ସାମିଲ ହେବେ ପ୍ରଶାନ୍ତ କିଶୋର!
(ଫାଇଲ ଫଟୋ)

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୧୭ (UP Assembly Election) ପରେ କଂଗ୍ରେସ ଉପରେ ଅସନ୍ତୋଷ ପ୍ରକାଶ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ବର୍ତ୍ତମାନ ଏହି ଦଳରେ ଯୋଗ ଦେଇ ପାରନ୍ତି । କିଛି ଗଣମାଧ୍ୟମ ରିପୋର୍ଟରେ ଏହାର ଖବର ପ୍ରକାଶ ପାଇଛି । ମଙ୍ଗଳବାର ଦିନ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi), ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଓ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟାକ୍ଷା ସୋନିଆ ଗାନ୍ଧୀଙ୍କୁ (Sonia Gandhi) ଭେଟିଥିଲେ । ଏହି ବୈଠକ ୨୦୨୪ ଲୋକସଭା ନିର୍ବାଚନକୁ (Loksabha Election) ନେଇ ହୋଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା ।

ଏନଡିଟିଭିର ଏକ ରିପୋର୍ଟରେ ପ୍ରଶାନ୍ତ କିଶୋର (Prashant Kishor) କଂଗ୍ରେସରେ (Congress) ଯୋଗ ଦେଇପାରନ୍ତି ବୋଲି କୁହାଯାଇଛି । ସେ ଗୋଟିଏ ଦିନ ପୂର୍ବରୁ ସାଂସଦଙ୍କ ବାସଭବନରେ ସମସ୍ତ ତିନି ଗାନ୍ଧୀ- ରାହୁଲ, ପ୍ରିୟଙ୍କା, ସୋନିଆଙ୍କୁ ଭେଟିଥିଲେ । ମେ' ମାସରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଶାସକ ତୃଣମୂଳ କଂଗ୍ରେସ ସହିତ କାମ କରିଥିବା କିଶୋର ଜଣେ ନିର୍ବାଚନ ରଣନୀତିଜ୍ଞ (Election strategist) ଭାବେ କାର୍ଯ୍ୟ ଶେଷ କରିବା ବିଷୟରେ କହିଥିଲେ ।

ଅଧିକ ପଢ଼ନ୍ତୁ: PNB ରେ ୨୫୦ ଟଙ୍କାରେ ଖୋଲନ୍ତୁ ଆକାଉଣ୍ଟ, ମାଚ୍ୟୁରିଟି ସମୟରେ ମିଳିବ ୧୫ ଲକ୍ଷ- ଜାଣନ୍ତୁ କିପରି?

NDTV ସହିତ ବାର୍ତ୍ତାଳାପରେ ସେ କହିଥିଲେ, 'ମୁଁ ଯାହା କରୁଛି ତାହା ଜାରି ରଖିବାକୁ ଚାହେଁ ନାହିଁ । ମୁଁ ଯଥେଷ୍ଟ କରିସାରିଛି ବର୍ତ୍ତମାନ ସମୟ ଆସିଛି ମୋ ପାଇଁ କିଛି ସମୟ ଅଟକିବା ଓ ଜୀବନରେ କିଛି ଅଲଗା କରିବା । ମୁଁ ଏହି ସ୍ଥାନ ଛାଡିବାକୁ ଚାହୁଁଛି ।' ରାଜନେତା ହେବା ପ୍ରଶ୍ନରେ ସେ ନିଜକୁ ଜଣେ ବିଫଳ ନେତା ବୋଲି କହିଥିଲେ । ରଣନୀତିଜ୍ଞ ଭାବରେ କିଶୋରଙ୍କର ଏକ ଚମତ୍କାର କ୍ୟାରିୟର୍ ଅଛି । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ମଧ୍ୟ ସେ ଦାବି କରିଥିଲେ ଯେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ୧୦୦ ଟି ଆସନ ଜିତି ପାରିବ ନାହିଁ । ସେ ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ମଧ୍ୟ କାମ କରିଥିଲେ ।

ଅଧିକ ପଢ଼ନ୍ତୁ: ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ

୫ ବର୍ଷ ପରେ ହୋଇଥିଲା ସାକ୍ଷାତ
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ​​କଂଗ୍ରେସ ବିଫଳ ହେବାର ପାଞ୍ଚ ବର୍ଷ ପରେ ରାହୁଲଙ୍କୁ କିଶୋର ଭେଟିଥିଲେ । ଏହି ପ୍ରସଙ୍ଗରେ ମଧ୍ୟ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା । ସମାଜବାଦୀ ପାର୍ଟି ସହ ମିଳିତ ଭାବେ ୟୁପି ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ବିଫଳ ହୋଇଥିଲା ଓ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଅଧିକ ପଢ଼ନ୍ତୁ: ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ

ନିର୍ବାଚନ ଫଳାଫଳ ଘୋଷଣା ପରେ କିଶୋର କହିଥିଲେ ଯେ ଏହା ହିଁ ଘଟିବାର ଥିଲା । କଂଗ୍ରେସ କିପରି କାର୍ଯ୍ୟ କରୁଛି ସେ ନେଇ ସେ ପ୍ରଶ୍ନ କରିଥିଲେ । ଏଥି ସହିତ ପାର୍ଟିକୁ ଜିଦ୍ଖୋର ଓ ଅହଂକାରୀ ବୋଲି ବର୍ଣ୍ଣନା କରାଯାଇଥିଲା । ଭବିଷ୍ୟତରେ କଂଗ୍ରେସ ସହ କାମ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ କିଶୋର କହିଥିଲେ, କିନ୍ତୁ ସେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯୋଗାଯୋଗରେ ରହିବେ ବୋଲି ମଧ୍ୟ କହିଥିଲେ ।