DRDO କର୍ମଚାରୀଙ୍କୁ ହନିଟ୍ରାପ୍ରେ ଫସାଇଥିବା ମହିଳାଙ୍କୁ ନେଇ ଆସିଲା ଏହି ଚାଞ୍ଚଲ୍ୟକର ତଥ୍ୟ
କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ଅନୁଯାୟୀ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ମହିଳା ଜଣକ କଥା ହେଉଥିଲେ । କାହାକୁ ସେ ଇଂଲଣ୍ଡ ରହୁଥିବା କହୁଥିଲା ତ ଆହୁ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲା ।
ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ଏହି ଘଟଣାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଗତ ଚାରି ଦିନ ଧରି ଜେରା ଜାରିରହିଛି । ଆଜି ଏହି କ୍ରମରେ ବାୟୁସେନାର ୨ ଜଣିଆ ଏକ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ ଜେରା କରିଛନ୍ତି ।
ଅନ୍ୟପକ୍ଷେ ହନିଟ୍ରାପ୍ରେ ଫସାଇ ତଥ୍ୟ ହାସଲ କରୁଥିବା ରହସ୍ୟମୟୀ ମହିଳାଙ୍କୁ ନେଇ କ୍ରାଇମବ୍ରାଞ୍ଚ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଚତୁର୍ଥ ଦିନରେ ଜେରା ସମୟରେ ଅଭିଯୁକ୍ତଙ୍କଠାରୁ କ୍ରାଇମବ୍ରାଞ୍ଚ ଅନେକ ଗୁପ୍ତ ସୂଚନା ପାଇଛି । ଏହି ଖୁଲାସରେ ଜଣାପଡିଛି ଯେ ପ୍ରଥମେ ଅଭିଯୁକ୍ତମାନେ ୨୦୨୦ ଫେବୃଆରୀ ମାସରେ ହନିଟ୍ରାପ୍ରେ ଫସାଇଥିବା ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଏହି ସମୟରେ ମହିଳା ଜଣକ ମଧ୍ୟ ବିବାହ ଅଫର୍ ଦେଇଥିବା ଏହି ଜେରା ସମୟରେ ଜଣା ପଡିଛି ।
ଅଧିକ ପଢ଼ନ୍ତୁ: ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି; ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ଅନୁଯାୟୀ ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ ମହିଳା ଜଣକ କଥା ହେଉଥିଲେ । କାହାକୁ ସେ ଇଂଲଣ୍ଡ ରହୁଥିବା କହୁଥିଲା ତ ଆହୁ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲା । ଏହି କ୍ରମରେ କେତେବେଳେ ଚଣ୍ଡିଗଡ଼ରେ ସେନାର ଲୋୟର ଡିଭିଜନ କ୍ଲର୍କ ଭାବେ କାମ କରୁଥିବା ପରିଚୟ ଦେଉଥିଲେ । ଏହି ମହିଳା ଜଣକ ଅଭଯୁକ୍ତଙ୍କ ସହ ଇଂରାଜୀ, ହୀନ୍ଦି ଭାଷାରେ ଦେଢ ବର୍ଷ ଧରି କଥା ହେଉଥିଲେ ।
ଅଧିକ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ଧନବାନ ହେବେ PF ଆକାଉଣ୍ଟଧାରୀ! ଖାତାରେ ଆସିବ ମୋଟା ଅଙ୍କର ଟଙ୍କା, ଜାଣନ୍ତୁ ସବୁକିଛି
କ୍ରାଇମବ୍ରାଞ୍ଚ ଅନୁଯାୟୀ ସେ ଅଭିଯୁକ୍ତ ମାନଙ୍କୁ ଫେସବୁକ୍ ଓ ହ୍ଵାଟ୍ସଆପ ଭିଡିଓ ଓ ଅଡିଓ କଲରେ ମାଧ୍ୟମରେ ଯୋଗଯୋଗ କରୁଥିଲା । ଏହି କଲା ସମୟରେ ସେ କିଛି ଅଭିଯୁକ୍ତଙ୍କୁ ବିବାହ କରିବାକୁ ନେଇ ମଧ୍ୟ ପ୍ରଲୋଭନ ଦେଉଥିଲା । ଏହି ରହସ୍ୟମୟୀ ମହିଳାଙ୍କ ବିଷୟରେ ଅଧିକ ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ଓ କେନ୍ଦ୍ରୀୟ ଏଜେନ୍ସି ମାନଙ୍କର ଜେରା ଜାରି ରଖିବ ବୋଲି ସୂଚନା ମିଳିଛି ।