Apple ଆଣୁଛି ଶସ୍ତା iPhone! ଜାଣନ୍ତୁ, କଣ ଅଛି ସ୍ମାର୍ଟଫୋନର ଫିଚର୍
ଯଦି ଆପଣ ଏକ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ଯାହା ଅତ୍ୟଧିକ ମହଙ୍ଗା ନୁହେଁ, ତେବେ ଆପଲର iPhone SEକୁ ବାଛି ପାରିବେ। ଖବର ଅନୁଯାୟୀ, ଆପଲ୍ ଖୁବ୍ ଶୀଘ୍ର iPhone SEର ଏକ ନୂଆ ମଡେଲ୍ ରିଲିଜ୍ କରିପାରେ।
ନୂଆଦିଲ୍ଲୀ: ଆମେରିକୀୟ ସ୍ମାର୍ଟଫୋନ୍ କମ୍ପାନୀ ଆପଲର ପ୍ରଶଂସକମାନେ ସାରା ବିଶ୍ୱରେ ବ୍ୟାପିଛନ୍ତି। ଯଦିଓ ଏହି ଆଇଫୋନ୍ ଗୁଡିକରେ କୌଣସି ଫିଚରର ଅଭାବ ନାହିଁ, କିନ୍ତୁ ଗୋଟିଏ ଜିନିଷ ଯାହା ଅଧିକାଂଶ ଲୋକଙ୍କୁ ଆଘାତ କରେ ତାହା ହେଉଛି ଫୋନର ମୂଲ୍ୟ। ଯଦି ଆପଣ ଏକ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ଯାହା ଅତ୍ୟଧିକ ମହଙ୍ଗା ନୁହେଁ, ତେବେ ଆପଲର iPhone SEକୁ ବାଛି ପାରିବେ। ଖବର ଅନୁଯାୟୀ, ଆପଲ୍ ଖୁବ୍ ଶୀଘ୍ର iPhone SEର ଏକ ନୂଆ ମଡେଲ୍ ରିଲିଜ୍ କରିପାରେ। ପୁରୁଣା ମଡେଲ ତୁଳନାରେ ଏଥିରେ କ’ଣ ନୂଆ ହେବ ଆସନ୍ତୁ ଦେଖିବା।
Appleର ନୂଆ ସ୍ମାର୍ଟଫୋନ iPhone SEରେ ମିଳିବ ଏହି ଫିଚର-
Macotakara Blog ନୂତନ iPhone SE ବିଷୟରେ ଏହି ସୂଚନା ପ୍ରକାଶ କରିଛି ଯେ, ଆପଲ୍ ଏହି ଫୋନରେ ଏକ ନୂତନ ପ୍ରୋସେସର୍ ଲଗେଇବାକୁ ଯାଉଛି, ଯାହା ଦ୍ୱାରା ଏହି ସ୍ମାର୍ଟଫୋନରେ 5G ସେବାକୁ ଉପଲବ୍ଧ ହୋଇ ପାରିବ। ଯଦିଓ 5G ସେବାର ଖବରକୁ ଲୋକମାନେ ପସନ୍ଦ କରୁଛନ୍ତି, କିନ୍ତୁ ସମସ୍ତେ ମଧ୍ୟ ଭାବିବାକୁ ବାଧ୍ୟ ହୋଇଛନ୍ତି ଯେ, ଆପଲ୍ 5Gରେ କିପରି ନିଜ ଫୋନର ବ୍ୟାଟେରୀକୁ ଉନ୍ନତ କରିବ। କାରଣ ବ୍ୟାଟେରୀ ଲାଇଭ ହେଉଛି ଆଇଫୋନର ଏକ ଦୁର୍ବଳ ପଏଣ୍ଟ।
Also Read: ପୂଜା ପୂର୍ବରୁ ଉପହାର! ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮%କୁ ବୃଦ୍ଧି
iPhone 13 ରୁ ଉପଲବ୍ଧ ହେବ ଏହି ଫିଚର-
ବ୍ଲଗ୍ ଅନୁଯାୟୀ, iPhone 13 ପରି iPhone SEର ନୂତନ ମଡେଲରେ ଆପଲ୍ A15 ବାୟୋନିକ୍ ଚିପ୍ ବ୍ୟବହାର କରିବ। ଏହି ଫୋନରେ ଏହା ସବୁଠାରୁ ବଡ ପରିବର୍ତ୍ତନ ଏବଂ ନୂତନ ଫିଚର ହୋଇପାରେ। ଏହି ମଡେଲ୍ iPhone SEର ତୃତୀୟ ମଡେଲ୍ ହେବ। ଏହା ପରେ ଆଉ ଏହି ଫୋନରେ ଅଧିକ ପରିବର୍ତ୍ତନ କରାଯିବ ନାହିଁ।
ରିପୋର୍ଟଗୁଡିକ ଅନୁଯାୟୀ, iPhone SEର ଡିଜାଇନ୍ ଏବଂ ଅନ୍ୟାନ୍ୟ ଫିଚରରେ ଅଧିକ ପରିବର୍ତ୍ତନ ହେବ ନାହିଁ। ଏହି ଫୋନର ଫିଚର ଅନୁମାନ କରିବା କଷ୍ଟକର ନୁହେଁ। iPhone SEର ନୂତନ ମଡେଲ୍ ମଧ୍ୟ ୪.୭-ଇଞ୍ଚ୍ LCD Display, ଚଙ୍କି ବେଜେଲ୍ସ, ପୁରୁଣା ଟଚ୍ ID ଭେରିଫିକେସନ ଏବଂ ଏକ ଛୋଟ ବ୍ୟାଟେରୀ ସହିତ ଆସିପାରେ।