• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ

ଦେବେନ୍ଦ୍ରଙ୍କ ବ୍ୟବହାର ମୋତେ ନିରବ କରିଦେଲା। ମୁଁ ଅନେକ ଥର ସମ୍ମାନୀତ ହୋଇଛି କିନ୍ତୁ ଏହା ମୋ ପାଇଁ ଅଭୁଲା ହୋଇ ରହିବ ବୋଲି ଅଭିନେତା ସବ୍ୟସାଚୀ (Sanbyasachi Mishra) କହିଛନ୍ତି। 

ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ
ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ରଙ୍କୁ ଭେଟିଲେ ସବ୍ୟ

ଭୁବନେଶ୍ୱର: ଶେଷରେ 'ଭାଇରାଲ ବୟ' ଦେବେନ୍ଦ୍ର ଭୋଇଙ୍କୁ ଭେଟିଲେ ଅଭିନେତା ସବ୍ୟସାଚୀ ମିଶ୍ର। ତିନି ଦିନ ଖୋଜାଖୋଜି କରିବା ପରେ ଆଜି ସେ ଭୁବନଶ୍ୱରରରେ ଦେବେନ୍ଦ୍ରଙ୍କୁ ସାକ୍ଷାତ କରିଛନ୍ତି। ଦେବେନ୍ଦ୍ର ମଧ୍ୟ ତାଙ୍କ ସହ ଆଣିଥିବା ଫଟୋଚିତ୍ର ଦେଇ ସବ୍ୟଙ୍କୁ ସମ୍ମାନିତ କରିବା ସହ କୃତ୍ତଜ୍ଞତା ଜଣାଇଛନ୍ତି।

ଦେବେନ୍ଦ୍ର ଭୋଇଙ୍କୁ ଭେଟିଲା ପରେ ସବ୍ୟସାଚୀ ମିଶ୍ର କହିଛନ୍ତି, 'ଶେଷରେ ତିନି ଦିନ ପରେ ମୁଁ ତାଙ୍କୁ ପାଇଲି। ଗତ ୧୫ ତାରିଖରେ ବହୁତ ଲୋକ ମୋତେ ଟ୍ୟାଗ କରି ଏକ ଭାଇରାଲ ଭିଡିଏ ସେୟାର କରିଥିଲେ। ଜଣେ ଯୁବକ ବର୍ଷାରେ ଭିଜି ଭିଜି କଟକରୁ ଭୁବନେଶ୍ୱର (Bhubaneswar) ମୋତେ ସମ୍ମାନିତ କରିବାକୁ ଆସୁଥିବା କୁହାଯାଉଥିଲା। ମୁଁ ତାଙ୍କୁ ଟ୍ରେସ କରିବାକୁ ବହୁତ ଚେଷ୍ଟା କଲି। ତାଙ୍କର ମୋବାଇଲ ନମ୍ବର କିମ୍ବା ଠିକଣା ନଥିବାରୁ ମୁଁ ତାଙ୍କୁ ପାଇ ପାରିଲି ନାହିଁ।'

Also Read: ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ସବ୍ୟ ପୁଣି କହିଛନ୍ତି, 'ଦେବେନ୍ଦ୍ର ଭୋଇଙ୍କୁ ଖୋଜିବା ପାଇଁ ମୁଁ ଶେଷରେ ସୋସିଆଲ ମିଡିଆର ସହାୟତା ନେଲି। ଗତକାଲି ସେ ନୟାପଲ୍ଲୀ ମାର୍କେଟରେ ଥିବା ନେଇ ଜଣେ ଫେସବୁକ ୟୁଜର ମୋତେ ସୂଚନା ଦେଲେ। ମୁଁ ତାଙ୍କୁ ଭେଟିଲି। ଦେବେନ୍ଦ୍ରଙ୍କ ଘର ସାଲେପୁର ଅଞ୍ଚଳରେ। ମୁଁ ଯେତେବେଳେ ଏଠାକୁ ଆସବାର ଅଭିପ୍ରାୟ ପଚାରିଲି, ସେତେବେଳେ ସେ କହିଲେ ଯେ, ତାଙ୍କର କୌଣସି ପ୍ରକାରର ଅନୁରୋଧ ନାହିଁ, ମୁଁ ଯେଉଁ କାମ କରୁଛି ସେଥିପାଇଁ ସେ କେବଳ ମୋତେ ସମ୍ମାନୀତ କରିବାକୁ ଆସିଛନ୍ତି।'

ଦେବେନ୍ଦ୍ରଙ୍କ ବ୍ୟବହାର ମୋତେ ନିରବ କରିଦେଲା। ମୁଁ ଅନେକ ଥର ସମ୍ମାନୀତ ହୋଇଛି କିନ୍ତୁ ଏହା ମୋ ପାଇଁ ଅଭୁଲା ହୋଇ ରହିବ ବୋଲି ଅଭିନେତା ସବ୍ୟସାଚୀ (Sanbyasachi Mishra) କହିଛନ୍ତି। ସେପଟେ ସବ୍ୟଙ୍କୁ ଭେଟିବା ପରେ ଦେବେନ୍ଦ୍ର ଖୁସିରେ ବିଭୋର ହୋଇଯାଇଛନ୍ତି। ସେ ସବ୍ୟଙ୍କୁ ଏକ ଫଟୋ ଦେଇଛନ୍ତି, ସେଥିରେ ଦ ରିଅଲ ହିରୋ ସବ୍ୟସାଚୀ ବୋଲି ଲେଖା ହୋଇଛି। ଦେବେନ୍ଦ୍ର କହିଛନ୍ତି ଯେ, ସବ୍ୟସାଚୀ ଆଗକୁ ମଧ୍ୟ ଏଭଳି ଭାବେ ଲୋକଙ୍କୁ ସାହାଯ୍ୟ କରନ୍ତୁ ଓ ସୁସ୍ଥ ରୁହନ୍ତୁ ଏତିକି ହିଁ ଠାକୁରଙ୍କ ଠାରେ ମୋର ପ୍ରାର୍ଥନା।