Road Accident: ତାମଡା ଘାଟିରେ ବ୍ରେକ୍ ଫେଲ୍ ହେଲା ଯାତ୍ରୀବାହୀ ବସ୍ , ଘଟଣାସ୍ଥଳରେ...
Advertisement
Article Detail0/zeeodisha/odisha2296261

Road Accident: ତାମଡା ଘାଟିରେ ବ୍ରେକ୍ ଫେଲ୍ ହେଲା ଯାତ୍ରୀବାହୀ ବସ୍ , ଘଟଣାସ୍ଥଳରେ...

Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ । ଘାଟିରେ ଓଏସଆରଟିସି(Osrtc) ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। 

Road Accident: ତାମଡା ଘାଟିରେ ବ୍ରେକ୍ ଫେଲ୍ ହେଲା ଯାତ୍ରୀବାହୀ ବସ୍  , ଘଟଣାସ୍ଥଳରେ...

Road Accident: ଏମିତିବି ଆସେ ମୃତ୍ୟୁ। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ । ଘାଟିରେ ଓଏସଆରଟିସି(Osrtc) ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟ ବସତଃ ଏହି ଦୁର୍ଘଟଣାରେ କେହି ଯାତ୍ରୀ ମୃତାହତ ହୋଇ ନ ଥିବା ବେଳେ  ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। 

ସୂଚନା ଅନୁସାରେ, ୩୫ରୁ ଅଧିକ ଯାତ୍ରୀଙ୍କୁ ନେଇ ପଙ୍କଢିହିରୁ ବଣାଇ ଦେଇ ରାଉରକେଲା ଯାଉଥିଲା ଓଏସଆରଟିସି ବସ୍।  କିନ୍ତୁ ହଠାତ୍ ଏହି ସମୟରେ ତାମଡା ଘାଟିରେ ବସଟି ବ୍ରେକ୍ ଫେଲ୍ ହେବା ଯୋଗୁଁ ଭାରସାମ୍ୟ ହରାଇ  ରାସ୍ତା କଡରେ ଥିବା ଚଟାଣରେ ବାଡେଇ ହୋଇଯାଇଥିଲା।  ଫଳରେ ଦୁର୍ଘଟଣା ଯୋଗୁଁ ବସ୍ ରେ ଥିବା ଯାତ୍ରୀ ଆହତ ହୋଇପଡିଥିଲେ। ଏହାଦେଖି ସ୍ଥାନୀୟଲୋକୋ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି।  

ସେହିପରି, ନିକଟରେ, ଭୁବନେଶ୍ବର ପଳାଶୁଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଫଳରେ ୪ଟି କାର୍ ଏବଂ ଏକାଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଗାଡିରେ ବସିଥିବା ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।ସୂଚନା ମୁତାବକ, ଅପରାହ୍ମ ସମୟରେ ଦ୍ରୁତଗତିରେ ଏକ ଟ୍ରକ ଆସୁଥିବା ସମୟରେ ନିୟନ୍ତ୍ରଣ ହରାଇ କାର୍ ଏବଂ ବାଇକ ସହ ପିଟି ହୋଇଥିଲା । ଫଳରେ ଗାଡି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଗାଡି ଚାଳକ କାର ଭିତରେ ଫସି ରହିଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଆହତ ସମସ୍ତ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏଥିସହ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫୁଟ୍ ଓଭରବ୍ରିଜ୍ ଦାବି ନେଇ ସ୍ଥାନୀୟଲୋକେ ରାଜପଥ ଅବରୋଧ କରିଥିଲେ । ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ବର୍ତ୍ତମାନ ସ୍ୱଭାବିକ ହୋଇଛି ।