Gajalakshmi Raja Yoga 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ବୁଦ୍ଧି, ଧର୍ମ, ଧନ, ଆଧ୍ୟାତ୍ମିକତା, ଶିକ୍ଷା ଓ କର୍ମର ଗୁରୁ ବୋଲି କୁହାଯାଏ। ତେବେ, ବୃହସ୍ପତିଙ୍କ ଚଳନ ବା ରାଶି ପରିବର୍ତ୍ତନ ରାଶି ଚକ୍ରରେ ଥିବା ସମସ୍ତ ରାଶି ଉପରେ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁଯାୟୀ, ଆସନ୍ତା  ଜୁଲାଇ ୮ ତାରିଖରେ ଦେବଗୁରୁ ବୃହସ୍ପତି ମେଷ ରାଶିକୁ ଚଳନ କରିବେ । ପରେ ବୃହସ୍ପତି ପୁଣିଥରେ ଅଗଷ୍ଟ ୩ରେ ସେହି ରାଶିରେ ଓଲଟା ଚଳନ କରିବେ। ବୃହସ୍ପତିଙ୍କ ଓଲଟା ଚଳନ ଫଳରେ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେବ । ତେବେ, ଏହି ଗଜଲକ୍ଷ୍ମୀ ରାଜଯୋଗ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ।  ତେବେ ଆସନ୍ତୁ ଜାଣିବା ଏହି ଗଜଲକ୍ଷ୍ମୀ ରାଜଯୋଗ କେଉଁ ସବୁ ରାଶିଙ୍କୁ ଧନବାନ୍ କରିବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ତାମଡା ଘାଟିରେ ବ୍ରେକ୍ ଫେଲ୍ ହେଲା ଯାତ୍ରୀବାହୀ ବସ୍ , ଘଟଣାସ୍ଥଳରେ...


ମେଷ ରାଶି:  ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବୃହସ୍ପତିଙ୍କର ଶୁଭ ପ୍ରଭାବ ଯୋଗୁଁ, ଚାକିରିରେ କ୍ଷେତ୍ରରେ ପଦୋନ୍ନତି ସହ ପ୍ରସଂଶା ମିଳିବ । ବେରୋଜଗାରୀମାନଙ୍କୁ ନୂତନ ଚାକିରି ମିଳିବା ନେଇ ଯୋଗ ରହିଛି । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରିବେ। ନିବେଶରୁ ହଠାତ୍ ଲାଭ ମିଳିବ । ସ୍ବାସ୍ଥ୍ୟ ଭଲ ରହିବ। 


କର୍କଟ ରାଶି: ବୃହସ୍ପତିଙ୍କ ଏହି ଚଳନ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅନୁକୂଳ ରହିବ । ଜୀବନରେ ଉନ୍ନତି ଆସିବ। ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ । ବୈବାହିକ ଜୀବନ ସୁଖମୟ ହେବ । ବିବାହ ପାଇଁ ଚିନ୍ତିତ ଥିବା ଲୋକେ ବିବାହ ନେଇ ଭଲ ପ୍ରସ୍ତାବ ପାଇପାରନ୍ତି । ବିନିଯୋଗରୁ ଆର୍ଥିକ ଭାବେ ଲାଭବାନ ହେବେ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ପୂର୍ବ ଅପେକ୍ଷା ଭଲ ହେବ ।


ସିଂହ ରାଶି: ଏହି ସମୟରେ ସିଂହ ରାଶିର ଭାଗ୍ୟଦୋୟ ହେବାକୁ ଯାଉଛି । ଆକସ୍ମିକ୍ ଧନ ଲାଭ ନେଇ ଯୋଗ ରହିଛି । ବିବାହ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବୃହସ୍ପତିଙ୍କ ଆର୍ଶୀବାଦରୁ ବୈବାହିକ ଜୀବନରେ ମଧୁରତା ଆସିବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳାଇବେ । ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ। ସମାଜରେ ମାନ, ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ ତଥା ଜମି କିଣିବା ନେଇ ଯୋଗ ରହିଛି ।


ଧନୁ ରାଶି:  ଗଜଲକ୍ଷ୍ମୀ ରାଜଯୋଗ ଧନୁ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ପ୍ରମାଣିତ ହେବ। ବୃହସ୍ପତି ଚଳନ ଫଳରେ ଆର୍ଥିକ ଲାଭ ମିଳିବ । ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ । ପ୍ରେମୀ ଯୁଗଳ ପ୍ରେମ ସଂପର୍କରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବ । ବୈବାହିକ ଜୀବନ ସୁଖମୟ ହେବ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)