ନୂଆଦିଲ୍ଲୀ: ଅଗଷ୍ଟ ୧୫ ସନ୍ଧ୍ୟା ୭.୨୯ ମିନିଟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି(Mahendra Singh Dhoni) । କେହି ବିଶ୍ୱାସ କରିପାରି ନଥିଲେ ଯେ ତିନିଟି ଆଇସିସି ଟ୍ରଫି(ICC Trophy) ଜିତିଥିବା ପୂର୍ବତନ ଅଧିନାୟକ ତଥା ୱିକେଟକିପର ଏହି ଉପାୟରେ ଅବସର ନେବେ । ଲୋକମାନେ ଆଶା କରିଥିଲେ ଯେ ଧୋନି(MS Dhoni) ମଧ୍ୟ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର(Sachin Tendulkar)ଙ୍କ ପରି ମୈଦାନରୁ ବିଦାୟ ନେବେ, କିନ୍ତୁ ତାହା ହୋଇପାରିଲା ନାହିଁ । ତେବେ ଧୋନିଙ୍କ ଅବସର ପରେ ପ୍ରଶଂସକମାନେ ତାଙ୍କ ବିଦାୟୀ ମ୍ୟାଚ୍ ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି । ଆଉ ବର୍ତ୍ତମାନ ସୂଚନାନୁସାରେ ବିସିସିଆଇ(BCCI)ର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋଟି କୋଟି ଟଙ୍କାର ମାଲିକ ଧୋନି, ଜାଣନ୍ତୁ ତାଙ୍କ ଆୟ ବିଷୟରେ...


ମିଡିଆ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଏମଏସ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍(MS Dhoni Farewell Match) ଆୟୋଜନ କରିବାକୁ ପ୍ରସ୍ତୁତ ଅଛି । ସୂଚନାନୁସାରେ, ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି ଯେ ଆସନ୍ତା ଆଇପିଏଲ୍(IPL) ସମୟରେ ବୋର୍ଡ ଧୋନିଙ୍କ ସହ କଥା ହେବ ଏବଂ ତା’ପରେ ସେହି ଅନୁଯାୟୀ ଭବିଷ୍ୟତ କାର୍ଯ୍ୟସୂଚୀ ସ୍ଥିର ହେବ । ବିସିସିଆଇ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ଆନ୍ତର୍ଜାତୀୟ ସିରିଜ ନାହିଁ । ଆଇପିଏଲ୍ ପରେ ଧୋନିଙ୍କ ପାଇଁ ଏକ ବିଦାୟ ମ୍ୟାଚ୍ ଆୟୋଜିତ ହୋଇପାରିବ । ଧୋନି ଏହି ସମ୍ମାନର ଯୋଗ୍ୟ ବୋଲି ବିସିସିଆଇ ମଧ୍ୟ ବିଶ୍ୱାସ କରେ । ଯଦି ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ବିସିସିଆଇ ଅଧିକାରୀ କହିଛନ୍ତି ଯେ ଧୋନିଙ୍କ ପାଇଁ ଏକ ବିଦାୟୀ ମ୍ୟାଚ୍ ଆୟୋଜନ କରାଯାଉ ବୋଲି ବୋର୍ଡ ସର୍ବଦା ଚାହୁଁଛି । କିନ୍ତୁ ଧୋନି ହଠାତ୍ ଅବସର ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ।


ଅଧିକ ପଢ଼ନ୍ତୁ:-ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଜମ୍ମୁ କାଶ୍ମୀରରୁ ତୁରନ୍ତ ପ୍ରତ୍ୟାହାର ହେବେ ୧୦,୦୦୦ ସୁରକ୍ଷା ବଳ


ଯଦି ବିସିସିଆଇ ଅଧିକାରୀଙ୍କୁ ବିଶ୍ୱାସ କରାଯାଏ, ତେବେ ଆଇପିଏଲ ସମୟରେ ବୋର୍ଡ ତାଙ୍କ ସହ କଥା ହେବ ଏବଂ ତାଙ୍କୁ ସମ୍ମାନିତ କରିବା ବିସିସିଆଇ ପାଇଁ ଗୌରବର ବିଷୟ । ବିସିସିଆଇ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଧୋନି ଏହାକୁ ଗ୍ରହଣ କରନ୍ତୁ କି ନାହିଁ, କିନ୍ତୁ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜନ ତ ନିଶ୍ଚୟ କରାଯିବ । ପୂର୍ବତନ କ୍ରିକେଟର ମଦନ ଲାଲ ମଧ୍ୟ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ଯଦି ବିସିସିଆଇ ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରେ ତେବେ ସମସ୍ତେ ବହୁତ ଖୁସି ହେବେ । ଆପଣ ତାଙ୍କୁ ଏହିପରି ଯିବାକୁ ଦେଇ ପାରିବେ ନାହିଁ । ଭାରତ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସିରିଜ୍ ଆୟୋଜନ କରିପାରିବ ।