Puri News: ରଥ ଖଳା ହାଲଚାଲ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ
Advertisement
Article Detail0/zeeodisha/odisha1695872

Puri News: ରଥ ଖଳା ହାଲଚାଲ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

Puri News In Odia: ଦିନ କେଇଟା ପରେ ଘୋଷଯାତ୍ରା (Ratha Yatra 2023) । ଏନେଇ ରଥକାମ ଜୋରଦାରରେ ଆଗେଇ ଚାଲିଛି। ରଥଖଳାରେ ତିନିରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅଖ କାଠ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି । ପଢନ୍ତୁ ପୁରା ରିପୋର୍ଟ...

Puri News: ରଥ ଖଳା ହାଲଚାଲ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

Puri News In Odia: ଘୋଷଯାତ୍ରା (Ratha Yatra 2023) ପାଇଁ ଆଗେଇ ଚାଲିଛି ରଥ କାମ । ମହାପ୍ରଭୁଙ୍କ (lord Jagannath) ରଥର ଚକ ଅଖ ସଂଯୋଗ ପରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି (ratha construction work)। ରଥଖଳାରେ ତିନିରଥର ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ୪ ଟି ଲେଖାଁଏ ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତିନିରଥର ବାକି ଅଖ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ଅଖ କାଠ ୪୦ ଫୁଟିଆ ଧଉରା କାଠ ଯୋଗାଇ ଦିଆଯାଇଛି ।

ତାଳଧ୍ୱଜ ରଥର ନବମ ଚକ ନିର୍ମାଣ ଶେଷ ହୋଇ ଥିବା ବେଳେ ୧୦ମ ଏବଂ ୧୧ ତମ ଚକରେ ପଇ ପିନ୍ଧା ଶେଷ ହୋଇ ପଇ କଳଶା କାର୍ଯ୍ୟ ହୋଇଛି । ଏଥି ସହ ତାଳଧ୍ୱଜ ରଥର ୪ ଗୋଟି ୨୦ ଫୁଟିଆ ଚଉତା କାଠର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରି ରହଛି ।ଦର୍ପଦଳନ ରଥର ନବମ ଚକର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଚକରେ ପଇପିନ୍ଧା କାର୍ଯ୍ୟ ହୋଇଛି । ଏଥିସହ ୪ଟି ଚଉତା କାଠର ଚଉପଟ ଶେଷ ହୋଇ ଆଉ ୪ ଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀରହିଛି । ନନ୍ଦିଘୋଷ ରଥର ୯ ଗୋଟି ଚକ ନିର୍ମାଣ ଶେଷ ହୋଇଥିଲା, ଆଜି ଆଉ ୪ ଗୋଟି ଚକରେ ପଇ ପିନ୍ଧା ସରି କଳଶା କାର୍ଯ୍ୟ ବାକି ରହିଛି । ଏଥିସହ ନନ୍ଦିଘୋଷ ରଥର ୪ଟି ଚଉତା କାଠର ଚଉପଟ ପରେ ଆଉ ୪ଗୋଟି ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି।

ଏହାବି ପଢନ୍ତୁ : Parineeti-Raghav Love Story: କୈଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ରାଘବ-ପରିଣିତିଙ୍କ ଲଭଷ୍ଟୋରୀ, ପଢନ୍ତୁ ଏହି ରିପୋର୍ଟ...

ଏହାବି ପଢନ୍ତୁ : Sambalpur Triple Murder Case: କିଏ ସେହି ଯୁବକ? ଯିଏ ଗୋଟିଏ ଘରେ ମାଆ ସହ ଦୁଇ ଛୁଆଙ୍କୁ କରିଛି ହତ୍ୟା

ଦୋଳବେଦୀ ଠାରେ ତାଳଧ୍ଵଜ ରଥର ପୋଲଗୟଳ ଚିରଟ ପୂର୍ବରୁ ୪୦ ଫୁଟିଆ ଧଉରା କାଠର ଉଭୟ ପାର୍ଶ୍ୱ ଚିତା କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି। ଏହାର ଚିରଟ କାର୍ଯ୍ୟ ଆରମ୍ଭ ହେବ । ଭୋଇସେବକମାନେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବର ତିନିରଥର ମୋଟ ୪୨ ଚକ ପାଇଁ ଆବଶ୍ୟ ୪୨ ଗୋଟି ତୁମ୍ବ ରୁ ୩୯ ଗୋଟି ତୂମ୍ବର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରିଛନ୍ତି। ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ପନ୍ଦାରି ନିର୍ମାଣ ପରେ ତିନିରଥ ପାଇଁ ୮ ଇଞ୍ଚିଆ ଅଗ ପାତେଳି କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ତିନିରଥର ରୂପକାର ସେବକ ମାନେ ତିନିରଥର ଗୁଜରେ ରୂପ ଖୋଦେଇ ଜାରି ରଖିଛନ୍ତି ।

ସେହିପରି, ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ଏହି ଅବସରରେ ଶ୍ରୀଜୀଉଙ୍କ ଆଳଟ ଲାଗି ଓ ଚନ୍ଦନ ଲାଗି ହେବ। ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଶଷ୍ଠୀ ଓ ରୁକ୍ମିଣୀହରଣ ଏକାଦଶୀରେ ଶ୍ରୀମନ୍ଦିର ଭିତରେ ଥିବା ଜଳକ୍ରୀଡ଼ା ମଣ୍ତପରେ ଠାକୁରଙ୍କ ଜଳକ୍ରୀଡ଼ା ନୀତି ଅନୁଷ୍ଠିତ ହେବାର ପରମ୍ପରା ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିରର ବରିଷ୍ଠ ସେବାୟତ। ଆଜ୍ଞାମାଳ ପାଇ ମଦନମୋହନ ଓ ଶ୍ରୀଦେବୀ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡା ମଣ୍ଡପକୁ ବିଜେ କରିବେ।