Hair Care Tips: କେଶ ଝଡିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା
Advertisement
Article Detail0/zeeodisha/odisha1474028

Hair Care Tips: କେଶ ଝଡିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

Hair Care Tips: କେଶ ଝଡିବା ଆଜିକାଲି ଏକ ବଡ ସମସ୍ୟା ହୋଇଗଲାଣୀ । ଅସନ୍ତୁଳିତ ଜୀବନ ଶୈଳୀ ଓ ପ୍ରଦୂଷଣ ଏହାର ମୁଖ୍ୟ କାରଣ । କମ୍ ବୟସରୁ କେଶ ଧଳା ହେବା ଓ ଝଡିବାକୁ ନେଇ ଅନେକ ଚିନ୍ତିତ ଅଛନ୍ତି । ଏଥିପାଇଁ କିଏ କେତେ ପ୍ରକାର ଉପଚାର ମଧ୍ୟ ଆପଣାଉଛି । କିଏ ବଜାରରେ ମିଳୁଥିବା ଦାମିକିଆ ସାମ୍ପୁରେ କେଶ ଧୋଉଛି ତ ଆଉ କିଏ ବିୟୁଟି ପାର୍ଲର ଯାଇ କେଶ ନ ଝଡିବା ପାଇଁ ସ୍ପା ଆଦି କରାଉଛି ।

Hair Care Tips: କେଶ ଝଡିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ଆଜି ହିଁ ଆପଣାନ୍ତୁ ଏହି ସବୁ ଟିପ୍ସ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

Hair Care Tips: କେଶ ଝଡିବା ଆଜିକାଲି ଏକ ବଡ ସମସ୍ୟା ହୋଇଗଲାଣୀ । ଅସନ୍ତୁଳିତ ଜୀବନ ଶୈଳୀ ଓ ପ୍ରଦୂଷଣ ଏହାର ମୁଖ୍ୟ କାରଣ । କମ୍ ବୟସରୁ କେଶ ଧଳା ହେବା ଓ ଝଡିବାକୁ ନେଇ ଅନେକ ଚିନ୍ତିତ ଅଛନ୍ତି । ଏଥିପାଇଁ କିଏ କେତେ ପ୍ରକାର ଉପଚାର ମଧ୍ୟ ଆପଣାଉଛି । କିଏ ବଜାରରେ ମିଳୁଥିବା ଦାମିକିଆ ସାମ୍ପୁରେ କେଶ ଧୋଉଛି ତ ଆଉ କିଏ ବିୟୁଟି ପାର୍ଲର ଯାଇ କେଶ ନ ଝଡିବା ପାଇଁ ସ୍ପା ଆଦି କରାଉଛି । କିନ୍ତୁ ସେଥିରୁ ମଧ୍ୟ କିଛି ଫାଇଦା ମିଳି ନଥାଏ । ଅର୍ଥାତ କେଶ ଝଡିବା ବନ୍ଧ ହୋଇ ନ ଥାଏ । ବରଂ କେଶ ପାଇଁ କମ୍ ଲାଭଦାୟକ ଏବଂ ଅଧିକ କ୍ଷତିକାରକ ହୋଇଥାଏ । ତେବେ, କିଭଳି ପ୍ରାକୃତିକ ଓ ଘରୋଇ ଉପଚାର ଦ୍ବାରା କେଶ ଝଡିବାକୁ ରୋକି ହେବ ସେନେଇ ଆମେ ଆଜି ଆପଣଙ୍କୁ କହିବୁ । 

କେଶ ପାଇଁ ରିଠା ପାଣି ବ୍ୟବହାର କରନ୍ତୁ :

ସର୍ବପ୍ରଥମେ, ଆସନ୍ତୁ ଜାଣିବା ରିଠା କ’ଣ । ବାସ୍ତବରେ ରିଠା ଏକ ଔଷଧୀୟ ଫଳ(Reetha), ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ ବ୍ୟବହାର କରିବା ପାଇଁ ରିଠାକୁ ଗରମ ପାଣିରେ ରାତିସାରା ଭିଜାଇ ରଖନ୍ତୁ । ଏହା ପରେ, ସକାଳେ, ସେହି ରିଠା ପାଣିରେ ଆଉ କିଛି ପାଣି ମିଶାଇ ସେଥିରେ ଆପଣ କେଶ ଧୁଅନ୍ତୁ । ଏପରି ସପ୍ତାହରେ ଆପଣ ୩ରୁ ୪ ଥର କରନ୍ତୁ । ଦେଖିବେ ଆପଣଙ୍କର କେଶ ଝଡିବା ସମସ୍ୟା ଧିରେ ଧିରେ କମିଯିବ । 

କେବଳ ସେତିକି ନୁହେଁ,  ରିଠା ଫଳ ମଧ୍ୟ ଶୀତ ଦିନେ ହେଉଥିବା ରୂପି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ରିଠାକୁ ଆପଣ ରାତିରେ ପାଣିରେ ଭିଜାଇ ସକାଳେ ଏହି ଜଳରେ କେଶ ଧୋଇଲେ ବହୁତ ପାଇଦା ମଧ୍ୟ ମିଳିଥାଏ । କାହିଁକିନା ରିଠା ପାଣିରେ ଆଣ୍ଟି-ଫଙ୍ଗଲ୍ ଏବଂ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି। ଯେଉଁ କାରଣରୁ ତ୍ୱଚାରେ ଜମା ହୋଇଥିବା ମଇଳା ସଫା ହୋଇଯାଏ । ଏହା ମୁଣ୍ଡରେ ହେଉଥିବା ସଂକ୍ରମଣକୁ ହ୍ରାସ କରିଥାଏ । ଏହା ସହିତ ମୁଣ୍ଡରେ କୁଣ୍ଡେଇ ହେବା ଏବଂ ଖାସ୍ କରି ଶୀତ ଦିନେ ହେଉଥିବା ରୂପି ସମସ୍ୟାକୁ ମଧ୍ୟ ମୂଳରୁ ନାଶ କରିବାରେ ବେଶ ସହାୟକ ହୋଇଥାଏ । 

ଶୁଖିଲା କେଶ ପାଇଁ ବହୁତ ପ୍ରଭାବଶାଳୀ  ରିଠା :

ଯଦି ଆପଣଙ୍କ କେଶ ଶୀତଦିନେ ଅଧିକ ଡ୍ରାଏ ଦେଖାଯାଉଛି । ତେବେ, ଆପଣ ସାଧାରଣ ପାଣି ଅପେକ୍ଷା ରିଠା ଜଳରେ କେଶ ଧୋଇପାରିବେ । ଏହା କରିବା ଦ୍ବାରା କେଶ ଘନ ଦେଖାଯିବା ସହ ଉଜ୍ଜଳତା ମଧ୍ୟ କେଶରେ ଆସିଥାଏ । ଏବଂ କେଶ ଝଡିବା ମଧ୍ୟ ଦୂର ହୋଇଥାଏ । 

ଧଳା କେଶ ପାଇଁ ରାମବାଣ ରିଠା ଫଳ  : 

ବୟସ କମ୍ ଥିଲେ ମଧ୍ୟ ଯେଉଁ ମାନଙ୍କ କେଶ ଧଳା ହୋଇ ଯାଉଛି ।  ସେମାନଙ୍କ ପାଇଁ ରିଠା ଫଳ ବେଶ ଲାଭଦାୟକ ହୋଇଥାଏ । ସେମାନେ କେଶ ଧୋଇବା ସମୟରେ ସାଧାରଣ ପାଣି ବଦଳରେ ରିଠା ପାଣିରେ କେଶ ଧୋଇ ପାରିବେ। ଏଥିରେ ସେମାନଙ୍କୁ ଅଧିକ ଫାଇଦା ମିଳିଥାଏ । ଏହା କରିବା ଦ୍ବାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ମିଳିଥାଏ। ଯେଉଁ କାରଣରୁ କେଶର ଧୂସରତା କମିଯାଏ ଏବଂ ଆପଣଙ୍କ କେଶର ଚମକ ମଧ୍ୟ ବୃଦ୍ଧି ପାଇଥାଏ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)