୩୧ ବର୍ଷୀୟ ସିଦ୍ଧାର୍ଥ ପୂର୍ବରୁ କୌଣସି ଗୁରୁତର ରୋଗର ଶିକାର ହୋଇ ନାହାନ୍ତି। ସେ ନିଶା ମଧ୍ୟ ସେବନ କରନ୍ତି ନାହିଁ। ଏପରି କି ସେ ଜଣେ ଶାକାହାରୀ ବ୍ୟକ୍ତି। ସିଦ୍ଧାର୍ଥଙ୍କ ପରି ଖୁବ କମ ବ୍ୟକ୍ତି ମିଳନ୍ତି ଯିଏ କମ ବୟସରେ ବା ଯୁବାବସ୍ଥାରେ ମଦ-ମାଂସଠାରୁ ଦୂରରେ ରୁହନ୍ତି। କିନ୍ତୁ ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ କୋରୋନା ସହ ସଂଗ୍ରାମ କରୁଛନ୍ତି।
Trending Photos
ଭୁବନେଶ୍ୱର: ଅନ୍ୟ ନବଦମ୍ପତିଙ୍କ ପରି ଆଖିରେ ଆଖିଏ ସ୍ୱପ୍ନ ନେଇ ନିଜର ସାଂସରିକ ଜୀବନ ଆରମ୍ଭ କରିଥିଲେ। ହସ ଖୁସିରେ ଜୀବନ ମଧ୍ୟ କଟୁଥିଲା। କିନ୍ତୁ ବିବାହର ୩ ବର୍ଷ ପୁରିବା ପୂର୍ବରୁ ଏହି ଛୋଟିଆ ପରିବାର ଉପରେ ମହାମାରୀର କଳାବାଦଳ ଢାଙ୍କି ହୋଇଗଲା। ପ୍ରାୟ ମାସେ କାଳ ହେବ ସ୍ୱାମୀ କୋରୋନା ସହ ଲଢେଇ କରୁଛନ୍ତି। ଡାକ୍ତର ECMO ଚିକିତ୍ସା ପାଇଁ ପରାମର୍ଶ ଦେଇଛନ୍ତି। ଆଉ ସ୍ତ୍ରୀ ଏବେ ସହାୟତା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି। ଏଭଳି ଏକ କରୁଣ ପରିସ୍ଥିତି ଦେଇ ଭୁବନେଶ୍ୱରର ଯୁବ ଦମ୍ପତି ସିଦ୍ଧାର୍ଥ ଶଙ୍କର ମିଶ୍ର ଏବଂ ସୋନାଲି ସ୍ୱେତପଦ୍ମା ଗତି କରୁଛନ୍ତି।
୩୧ ବର୍ଷୀୟ ସିଦ୍ଧାର୍ଥ ପୂର୍ବରୁ କୌଣସି ଗୁରୁତର ରୋଗର ଶିକାର ହୋଇ ନାହାନ୍ତି। ସେ ନିଶା ମଧ୍ୟ ସେବନ କରନ୍ତି ନାହିଁ। ଏପରି କି ସେ ଜଣେ ଶାକାହାରୀ ବ୍ୟକ୍ତି। ସିଦ୍ଧାର୍ଥଙ୍କ ପରି ଖୁବ କମ ବ୍ୟକ୍ତି ମିଳନ୍ତି ଯିଏ କମ ବୟସରେ ବା ଯୁବାବସ୍ଥାରେ ମଦ-ମାଂସଠାରୁ ଦୂରରେ ରୁହନ୍ତି। କିନ୍ତୁ ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଭେଣ୍ଟିଲେଟରରେ କୋରୋନା ସହ ସଂଗ୍ରାମ କରୁଛନ୍ତି। କୋରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ନିମୋନିଆ ହୋଇଛି। ଦୀର୍ଘ ୨୮ ଦିନ ହେଲା ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସିଦ୍ଧାର୍ଥଙ୍କୁ ECMO ଚିକିତ୍ସା କରିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି।
Also Read: ଜିଲ୍ଲାରେ ହେବ Campaign Mode Vaccination; ସରକାରଙ୍କ ପକ୍ଷରୁ Daily Target ଜାରି
ଦିନେ ନିଜ ସିନ୍ଦୁରକୁ ବଞ୍ଚାଇବା ପାଇଁ ସାବିତ୍ରୀ, ଯମଙ୍କ ସହ ଲଢେଇ କରିଥିଲେ। କିନ୍ତୁ ବର୍ତ୍ତମାନ ସମୟରେ ଜୀବନ ରକ୍ଷା କରିବାକୁ ଚିକିତ୍ସା ବ୍ୟବସ୍ଥା ହିଁ ଏକ ମାତ୍ର ମାଧ୍ୟମ। କିନ୍ତୁ ଏଗୁଡିକ ବହୁତ ମହଙ୍ଗା। ସିଦ୍ଧାର୍ଥଙ୍କୁ ECMO ଚିକିତ୍ସା କରାଇବାକୁ ସୋନାଲିଙ୍କ ପାଖରେ ସେତିକି ସମ୍ବଳ ନାହିଁ । ତେଣୁ ସେ ଆର୍ଥିକ ସହାୟତା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି। କିଛି ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ସହାୟତାରେ ପୁଞ୍ଚି ଯୋଗାଡ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୩୦ ପ୍ରତିଶତ ଅର୍ଥ ଯୋଗାଡ କରାଯାଇଛି। ଯଦି ଅନ୍ୟମାନେ ମଧ୍ୟ କିଛି କିଛି ଅର୍ଥିକ ସହାୟତା ଦିଅନ୍ତି ତେବେ ସୋନାଲିଙ୍କ ସଂସାର ପୁଣି ହସି ଉଠିବ ବୋଲି ସିଦ୍ଧାର୍ଥଙ୍କ ସାଙ୍ଗମାନେ କହିଛନ୍ତି।
ସୋନାଲି କହିଛନ୍ତି ଯେ, ଏକ ଯୁବ ଦମ୍ପତି ଭାବରେ ଆମ ଆଖିରେ ଅନେକ ସ୍ୱପ୍ନ ନେଇ ଫେବୃଆରୀ ୨୦୧୯ରେ ବିବାହ କରିଥିଲୁ। ବିବାହକୁ କିଛି ଦିନ ଯାଇଛି କି ନାହିଁ କୋରୋନା ଆମ ଜୀବନରେ ଅଭିଶାପ ଭାବରେ ଉଭା ହୋଇଛି। ମୁଁ ଏବଂ ସିଦ୍ଧାର୍ଥ ୧୬ ମଇ ୨୦୨୧ରେ କୋଭିଡ୍ ପଜିଟିଭ୍ ବାହାରିଥିଲୁ। ଆମେ ଦୁହେଁ ଏକ ସପ୍ତାହ ପାଇଁ isolation ରହିଥିଲୁ, ସେତେବେଳେ ସିଦ୍ଧାର୍ଥଙ୍କ ଅବସ୍ଥା ବିଗିଡି ଯାଇଥିଲା। ୨୨ ମଇରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସିଦ୍ଧାର୍ଥଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଗଲା କିନ୍ତୁ ତାଙ୍କର ଅବସ୍ଥା ଆଉ ଉନ୍ନତି ଆସିଲାନାହିଁ।
Also Read: ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ
ସେ ପୁଣି କହିଛନ୍ତି, ' ସ୍ୱାସ୍ଥ୍ୟାବସ୍ଥା ବିଗିବାରୁ ୧୪ ଜୁନରେ ସିଦ୍ଧାର୍ଥକୁ ସ୍ଥାନାନ୍ତରିତ CCUକୁ ସ୍ଥାନାନ୍ତର କରାଗଲା। ଯେଉଁଠି ସେ ଭେଣ୍ଟିଲେଟରରେ ଥିଲେ। ତାଙ୍କର ଫୁସଫୁସ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଡାକ୍ତରମାନେ ତୁରନ୍ତ ECMO ଚିକିତ୍ସା ପାଇଁ କହିଛନ୍ତି। ସିଦ୍ଧାର୍ଥଙ୍କ ପିତାମାତା ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଏବଂ ସେ ଘରର ଏକମାତ୍ର ରୋଜଗାରିଆ ପୁଅ। ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଇ କେବଳ ECMO ଚିକିତ୍ସା ପାଇଁ ଦୈନିକ ଏକ ଲକ୍ଷ ଟଙ୍କା ଆବଶ୍ୟକ। ସିଦ୍ଧାର୍ଥଙ୍କ ପୂର୍ଣ୍ଣ ଆରୋଗ୍ୟ ପାଇଁ ଅତି କମରେ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଯଦି ଆବଶ୍ୟକ ହୁଏ ତେବେ ତାଙ୍କର ଫୁସଫୁସ ପ୍ରତିରୋପଣ ମଧ୍ୟ କରାଯାଇପାରେ।'
Donation ପାଇଁ କ୍ଲିକ୍ କରନ୍ତୁ: Support Siddharth Shankar Mishra