Malavya Rajyog 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଏବେ ଚାଲିଛି ଚୈତ୍ର ନବରାତ୍ରୀ। ଆଉ ଆଜି ସକାଳ ୮ଟା ୪୦ ମିନିଟ୍ ସମୟରେ ଶୁକ୍ର ମୀନ ରାଶିରୁ ମେଷ ରାଶିକୁ ଚଳନ କରିବେ। ନବରାତ୍ରୀ ସମୟରେ ଶୁକ୍ରଙ୍କ ଏହି ଚଳନ ମାଲାଭ୍ୟ ରାଜଯୋଗ ସୃଷ୍ଟି କରୁଛି। ଶୁକ୍ରଙ୍କୁ (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2024) ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ,ଆସନ୍ତୁ ଜାଣିବା ଏହି ମାଲାଭ୍ୟ ରାଜଯୋଗ (Malavya Rajyog) କେଉଁ ରାଶିକୁ ଶୁଭଫଳ ପ୍ରଦାନ କରୁଛି।...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ମଙ୍ଗଳବାର ,ଜାଣନ୍ତୁ ଆଜିର ରାଶିଫଳ


ଧନବାନ୍ ହେବେ ଏହି ସବୁ ରାଶି:


ବୃଷ: ଏହି ମାଲାଭ୍ୟ ରାଜଯୋଗ (Malavya Rajyog)ଏ-ହି ରାଶିଙ୍କ ପାଇଁ ବେଶ୍ ଫଳପ୍ରଦ ରହିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କୁ ମନ ପସନ୍ଦର ଚାକିରି ମିଳିବ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।  କୌଣସି ଛୋଟ କଥାକୁ ନେଇ ନିଜ ବନ୍ଧୁ ମାନଙ୍କ ସହ ବିବାଦ ଦେଖାଦେଇପାରେ। ତେଣୁ ବାର୍ତ୍ତାଳପ ବେଳେ ସାବଧାନତା ଅବଲମ୍ବନ କରନ୍ତୁ।


ସିଂହ: ଏହି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ ମାଲାଭ୍ୟ ରାଜଯୋଗ । ଦିର୍ଘ ଦିନର ଆଶା ପୂରଣ ହେବ। ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏକ ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ଯେଉଁମାନେ ଆଇଟି କ୍ଷେତ୍ରରେ ଜଡି଼ତ । ସେମାନଙ୍କୁ ବିଦେଶରୁ ଚାକିରି ଅଫର ଆସିପାରେ। ଆକସ୍ମିକ ଧନଲାଭର ଯୋଗ ରହିଛି। ସ୍ବାସ୍ଥ୍ୟରେ ସାମାନ୍ୟ ସମସ୍ୟା ଦେଖାଦେବ। ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ଭଲ ରହିବ।


ତୁଳା: ତୁଳା ରାଶିର ଲୋକେଙ୍କ ଭାଗ୍ୟ ପରିବର୍ତ୍ତନ କରିବ  ମାଲାଭ୍ୟ ରାଜଯୋଗ । ଏହି ଅବଧି ମଧ୍ୟରେ ଆକସ୍ମିକ ଧନଲାଭର ଯୋଗ ରହିଛି। ଭାଗ୍ୟ ଆପଣଙ୍କ ପୂର୍ଣ୍ଣ ସାଥ୍ ଦେବ। ଏହି ସମୟରେ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ଅବିବାହିତ ଯୁବକ ଯୁବତୀଙ୍କ ପାଇଁ  ବିବାହ ପାଇଁ ଏକ ଭଲ ପ୍ରସ୍ତାବ ଆସିପାରେ। ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ ।  ଏହି ସମୟରେ, ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କ୍ୟାରିୟର ସହିତ ଜଡିତ ଭଲ ଖବର ପାଇପାରିବେ।


ଧନୁ : କ୍ୟାରିୟରରେ ଅଗ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଶୀଘ୍ର ଭୁଲ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ନିଜକୁ ଶକ୍ତିଶାଳୀ ରଖନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ହଠାତ୍ ଧନଲାଭର ଯୋଗ ମଧ୍ୟ ରହିଛି। 


ମୀନ: ସିଂହ: ଏହି ରାଶିର ଲୋକଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇ ଯାଇଛି।  ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି। ତେବେ ଚେଷ୍ଟା ଜାରି ରଖ, ସଫଳତା ପାଇବ ।  ଆପଣ ଆପଣଙ୍କ ଜୀବନରେ ଆତ୍ମବିଶ୍ୱାସ ଏବଂ ସକରାତ୍ମକତାରେ ଏକ ଉନ୍ନତି ଦେଖିବ ଏବଂ ବ୍ୟବସାୟରେ ସଫଳ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ପୁରୁଣା ବିବାଦରୁ ମୁକ୍ତି ମିଳିବ । ପ୍ରେମୀ ଯୁଗଳଙ୍କ ଲାଗି ସମୟ ବେଶ ଭଲ ରହିବ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)