ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି; ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha991483

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି; ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

PM Modi's US Visit: ଆମେରିକା ଗସ୍ତ ସମୟରେ ପିଏମ ମୋଦି କ୍ୱାଡ ସମ୍ମିଳନୀ, କୋଭିଡ ଗ୍ଲୋବାଲ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ମିଳିତ ଜାତିସଂଘର ସାଧାରଣ ସଭାର ଅଧିବେଶନକୁ ମଧ୍ୟ ସେ ସମ୍ବୋଧିତ କରିବେ ।

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି; ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୧ ଟା ସମୟରେ ଆମେରିକା ଗସ୍ତ କରିଛନ୍ତି । ଏହି ଗସ୍ତରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର (S Jaishankar) ଓ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ (Ajit Doval) ମଧ୍ୟ ଯୋଗଦେବେ । ଆମେରିକାରେ ପିଏମ ମୋଦି ମିଳିତ ଜାତିସଂଘର ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ।

ନିଜ ଗସ୍ତ ସମୟରେ ପିଏମ ମୋଦି ସେପ୍ଟେମ୍ବର ୨୪ ରେ ହ୍ୱାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଅଂଶଗ୍ରହଣ କରିବେ । ଏହି ବୈଠକରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ଉପସ୍ଥିତ ରହିବେ । ଗତ 8 ମାସ ମଧ୍ୟରେ ଦୁଇଥର ପିଏମ ମୋଦି ଓ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ମିଟିଂ ହୋଇଛି, କିନ୍ତୁ ବର୍ତ୍ତମାନ ମୁହାଁମୁହିଁ ବୈଠକ ହେବ । ପ୍ରଧାନମନ୍ତ୍ରୀଙ୍କ ଶେଷ ପ୍ରମୁଖ ବିଦେଶ ଯାତ୍ରା ନଭେମ୍ବର ୨୦୧୯ ରେ ଥିଲା ଯେତେବେଳେ ସେ ବ୍ରାଜିଲ ଗସ୍ତ କରିଥିଲେ । ତେବେ ଚଳିତ ବର୍ଷ ମାର୍ଚ୍ଚରେ ସେ ବାଂଲାଦେଶ ଗସ୍ତରେ ଯାଇଥିଲେ ।

ଏହି ବିଷୟଗୁଡ଼ିକ ଉପରେ ହେବ ଆଲୋଚନା
ସେପ୍ଟେମ୍ବର ୨୪ ରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନାରେ ବାଣିଜ୍ୟ ଓ ସୁରକ୍ଷା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ । ଆଫଗାନିସ୍ତାନ ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି । ସୀମା ଆତଙ୍କବାଦ ଓ କୁସଂସ୍କାର ଭଳି ପ୍ରସଙ୍ଗରେ ମଧ୍ୟ ବ୍ୟାପକ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏଠାରେ ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

  • ୨୨ ସେପ୍ଟେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ପାଇଁ ଗସ୍ତ ଆରମ୍ଭ ।
  • ୨୩ ସେପ୍ଟେମ୍ବର - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଞ୍ଚିବେ ।
  • ୨୩ ସେପ୍ଟେମ୍ବର - ଅଷ୍ଟ୍ରେଲିଆର ଓ ଜାପାନ ପ୍ରଧାନମନ୍ତ୍ରୀ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ।
  • ୨୪ ସେପ୍ଟେମ୍ବର - ପ୍ରଧାନମନ୍ତ୍ରୀ ମୋଦି ଓ ବାଇଡେନଙ୍କ ମଧ୍ୟରେ ବୈଠକ ।
  • ୨୪ ସେପ୍ଟେମ୍ବର - କ୍ୱାଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ।
  • ୨୫ ସେପ୍ଟେମ୍ବର - UNGA ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ।
  • ୨୬ ସେପ୍ଟେମ୍ବର - ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାରତ ପ୍ରତ୍ୟାବର୍ତ୍ତନ ।

ଅଧିକ ପଢ଼ନ୍ତୁ: ବଡ଼ ଷଡ଼ଯନ୍ତ୍ରରେ ଲିପ୍ତ ଅଛି ଚୀନ୍! ରାତ୍ରି ସମୟରେ ଭାରତୀୟ ସୀମା ନିକଟରେ କରୁଛି ଯୁଦ୍ଧଭ୍ୟାସ

ଅଧିକ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ଧନବାନ ହେବେ PF ଆକାଉଣ୍ଟଧାରୀ! ଖାତାରେ ଆସିବ ମୋଟା ଅଙ୍କର ଟଙ୍କା, ଜାଣନ୍ତୁ ସବୁକିଛି

ଅଧିକ ପଢ଼ନ୍ତୁ: ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡରେ ବମ୍ପର ନିଯୁକ୍ତି; ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ