Rajyoga In June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଜୁନ୍ ମାସ କିଛି ରାଶିଙ୍କ ପାଇଁ ଖାସ୍ ହେବାକୁ ଯାଉଛି । କାହିଁକିନା ଜୁନ୍ ପ୍ରଥମ ସପ୍ତାହରେ ତିନିଟି ରାଜଯୋଗ ପଡୁଛି । ବର୍ତ୍ତମାନ ବୁଧ ଓ ମଙ୍ଗଳ ବୃଷ ରାଶିରେ ଥିବା ବେଳେ ଜୁନ୍ ୭ ତାରିଖ ସକାଳ ୮ଟା ୩୦ ମିନିଟ୍ ସମୟରେ ସେହି ରାଶିକୁ ସୂର୍ଯ୍ୟଦେବ ଓ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ୪ଗ୍ରହଙ୍କ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ, ଲକ୍ଷ୍ମୀନାରାୟଣ ରାଜଯୋଗ ଓ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରୁଛି । ଏହି ତିନି ରାଜଯୋଗ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବା ସହ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡି଼କ ବିଷୟରେ....


COMMERCIAL BREAK
SCROLL TO CONTINUE READING

ALSO READ: Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...



ମାଲେମାଲ୍ ହେବେ ଏହି ସବୁ ରାଶି:


ମେଷ: ଏହି ତିନି ରାଜଯୋଗ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରୁ ଦ୍ବି ଗୁଣିତ ଲାଭ ପାଇବେ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି । ସେମାନେ ଜୁନ୍ ୭ ତାରିଖ ପରେ ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ଦେଖିବେ ବ୍ୟବସାୟ ଅଗ୍ରଗତି କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ହୋଇପାରେ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଅଟକିଥିବା ଟଙ୍କା ପାଇବେ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଭଲ ଖବର ପାଇ ପାରନ୍ତି। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟରେ ଭଲ ରେଜଲ୍ଟ ପାଇବେ। ଏବଂ ସରକାରୀ ଚାକିରି ପାଇବାର ସମ୍ଭାବନା ରହିଛି।



ବୃଷ:  ଏହି ରାଶିଙ୍କ ଭାଗ୍ୟ ଚମକାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଲକ୍ଷ୍ମୀନାରାୟଣ ରାଜଯୋଗ ଓ ଗଜଲକ୍ଷ୍ମୀ ରାଜଯୋଗ। ଏହି ଅବଧି ମଧ୍ୟରେ କାର୍ଯ୍ୟାଳୟରେ ପଦୋନ୍ନୋତି ପାଇବାର ସମ୍ଭାବନା ରହିଛି।  ଆୟ ବଢିବ। ଯାହାଫଳରେ ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଜୀବନ ସାଥୀଙ୍କ ସହ ଭଲ ସମୟ ବିତେଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପର୍ଯ୍ୟଟନ କ୍ଷେତ୍ର ସହିତ ଜଡି଼ତ ବ୍ୟକ୍ତି ବିଶେଷ ଆର୍ଥିକ ଲାଭ ଅଧିକ ପାଇବେ। ଆଶାୟୀମାନେ ସରକାରୀ ଚାକିରି ପାଇପାରନ୍ତି। ରୋଜଗାର ପାଇଁ ନୂଆ ବାଟ ଖୋଲିବ। 



ସିଂହ:  ଏହି ଦୁର୍ଲଭ ରାଜଯୋଗ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ବେଶ୍ ଲାଭବାନ୍ କରିବ।  ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଖୁଚୁରା ବ୍ୟବସାୟୀ (କ୍ଷୁଦ୍ର ବ୍ୟବସାୟୀ) ଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ଚାକିରି କରୁଥିବା ଲୋକମାନେ  ନିଜ କାମ ପାଇଁ ପୁରସ୍କୃତ ହୋଇପାରନ୍ତି। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ଏବଂ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। ଆୟ ବ୍ୟୟ ସମାନ ରହିବ। ସଞ୍ଚୟ ବୃଦ୍ଧି ପାଇବ। 


ତୁଳା:  ତିନି ରାଜଯୋଗ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ଠିକାଦାର/ ବିଲଡରଙ୍କ ପାଇଁ ଏହି ସମୟ ବେଶ୍ ଭଲ  ରହିବ। ନୂଆ ପ୍ରୋଜେକ୍ଟ କିମ୍ବା ସରକାରୀ ଟେଣ୍ତର ମିଳିବାର ସମ୍ଭାବନା ରହିଛି। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ।  ସେହିପରି, ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଏହି ରାଜଯୋଗ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟରେ ଆଖିବୁଜା ଲାଭ ପାଇବେ। ଦିର୍ଘ ଦିନ ଧରି ଚାକିରି ଖୋଜୁଥିବା ଲୋକେ ଚାକିରି ପାଇବେ। ପରୁଣା ବିନିଯୋଗରୁ ଲାଭ ପାଇବେ। ପ୍ରେମୀଙ୍କ ପାଇଁ ସମୟ ଏତେ ଖାସ୍ ରହିବ ନାହିଁ। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ତେଣୁ ଜଗିରଖି ନିଜ ସାଥୀଙ୍କ ସହ କଥାବାର୍ତ୍ତା କରନ୍ତୁ। 


ବିଛା : ପ୍ରତ୍ୟକ କ୍ଷେତ୍ରରେ  ସଫଳତା ପ୍ରାପ୍ତ କରିବେ ଏହି ରାଶିର ଲୋକେ। କ୍ୟାରିୟର ନେଇ କୌଣସି ଖୁସି ଖବର ମିଳିପାରେ। ଭଲ ନିଯୁକ୍ତି ସୁଯୋଗ ମିଳିବ। ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । କଳା, ସାମ୍ବାଦିକତା, ଇଂଜିନିୟ, ରାଜନୀତି, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଖୁବ୍ ଭଲ ରହିବ। ଆୟ ବ଼ୃଦ୍ଧି ପାଇବ। ନୂତନ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ବିଦେଶ ଯାତ୍ରା କରିପାରନ୍ତି। 


ଧନୁ: ଜୁନ୍  ୭ରୁ ଏହି ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି।  ଏହି ଅବଧି ମଧ୍ୟରେ ଯେ କୌଣସି କାର୍ଯ୍ୟ କଲେ , ସେଥିରେ ଶୁଭଫଳ ପାଇବେ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ଅବଧି ମଧ୍ୟରେ ଆପଣ କୌଣସି ନୂଆ ଘର କିମ୍ବା ଗାଡି କିଣିପାରନ୍ତି। 


ମକର: ଏହି ଦୁର୍ଲଭ ସଂଯୋଗ ଏହି ରାଶିଙ୍କ ଭାଗ୍ୟର ତାଲା ଖୋଲିବ। ଅଟକି ଥିବା କାର୍ଯ୍ୟ ପୂରା ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ସରକାରୀ ଚାକିରିଆଙ୍କ ଟ୍ରାନ୍ସଫର ମଧ୍ୟ ହୋଇପାରେ। ଆକସ୍ମିକ ଧନଲାଭର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)