23 August Grah Gochar: ଶୁକ୍ରବାର, ୨୩ ଅଗଷ୍ଟ ୨୦୨୪- ଦିନ ବୁଧ ଓ ଶୁକ୍ର କେବଳ ଏକାଠି ନକ୍ଷତ୍ର ବଦଳୁନାହାନ୍ତି ବରଂ ଏହି ତିଥିରେ ଗ୍ରହର ରାଜକୁମାର କୁହାଯାଉଥିବା ବୁଧ ମଧ୍ୟ ନିଜର ରାଶି ବଦଳାଉଛନ୍ତି । ଅଗଷ୍ଟ ୨୩ ତାରିଖ ସକାଳେ ବୁଧ କର୍କଟ ରାଶିରେ ପ୍ରବେଶ କରିଥିବା ବେଳେ ଏହା ସହିତ ସେ ଅଶ୍ଲେଷା ନକ୍ଷତ୍ରରେ ମଧ୍ୟ ପ୍ରବେଶ କରିଛନ୍ତି। ଅପରପକ୍ଷରେ ଦୈତ୍ୱ ମାନଙ୍କର ଗୁରୁ କୁହାଯାଉଥିବା ଶୁକ୍ର ଗ୍ରହ ଏହି ତିଥିରେ ସକାଳ ୮ଟା ୦୭ମିନିଟରେ ଉତ୍ତରା ଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ରରେ ଏହି ଦୁଇଟି ଜ୍ୟୋତିଷ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏହା ସମସ୍ତ ରାଶି ଉପରେ ସୁଦୂରପ୍ରସାରୀ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ବୁଧ-ଶୁକ୍ରଙ୍କ ଏହି ମହାନ ଚଳନ ୫ଟି ରାଶିର ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଦୃଢ଼ ସମ୍ଭାବନା ରହିଛି। କହିରଖୁଛୁ ଯେ ଏହି ସୁପରଟ୍ରାଞ୍ଜିଟ ଆଗାମୀ କିଛି ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖାଇବ ।

 

ବୃଷ ରାଶି

ବୁଧ-ଶୁକ୍ରଙ୍କ ମହାନ ଗୋଚର ବା ଚଳନର ସକାରାତ୍ମକ ପ୍ରଭାବ ରେ ଆପଣଙ୍କୁ ଜୀବନରେ ନୂଆ ସୁଯୋଗ ମିଳିପାରେ । ଅର୍ଥନୈତିକ ଲାଭ ହେବାର ଦୃଢ଼ ସମ୍ଭାବନା ରହିଛି। ବ୍ୟବସାୟରୁ ମିଳିଥିବା ଲାଭରେ ଯଥେଷ୍ଟ ବୃଦ୍ଧି ଘଟିବ। ଆପଣ ଅଭିଜ୍ଞ ବ୍ୟକ୍ତିଙ୍କୁ ଭେଟିବେ, ଯେଉଁମାନେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବେ। ଦାମ୍ପତ୍ୟ ଜୀବନ ସୁଦୃଢ଼ ହେବ। ସ୍ୱାସ୍ଥ୍ୟ ଭଲ ରହିବ।

 

କର୍କଟ ରାଶି 

କର୍କଟ ରାଶିର ଲୋକଙ୍କ ପାଇଁ ଏହି ସମୟ ବହୁତ ଅନୁକୂଳ ରହିବ । ମାନସିକ ଶାନ୍ତି ବୃଦ୍ଧି ପାଇବ। ବିଦ୍ୟାର୍ଥୀଙ୍କ କ୍ୟାରିୟରରେ ଉନ୍ନତି ହେବ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବ୍ୟବସାୟିକ ସମ୍ପର୍କ ସୁଦୃଢ଼ ହେବା ସହ ବ୍ୟବସାୟରେ ଲାଭ ମିଳିବ। ସେୟାର ମାର୍କେଟରୁ ଭଲ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଛି । ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।

 

କନ୍ୟା ରାଶି

କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଘରୋଇ ଚାକିରିରେ ପଦୋନ୍ନତି ମିଳିପାରେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କୁ ବିଦେଶ ଯିବାକୁ ପଡିପାରେ । ପ୍ରେମ ସମ୍ପର୍କରେ ଜୀବନସାଥୀଙ୍କ ସହ ଭାବନାତ୍ମକ ଆକର୍ଷଣ ଓ ଘନିଷ୍ଠତା ବୃଦ୍ଧି ପାଇପାରେ। ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି। ପାରିବାରିକ ଜୀବନ ସୁଖମୟ ରହିବ।

 

ତୁଳା ରାଶି

ତୁଳା ରାଶିର ଲୋକଙ୍କ ପାଇଁ ଆଜିର ସମୟ ଅତ୍ୟନ୍ତ ଅନୁକୂଳ ରହିବ। ଧୈର୍ଯ୍ୟ ରଖିବା ଏବଂ ମାନସିକ ଚାପରୁ ଦୂରେଇ ରହିବାର କ୍ଷମତା ବିକଶିତ ହେବ। ବିଦ୍ୟାର୍ଥୀମାନେ ନୂଆ ସମ୍ପର୍କ ଗଢ଼ିବେ, ଯାହା ପ୍ରେମ ସମ୍ପର୍କ ମଧ୍ୟ ହୋଇପାରେ। ବ୍ୟବସାୟରେ ଆପଣଙ୍କ ଉପଯୁକ୍ତ ପ୍ରୟାସ ଲାଭଦାୟକ ହେବ। ଅଫିସରେ ସହକର୍ମୀଙ୍କ ସହାୟତାରେ ଆପଣଙ୍କ ଆୟ ବୃଦ୍ଧି ହୋଇପାରେ। ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବା ସହିତ ଶାନ୍ତିରେ ନିଶ୍ୱାସ ନେବେ।

 

କୁମ୍ଭ ରାଶି

କୁମ୍ଭ ରାଶି ପାଇଁ ଏହି ସମୟ ଆର୍ଥିକ ଲାଭପ୍ରଦ ହୋଇପାରେ। ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି। ଏହି ସମୟ ନୂଆ ସୁଯୋଗରେ ପରିପୂର୍ଣ୍ଣ ରହିବ। କ୍ୟାରିୟରରେ ଉନ୍ନତିର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଏହା ଦ୍ୱାରା ପାରିବାରିକ ଜୀବନରେ ଚାପ କମିବାର ସମ୍ଭାବନା ରହିଛି। ନୂଆ କରି ପ୍ରେମରେ ପଡ଼ିଥିବା ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କରେ ଭାବପ୍ରବଣତା ବୃଦ୍ଧି ପାଇପାରେ। ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ସୃଜନଶୀଳତାରେ ପରିପୂର୍ଣ୍ଣ ରହିବ।

 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)