Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...
Advertisement
Article Detail0/zeeodisha/odisha2270120

Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...

Budh Asta in Vrishabha:   ଜୁନ୍ ୨ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ବୃଷ ରାଶିରେ ଅସ୍ତ ହେବେ ବା ଗୋଚର କରିବେ ବୁଧ । ବୁଧଙ୍କ ଏହି ଗୋଚର କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ।  ତେଣୁ ପାଖାପାଖି ଏକମାସ ଧରି କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡି଼ବ । ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

Budh Asta 2024: ଏହି ସବୁ ରାଶିଙ୍କ ପାଇଁ ସଙ୍କଟ ଆଣିବ ବୁଧଙ୍କ ଚଳନ, ଧନହାନୀ ସହ ରହିଛି...

Budh Asta in Vrishabha: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧଙ୍କୁ ଧନ, ବାଣୀ,ବୃଦ୍ଧି ଓ ବ୍ୟବସାୟର କାରକ ବୋଲି ବିବେଚନା କରାଯାଏ।  ଜୁନ୍ ୨ ତାରିଖ ସକାଳ ୬ଟା ୪୦ ମିନିଟ୍ ସମୟରେ ବୃଷ ରାଶିରେ ଅସ୍ତ ହେବେ ବା ଗୋଚର କରିବେ ବୁଧ । ବୁଧଙ୍କ ଏହି ଗୋଚର କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ବୁଧ ସେହି ରାଶିରେ ଜୁନ୍ ୨୯ ପର୍ଯ୍ୟନ୍ତ ରହିବେ। ତେଣୁ ପାଖାପାଖି ଏକମାସ ଧରି କିଛି ରାଶିଙ୍କୁ ସତର୍କତାର ସହ ଚଳିବାକୁ ପଡି଼ବ । ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ...

ALSO READ: Shani Shukra Yuti 2024: ଶନି ଜୟନ୍ତି ପୂର୍ବରୁ ଦୁର୍ଲଭ ସଂଯୋଗ, ଚମକିବ ୩ ରାଶିଙ୍କ ଭାଗ୍ୟ

ସତର୍କ ରୁହନ୍ତୁ ଏହି ସବୁ ରାଶି:

ତୁଳା: ବୃଷ ରାଶିରେ ବୁଧଙ୍କ ଅସ୍ତ ବା ଗୋଚର ଏହି ରାଶିଙ୍କ ପାଇଁ ସମସ୍ୟା ଆଣିବ। ବିଶେଷ କରି, ଏହି ଅବଧି ମଧ୍ୟରେ ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ସତର୍କ ରହିବାକୁ ପଡି଼ବ।  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା( ସଂକ୍ରମଣ ରୋଗ ) ଦେଖାଦଇପାରେ। ଫଳରେ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ତେଣୁ, ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ସ୍ୱାସ୍ଥ୍ୟକୁ ଅଣଦେଖା କରନ୍ତୁ ନାହିଁ। ଦୂର ଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। କର୍ମକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ଅନାବଶ୍ୟକ ଖର୍ଚ୍ଚ ବଢିବ। ହେବାକୁ ଥିବା କାମ ବିଗିଡିଯିବ।

ବିଛା: ଜୁନ୍ ମାସ ଆରମ୍ଭରୁ ଏହି ରାଶିଙ୍କର ଟେନସନ୍ ବଢିବ । କାହିଁକିନା, ପାଣିପାଗରେ ପରିବର୍ତ୍ତନ ହେତୁ ଥଣ୍ଡା ଓ ଜ୍ବର ଭଳି ସ୍ବାସ୍ଥ୍ୟ ଜନିତ  ସମସ୍ୟା ଦେଖାଦେଇପାରେ। ବ୍ୟବସାୟୀଙ୍କ ପାଇଁ ସମୟ ଆଦୈ ଭଲ ନାହିଁ । କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ଯଦି କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରୁଛନ୍ତି । ତେବେ,  ଜଣେ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଏହା କରନ୍ତୁ । ନଚେତ୍ ଟଙ୍କା ବୁଡିଯିବାର ସମ୍ଭାବନା ରହିଛି। ନିଜ ଜୀବନ ସାଥୀଙ୍କ ସହ ମନୋମାଳିନ୍ୟ ଦେଖାଦେବ। ତେଣୁ ଯୁକ୍ତିତର୍କରୁ ଦୂରେଇ ରହିବା ଉଚିତ୍। ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେବା ସହ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହେବ। ସେପଟେ, କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଦେଖିଚାହିଁ କଥା ହେବା ଉଚିତ୍। ନଚେତ୍ ଅଯଥା ବିବାଦରେ ଫସିପାରନ୍ତି। 

ମୀନ:  ମାସ ଆରମ୍ଭକୁ ବୁଧଙ୍କ ଚଳନ ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ। ଆର୍ଥିକ ସଙ୍କଟ ଦେଖାଦେଇପାରେ। ଋଣରେ ବୁଡି଼ ପାରନ୍ତି।  ଯେଉଁମାନେ ଚାକିରି ପରିବର୍ତ୍ତନ କରିବା ପାଇଁ ଚିନ୍ତା କରୁଛନ୍ତି । ସେମାନେ, ଏହି ସମୟରେ  ଏହି ନିସ୍ପତ୍ତି ଠାରୁ ଦୂରେଇ ରୁହନ୍ତୁ।  କେବଳ ସେତିକି ନୁହେଁ, ମୀନ ରାଶିରେ ଏହି ସମୟରେ ଶନି ସାଢେ ଶାତି ଚାଲିଥିବାରୁ ପରିବାର ଲୋକଙ୍କ ସହ ମତଭେଦ ମଧ୍ୟ ଦେଖାଦେଇପାରେ। ଧୌର୍ଯ୍ୟରେ ସହ ସମସ୍ତ ପରିସ୍ଥିତିର ମୁକାବିଲା କରନ୍ତୁ । ବ୍ୟବସାୟରେ ଏହି ସମୟରେ କୌଣସି ଟଙ୍କା ବିନିଯୋଗ କରନ୍ତି ନାହିଁ। ନଚେତ୍ କ୍ଷତି ସହି ପାରନ୍ତି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)