Chanakya Niti For Office: ଚାଣକ୍ୟ ନୀତି ଆମ ଜୀବନରେ ବହୁତ କାମ ଆସିଥାଏ । ଏହାର ଅର୍ଥ ଚାଣକ୍ୟ ନୀତି କାରଣରୁ ଜୀବନରେ ଅନେକ ସଫଳତା ମିଳିଥାଏ । ଚାଣକ୍ୟ ନୀତି ଜୀବନରେ ସଫଳତା ରାସ୍ତା ଦେଖାଇଥାଏ। ଜୀବନରେ ଯଦି ଚାଣକ୍ୟ ନୀତିକୁ ଆପଣେଇବା ତେବେ କେବଳ ଘରେ ନୁହେଁ ଅଫିସରେ ମଧ୍ୟ ଆପଣଙ୍କ ମାନ ସମ୍ମାନ ଯଶର ଟେକ ରହିବ। ଆଜିକାଲି ଦୁନିଆରେ ସମସ୍ତେ ନିଜ ସଫଳତାକୁ ନେଇ ଚିନ୍ତିତ। ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହିବୁଯେ ଚାଣକ୍ୟ ନୀତିକୁ କେମିତି ଆପଣେଇଲେ ଆପଣ ସଫଳତା ପାଇବେ ।


COMMERCIAL BREAK
SCROLL TO CONTINUE READING

ସମ୍ମାନ କରନ୍ତୁ
କାର୍ଯ୍ୟସ୍ଥଳରେ (Work Station) ସମସ୍ତେ ଅର୍ଥାତ୍ ଛୋଟ ବଡ ସମସ୍ତଙ୍କୁ ସମ୍ମାନ କରିବା ଉଚିତ୍। ଅଫିସରେ ସମସ୍ତଙ୍କୁ ନେଇ କାମ କରିବା ଉଚିତ୍। ଏକାଠି କାମ କରିବା ଦ୍ୱାରା ସଫଳତା ହାତେଇ ହୁଏ। ଟିମର ପ୍ରତିଟି ଲୋକଙ୍କୁ ସମ୍ମାନ କରିବା ଉଚିତ୍। ଟିମର ପ୍ରତିଟି ଲୋକଙ୍କୁ ସମ୍ମାନ ଦେବା ଦ୍ୱାରା ଅଫିସରେ ନିଜର ଇଜ୍ଜତ ମଧ୍ୟ ବଢିଥାଏ। ଟିମରେ ସମସ୍ତଙ୍କ ସହଯୋଗ ନେଇ କାମ କରିବା ଉଚିତ୍। ସେମିତି ହେଲେ ଆପଣଙ୍କୁ ସମସ୍ତେ ପସନ୍ଦ କରିବେ ଓ ଆପଣ ଜଲଦି ହିଁ ସଫଳତା ପ୍ରାପ୍ତ କରିପାରିବେ।


Also Read: Diabetes: ଘରେ ବସି ମଧୁମେହକୁ କରିପାରିବେ ନିୟନ୍ତ୍ରଣ, ଆପଣାନ୍ତୁ ଏହି ସବୁ ଉପଚାର, ମାସକରେ ଭଲ ହେବ ରୋଗ !


ପ୍ରତିଭାକୁ ଆଗକୁ ବଢାନ୍ତୁ
ଚାଣକ୍ୟ ନୀତି ଅନୁସାରେ ଯେଉଁ ଲୋକ ଉଚ୍ଚ ପଦବୀରେ ରହିଛନ୍ତି ସେମାନେ ନିଜ ପାର୍ଶ୍ୱରେ ରହିଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ଆଗକୁ ବଢାଇବାରେ ସାହାଯ୍ୟ କରନ୍ତୁ। ପ୍ରତିଭା ଅନୁଯାୟୀ, ସମସ୍ତଙ୍କ ମଧ୍ୟରେ କାମ ବାଣ୍ଟିବା ଉଚ୍ଚ ପଦବୀରେ ବସିଥିବା ଲୋକର ଏହା ମୁଖ୍ୟ ଦାୟିତ୍ୱ। ମାତ୍ର ଯେଉଁ ଲୋକ ଜଣେ ଜଣଙ୍କ ପାଇଁ ଷଡଯନ୍ତ୍ର (Conspiracy) ରଚୁଛନ୍ତି ସେମାନେ ଯେତେଶୀଘ୍ର ଉପରକୁ ଯାଆନ୍ତି ସେମିତି ତଳକୁ ଅର୍ଥାତ୍ ସମୟ ଥାଉ ଥାଉ ନିମ୍ମଗାମୀ ମଧ୍ୟ ହୋଇଥାନ୍ତି। କଥାରେ ଅଛି ଯିଏ ଯେମିତି କରିବ ସେ ସେମିତି ଦଣ୍ଡ ପାଇବ । ଚାଣକ୍ୟ ନୀତିରେ ଏହା କୁହାଯାଇଛି ଯେ, ଜୀବନରେ ଆପଣ ଯାହାଙ୍କୁ ସହଯୋଗ କରିବେ ସେହିପରି ଆପଣ ମଧ୍ୟ ସହଯୋଗ ପାଇବେ। 


Also Read: Hair Care Tips: କେଶ ଝଡିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା


ହୀନ ଭାବନା ରଖନ୍ତୁ ନାହିଁ
କାହାପ୍ରତି ବି ହୀନ ଭାବନା ରଖନ୍ତୁ ନାହିଁ। ନିଜର କାର୍ଯ୍ୟସ୍ଥଳ ବା ଅଫିସରେ (Office) ସମସ୍ତଙ୍କୁ ସମ୍ମାନ ନଜରରେ ଦେଖିବା ସଫଳତାର ମୂଳଚାବି ବୋଲି କୁହାଯାଏ।  ଯଦି ଆପଣ ଅଫିସରେ ସବୁ ସଦସ୍ୟଙ୍କ ସହ ମିଳିମିଶି କାମ କରିବେ ତେବେ କାହା ସହିତ ଭେଦଭାବ ମତାନ୍ତର ଦେଖାଦେବ ନାହିଁ। ଯାହାଫଳରେ ଆପଣ ସଫଳତାର ପାଦ ଚୁମିପାରିବେ। ଏଥିପାଇଁ ଚାଣକ୍ୟ ନୀତିରେ (Chanakya Niti) କୁହାଯାଇଛି ସମସ୍ତଙ୍କୁ ସାଥୀରେ ନେଇ କାମ କରିବା ଜରୁରୀ।