IPS Reshuffle In Odisha: ରବିବାର ଦିନ ଓଡ଼ିଶା ସରକାର ଆଇପିଏସ୍ କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି।  ଏନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୮ ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି ହୋଇଛି। ଏଥିରେ କଟକ-ଭୁବନେଶ୍ୱର ପୁଲିସ କମିଶନର ମଧ୍ୟ ସାମିଲ ଅଛି। ସୁରେଶ ଦେବ ଦତ୍ତ ସିଂଙ୍କୁ କମିଶନରେଟ୍ ପୋଲିସର କମିଶନର ଭାବେ ନିଯୁକ୍ତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେହିପରି ଏ.କେ ରୟଙ୍କୁ ଜେଲ୍ ବିଭାଗ ଡିଜି କରାଯାଇଛି। ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ବଦଳି କରାଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ ଦିଆଯାଇଛି।  ନୂଆ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଆର୍‌ପି କୋଚଙ୍କୁ ଦାୟିତ୍ୱ ମିଳିଛି।


ଅନ୍ୟପଟେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲାଙ୍କ ବଦଳି କରାଯାଇଛି। ବର୍ତ୍ତମାନ ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି। ସେହପରି ଗୃହ ବିଭାଗ OSD ଥିବା ଏସ୍.ଏମ୍ ନରୱାଣେଙ୍କ ବଦଳି କରାଯାଇଛି । ବର୍ତ୍ତମାନ ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ମିଳଛି।


କଟକ ଡିସିପି ଆର୍.ପ୍ରକାଶଙ୍କ ମଧ୍ୟ ବଦଳି ହୋଇଛି। ବର୍ତ୍ତମାନ ଆର୍.ପ୍ରକାଶଙ୍କୁ କ୍ରାଇମବ୍ରାଞ୍ଚର ଡିଆଇଜି କରାଯାଇଛି। ପିନାକ ମିଶ୍ରଙ୍କୁ ଭୁବନେଶ୍ୱରର ନୂଆ ଡିସିପି ଭାବରେ ଦାୟିତ୍ୱ ମିଳିଛି। ଏହା ସହିତ ପ୍ରତୀକ ସିଂ କଟକ (ଗ୍ରାମାଞ୍ଚଳ) ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରାଙ୍କୁ ରେଳବାଇ ଓ ତଟ ସୁରକ୍ଷା ଏଡିଜିପି ଭାବେ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଏସ୍‌ସିଆରବିର ନିର୍ଦ୍ଦେଶକ ବିନୟ ତୋଷ ମିଶ୍ର କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି।  


ରାଧାକିଷନ୍ ଶର୍ମାଙ୍କୁ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ୱ ଦିଆଯାଇଛି। କଟକ ସ୍ଥିତ ପୁଲିସ ମୁଖ୍ୟାଳୟର ADGP ଭାବେ ନୂଆ ଦୟାଲ୍ ଗଙ୍ଗୱାର ଦାୟିତ୍ୱ ପାଇଛନ୍ତି । ରାଜେଶ କୁମାରଙ୍କୁ ସ୍ପେଶିଆଲ୍ ଆର୍ମଡ ପୁଲିସ ADGP ଭାବେ ବଦଳି କରାଯାଇଛି।


ଦେଖନ୍ତୁ ପୂରା ଲିଷ୍ଟ: