Parineeti-Raghav Love Story: କୈଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ରାଘବ-ପରିଣିତିଙ୍କ ଲଭଷ୍ଟୋରୀ, ପଢନ୍ତୁ ଏହି ରିପୋର୍ଟ...
Advertisement
Article Detail0/zeeodisha/odisha1695844

Parineeti-Raghav Love Story: କୈଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ ରାଘବ-ପରିଣିତିଙ୍କ ଲଭଷ୍ଟୋରୀ, ପଢନ୍ତୁ ଏହି ରିପୋର୍ଟ...

Parineeti Chopra: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra)ଏବଂ ଆପ୍ ଏମପି ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି (Parineeti Chopra Engagement) । ରାଜନେତାଙ୍କୁ ଘୃଣା କରୁଥିବା ପରିଣିତି କିପରି ଆପ ନେତାଙ୍କୁ ଜୀବନ ସାଥୀ କଲେ । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ, ପରିନିତି ଏବଂ ରାଘବ ଲଣ୍ଡନରେ ଏକାଠି ମିଶି ପାଠ ପଢୁଥିଲେ। ଏବଂ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ । ପରେ... ଏହି ବନ୍ଧୁତା ....। ପଢନ୍ତୁ ଏହି ପୂରା ରିପୋର୍ଟ।...

ସୌଜନ୍ୟ- ସୋସିଆଲ ମିଡ଼ିଆ

Parineeti-Raghav Love Story: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା (Parineeti Chopra)ଏବଂ ଆପ୍ ଏମପି ରାଘବ ଚଢାଙ୍କ ନିର୍ବନ୍ଧ ହୋଇଛି (Parineeti Chopra Engagement) । ସେମାନେ ତାଙ୍କ ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି। ଗତକାଲି(ଶନିବାର) ଦିଲ୍ଲୀ କପୁରଥାଲା ହାଉସରେ ନିର୍ବନ୍ଧ ହୋଇଛି। ପରିବାର ଓ ସାଙ୍ଗଙ୍କ ଗହଣରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି (Parineeti Chopra Raghav Chaddha engagement) । ରାଘବ ଚଢା ଏବଂ ପରିଣିତି ଚୋପ୍ରା ନିଜେ ଫଟୋ ସେୟାର କରି ବିଧିବଦ୍ଧ ଭାବେ ନିଜ ନିର୍ବନ୍ଧର ସୂଚନା ଦେଇଛନ୍ତି । ତେବେ, ଚଳିତ ବର୍ଷ ଅକ୍ଟୋବରରେ ସେମାନଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି। ତେବେ, ଏହାରି ଭିତରେ ପରିଣିତିଙ୍କ ଏକ ପୁରୁଣା ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି (Parineeti Chopra old interview) । ସେହି ଭିଡିଓରେ ଦେଖିବାକୁ ମିଳିଛି ଯେ, ପରିଣିତି କହୁଛନ୍ତି ସେ କୈଣସି ରାଜନେତାଙ୍କୁ ବିବାହ କରିବେ ନାହିଁ। ବର୍ତ୍ତମାନେ ଲୋକେ ସହି ଭିଡିଓ ଦେଖି ପରିଣିତିଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ଅଭିନେତ୍ରୀ ଏତେ ଶିଘ୍ର ବଦଳି ଗଲେ କିପରି?

ଏକ ଫିଲ୍ମର ପ୍ରମୋସନ ପାଇଁ କୌଣସି ଏକ ଶୋକୁ ସିଦ୍ଧାର୍ଥ ମଲହୋତ୍ରା ଓ ପରିଣିତି ଚୋପ୍ରା ଯାଇଥିଲେ। ସେଠାରେ ଫିଲ୍ମର ପ୍ରମୋସନ କରିବା ସହ ତାଙ୍କୁ ତାଙ୍କ ଜୀବନ ସହ ଜଡିତ କିଛି ପ୍ରଶ୍ନ ପରିଣିତିଙ୍କୁ ପଚାର ଯାଇଥିଲା । ପରିଣିତିଙ୍କୁ ପଚରା ଯାଇଥିଲା ଯେ, ତୁମେ କେଉଁ ଭଳି ଜୀବନ ସାଥୀ ଚାହୁଁଚ ? ଏହି ପ୍ରଶ୍ନର ଉତ୍ତରେ ପରିଣିତି ହସ କହିଥିଲେ ଯେ, ଯିଏ ମୋ ମନ କଥା ବୁଝି ପାରୁଥିବା । ସେହି ପରି ତାଙ୍କୁ ଆଉ ଏକ ପ୍ରଶ୍ନ କରାଯାଇଥିଲା। ଆପଣ ଅଭିନେତା ନାଁ ରାଜନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ପରିଣିତି ଏହି ପ୍ରଶ୍ନର ଉତ୍ତରରେ କହିଥିଲେ ମୁଁ ରାଜନେତାଙ୍କୁ ପସନ୍ଦ କରେ ନାହିଁ । ମୁଁ କେବେବି ରାଜନେତାଙ୍କୁ ବିବାହ କରିବାକୁ ଚାହେଁନି। ନ୍ୟୁଜ୍ ଏଜେନ୍ସି ଏଏନଆଇ ରିପୋର୍ଟ ଅନୁଯାୟୀ, ପରିନିତି ଏବଂ ରାଘବ ଲଣ୍ଡନରେ ଏକାଠି ମିଶି ପାଠ ପଢୁଥିଲେ। ଏବଂ ଦୀର୍ଘ ସମୟ ଧରି ବନ୍ଧୁ ଥିଲେ । ଯେତେବେଳେ ପରିଣିତି ପଞ୍ଜାବରେ (Chamkila) ଫିଲ୍ମ 'ଚମକିଲା'ର ସୁଟିଂ କରୁଥିଲେ। ସେଠାକୁ ରାଘବ ବାରମ୍ବାର ତାଙ୍କୁ ଦେଖା କରିବା ପାଇଁ ଯାଉଥିଲେ। ସେହି ଠାରୁ ହିଁ ବନ୍ଧୁତାର ସମ୍ପର୍କ ପ୍ରେମରେ (Parineeti Raghav Love Story) ପରିଣତ ହୋଇଥିଲା । ସେବେ ଠାରୁ ଦୁହେଁ ପରପ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ। 

Also Read: Parineeti Raghav Net Worth: ରାଘବ ଚଢା ନା ପରିଣୀତି ଚୋପ୍ରା କିଏ ଅଧିକ ଧନୀ?

Also Read: Mla Mukesh Pal Wedding: ହାତକୁ ଦି ହାତ ହେଲେ ବିଧାୟକ ମୁକେଶ ପାଲ ,ଆଜି ରିସେପସନ୍ ପାର୍ଟି, ଜାଣନ୍ତୁ କିଏ ଅଛନ୍ତି ସ୍ପେଶାଲ୍ ଗେଷ୍ଟ?

ଶନିବାର ଦିଲ୍ଲୀ କପୁରଥାଲା ହାଉସରେ ଅନୁଷ୍ଠିତ ହୋଇଛି ରାଘବ ଓ ପରିଣିତିଙ୍କ ନିର୍ବନ୍ଧ । ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।