Corona ଭ୍ୟାକସିନ ନେବାପରେ ମାସିକ Periods ରେ ଭୋଗୁଛନ୍ତି କି ଏହି ସମସ୍ୟା ?
ବ୍ରିଟେନରେ କିଛି ମହିଳା କହିଛନ୍ତି ଯେ, ସେମାନେ ଭ୍ୟାକସିନ ନେବା ପରେ ତାଙ୍କର ମାସିକ ଧର୍ମ ତଥା ଋତୁସ୍ରାବରେ ସମସ୍ୟା ଉପୁଜିଛି । ତେବେ ଏହି ଅଭିଯୋଗ ଆଣିଥିବା ୪୦୦୦ ହଜାର ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇ ପରୀକ୍ଷା କରାଯାଉଛି ।
ଲଣ୍ଡନ: ବିଶ୍ୱରେ କୋରୋନାକୁ ମାତ୍ ଦେବାକୁ ଜୋରସୋରରେ ସବୁ ରାଷ୍ଟ୍ରରେ ଚାଲିଛି ଟିକାକରଣ । ହେଲେ ଏହି ଟିକାକରଣ ପରେ କିଛି କିଛି ରାଷ୍ଟ୍ରରୁ ଏ ଖବର ବି ଶୁଣିବାକୁ ମିଳିଥିଲା ଯେ, ଟିକାକରଣ ପରେ କିଛିଟା ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ମାତ୍ର କୋରୋନା ଭ୍ୟାକସିନକୁ ଏବେ ସୁଦ୍ଧା କୌଣସି ପ୍ରକାରର ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନି । ମାତ୍ର ବ୍ରିଟେନରେ କିଛି ମହିଳା କହିଛନ୍ତି ଯେ, ସେମାନେ ଭ୍ୟାକସିନ ନେବା ପରେ ତାଙ୍କର ମାସିକ ଧର୍ମ ତଥା ଋତୁସ୍ରାବରେ ସମସ୍ୟା ଉପୁଜିଛି । ତେବେ ଏହି ଅଭିଯୋଗ ଆଣିଥିବା ୪୦୦୦ ହଜାର ମହିଳାଙ୍କୁ ସ୍ୱତନ୍ତ୍ର ଭାବେ ରଖାଯାଇ ପରୀକ୍ଷା କରାଯାଉଛି ।
ଏକ ଖବର ସରବରାହ ସଂସ୍ଥା ରିପୋର୍ଟ ଅନୁସାରେ, ୧୭ ମେ ରେ ଦ ସଣ୍ଡେ ଟାଇମ୍ସ ଦ୍ୱାରା ପ୍ରାପ୍ତ ଅଧିକାରୀଙ୍କ ଅଙ୍କ ହିସାବରେ ଆଷ୍ଟ୍ରେଜେନେକା (AstraZeneca) ଭ୍ୟାକସିନ ଲଗାଇବା ପରେ ପାର୍ଶ୍ୱ ପ୍ରତିକ୍ରିୟା ବା କିଛି ମାତ୍ରାର ସମସ୍ୟା ଉପୁଜିଥିବା ନେଇ ୨ ହଜାର ୭୩୪ ଟି ମାମଲା ମେଡିସିନ ଆଣ୍ଡ ହେଲଥ କେୟାର ପ୍ରଡକ୍ଟସ ରେଗୁଲାରିଟି ଏଜେନ୍ସି ଦ୍ୱାରା ସାମ୍ନାକୁ ଆସିଛି । ଏହି କ୍ରମରେ ଏକ ହଜାର ୧୫୮ ମାମଲା ଫାଇଜର ଭ୍ୟାକସିନ ସମ୍ୱନ୍ଧୀୟ ରହିଛି । ସେହିପରି ମଡର୍ଣ୍ଣା ଭ୍ୟାକସିନ (Moderna Vaccine) ନେଇଥିବା ୬୬ ଲୋକ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ନେଇ ମାମଲା ଦାୟର କରିଛନ୍ତି ।
Also Read: ଅପେକ୍ଷାର ଅନ୍ତ ! ଏହି ରାଜ୍ୟରେ ଜୁଲାଇ ୧ରୁ ଖୋଲିବ ସ୍କୁଲ ଓ କଲେଜ
ତେବେ ଏହି ଅଭିଯୋଗ ଆସିଥିବା ମଧ୍ୟରେ ସାମାନ୍ୟରୁ ଟିକିଏ ଅଧିକ ମହିଳାଙ୍କ ଅଭିଯୋଗ ରହିଛି । ଯେଉଁ ମହିଳା ମାନେ କୋରୋନା ଭ୍ୟାକସିନ (Corona Vaccine) ନେଇଛନ୍ତି ସେମାନଙ୍କର ମାସିକ ଧର୍ମରେ କିଛି ନା କିଛି ସମସ୍ୟା ଦେଖାଦେଇଛି । MHRA କହିଛି ଯେ, ବିଶେଷଜ୍ଞ ଏକଥା ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ମହିଳା ମାନେ ଭ୍ୟାକସିନ ନେବା ପରେ ଋତୁସ୍ରାବରେ ସମସ୍ୟା ସାମ୍ନା କରୁଛନ୍ତି ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର ବା ଭୟଭୀତ ହେବାର କୌଣସି କାରଣ ନାହିଁ । ଏହାଦ୍ୱାରା କୌଣସି ବିପଦ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।
Also Read: ଭେଣ୍ଟିଲେଟରରେ ସ୍ୱାମୀ, ଉଜୁଡା ସଂସାର ବଞ୍ଚାଇବାକୁ ସୋନାଲିଙ୍କ ଆକୁଳ ମିନତି
ତେବେ ଏକ ରିପୋର୍ଟ ଅନୁସାରେ, ଭ୍ୟାକସିନ (Vaccine) ନେଇଥିବା ମହିଳା ମାନଙ୍କୁ ଅଧିକ ଦିନ ଧରି ରକ୍ତସ୍ରାବ ହେଉଛି ତ କିଛି କିଛି ମହିଳାଙ୍କୁ ଅତ୍ୟଧିକ ରକ୍ତସ୍ରାବର ସମ୍ମୁଖୀନ ହେଉଥିବା ନେଇ ମଧ୍ୟ କହିଛନ୍ତି । ତେବେ ଏଭଳି ଅଭିଯୋଗର ସମୀକ୍ଷା କରୁଛି MHRA । ଏହାକୁ ସମୀକ୍ଷା କରାଯାଇ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଅଭିଯୋଗ ଆସିବା ପରେ ଏହାକୁ ଗୁରୁତର ସହ ସମୀକ୍ଷା କରାଯାଉଛି । ପିରିୟଡସ ବା ମାସିକ ଋତୁସ୍ରାବ (Periods) ସମସ୍ୟା ନେଇ ଅଧିକରୁ ଅଧିକ ୩୦ ରୁ ୪୯ ବର୍ଷ ବୟସ୍କ ମହିଳାଙ୍କର ବୋଲି ଜଣାପଡ଼ିଛି ।
Also Read: ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ
ଅନ୍ୟପଟେ Royal College of Obstetricians and Gynecologists ର ସମସ୍ତ ଡକ୍ଟରଙ୍କ କହିବା କଥା ଯେ, ଯେଉଁ ମହିଳା ମାନଙ୍କର ଅଧିକରୁ ଅଧିକ ରକ୍ତସ୍ରାବ ହେଉଛି ସେମାନେ ନିଜ ଡାକ୍ତରଙ୍କ ଠାରୁ ଉପଯୁକ୍ତ ପରାମର୍ଶ ନିଅନ୍ତୁ । ତେବେ ପାର୍ଶ୍ୱ ପ୍ରତିକ୍ରିୟା (Side Effects) ନେଇ ଭୟଭୀତ ନ ହୋଇ କୋରୋନା ଭ୍ୟାକସିନ ଲଗାନ୍ତୁ ଓ ଏ ମହାମାରୀରୁ ବଞ୍ଚନ୍ତୁ ।