Diabetes Urine Signs and Symptoms: ଗତ କିଛି ବର୍ଷ ହେଲା ଭାରତରେ ମଧୁମେହ(Diabetes) ରୋଗୀଙ୍କ ସଂଖ୍ୟା ବେଶ୍‌ ବୃଦ୍ଧିପାଇଛି। ଏପରିକି ଭାରତକୁ ଏବେ ଡାଇବେଟିକ୍ କ୍ୟାପିଟାଲ ବା ମଧୁମେହର ରାଜଧାନୀ ବୋଲି ମଧ୍ୟ କୁହାଯାଉଛି। ପୂର୍ବରୁ ୪୦ ବର୍ଷ ପରେ ଲୋକଙ୍କୁ ମଧୁମେହ ହେଉଥିବାବେଳେ ଆଜିକାଲି ଛୋଟ ପିଲାମାନେ ମଧ୍ୟ ଏହାଦ୍ୱାରା ପୀଡ଼ିତ ହେଉଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରୋଗରେ ପୀଡ଼ିତ ଅଧିକାଂଶ ବ୍ୟକ୍ତି ସେମାନଙ୍କୁ ମଧୁମେହ ହୋଇଥିବା କଥା ଜାଣିପାରନ୍ତି ନାହିଁ। ମଧୁମେହ ରୋଗୀମାନେ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟକର । ଏହା ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିବା ଆରମ୍ଭ କରେ। ଯେତେବେଳେ ଆପଣଙ୍କୁ ମଧୁମେହ ହୁଏ । ସେତେବେଳେ ପରିସ୍ରାରେ ମଧ୍ୟ କିଛି ଲକ୍ଷଣ ଦେଖାଯାଏ (Diabetes Urine Symptoms)। 


COMMERCIAL BREAK
SCROLL TO CONTINUE READING

ମଧୁମେହରେ ଏହି ଲକ୍ଷଣ ଦେଖାଯାଏ(Diabetes Signs) :


-ମଧୁମେହ ଆପଣଙ୍କୁ ହେବା ପରେ ଶରୀରରେ ଏହି ସବୁ ଲକ୍ଷଣ(Diabetes Signs) ଦେଖାଦେଇଥାଏ । ଏ-ଗୁଡ଼ିକ ମଧ୍ୟରେ ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ବାରମ୍ବାର ପରିସ୍ରା ଲାଗିବା। କୈଣସି ରୋଗ ନଥିବା ବ୍ୟକ୍ତି ଦିନକୁ ୭ ରୁ ୮ ଥର ପରିସ୍ରା କରନ୍ତି। କିନ୍ତୁ ମଧୁମେହ ରୋଗୀ ଦିନକୁ  ୧୨ରୁ  ୧୫ କିମ୍ବା ଅଧିକ ଥର ପରିସ୍ରା କରନ୍ତି । 


ଏହାବି ପଢନ୍ତୁ  : Parineeti-Raghav Love Story: କୈଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ରାଘବ-ପରିଣିତିଙ୍କ ଲଭଷ୍ଟୋରୀ, ପଢନ୍ତୁ ଏହି ରିପୋର୍ଟ...


ଏହାବି ପଢନ୍ତୁ  : Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?


-ବାରମ୍ବାର ପରିସ୍ରା ସହିତ ମଧୁମେହ ରୋଗୀମାନଙ୍କ ଠାରେ ହାର୍ଟ ଷ୍ଟ୍ରୋକ୍, କିଡନୀ ଏବଂ ଆଖି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ପରିସ୍ରାର ରଙ୍ଗ ମଧ୍ୟ ବଦଳିଥାଏ । ଏହାର କାରଣ ହେଉଛି ଯେତେବେଳେ ମଧୁମେହ ଯେତେବେଳେ ଅଧିକ  ହୋଇଥାଏ । ଶରୀରରେ ଇନସୁଲିନ୍ ଉତ୍ପାଦନ ଅବହେଳିତ ହୋଇଯାଏ । ସେହି ସମୟରେ ପରିସ୍ରାର ରଙ୍ଗ ବଦଳିବା ସହିତ ଦୁର୍ଗନ୍ଦ ମଧ୍ୟ ଆସିଥାଏ। 


-ପରିସ୍ରାର ରଙ୍ଗ ପରିବର୍ତ୍ତନ ହୋଇଥାଏ। ଯେପରିକି ପରିସ୍ରାର ରଙ୍ଗ ମେଘୁଆ ରଙ୍ଗର ହୋଇଥାଏ। ଏହାର କାରଣ ହେଉଛି ଶରୀରରେ ଅଧିକ ଚିନି ସ୍ତର।  ଯାହା କୀଡନିକୁ ମଧ୍ୟ ପ୍ରଭାବିତ କରିପାରେ। 


-ପରିସ୍ରାରେ ଏକ ଅଜବ ଗନ୍ଧ ମଧ୍ୟ ମଧୁମେହର ଅନ୍ୟତମ ଲକ୍ଷଣ (Diabetes Urine Symptoms)। ଯଦି ଏପରି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାକୁ ଅଣଦେଖା କରିବା ଦ୍ୱାରା ଶର୍କରା ସ୍ତର ଆପଣଙ୍କ ଶରୀରରେ ବଢି ପାରେ। 


ଏହାବି ପଢନ୍ତୁ  : Puri News: ରଥ ଖଳା ହାଲଚାଲ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ


ଏହାବି ପଢନ୍ତୁ  : Sambalpur Triple Murder Case: କିଏ ସେହି ଯୁବକ? ଯିଏ ଗୋଟିଏ ଘରେ ମାଆ ସହ ଦୁଇ ଛୁଆଙ୍କୁ କରିଛି ହତ୍ୟା


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲଟି ସାଧାରଣ ସୂଚନା ଉପରେ ଆଧାରିତ । ଏହି ଆର୍ଟିକିଲରେ କୌଣସି ସୂଚନାର ସଠିକତା, ସଂପୂର୍ଣ୍ଣତା, ଉପଯୁକ୍ତତା କିମ୍ବା ବୌଧତା ପାଇଁ ଜି ଓଡ଼ିଶା ନ୍ୟୁଜ ଦାୟୀ ନୁହେଁ । ସମସ୍ତ ସୂଚନାକୁ ଆଧାରିତ କରି ଏଠାରେ ପ୍ରଦାନ କରାଯାଇଛି । ଆର୍ଟିକିଲରେ ଉପସ୍ଥାପିତ ସୂଚନା, ତଥ୍ୟ କିମ୍ବା ମତାମତ ଜି ଓଡିଶାର ଦୃଷ୍ଟିକୋଣକୁ ପ୍ରତିଫଳିତ କରେ ନାହିଁ ଓ କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)