Diabetes: ଘରେ ବସି ମଧୁମେହକୁ କରିପାରିବେ ନିୟନ୍ତ୍ରଣ, ଆପଣାନ୍ତୁ ଏହି ସବୁ ଉପଚାର, ମାସକରେ ଭଲ ହେବ ରୋଗ !
Advertisement
Article Detail0/zeeodisha/odisha1474271

Diabetes: ଘରେ ବସି ମଧୁମେହକୁ କରିପାରିବେ ନିୟନ୍ତ୍ରଣ, ଆପଣାନ୍ତୁ ଏହି ସବୁ ଉପଚାର, ମାସକରେ ଭଲ ହେବ ରୋଗ !

Diabetes: ମଧୁମେହ ବା ଡାଏବିଟିସ ଏହି ରୋଗ ବର୍ତ୍ତମାନ ଭାରତରେ ଦୃତ ଗତିରେ ବଢିବାକୁ ଲାଗିଛି । ବିଶ୍ବର ଅନ୍ୟ ଦେଶ ଅପେକ୍ଷା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ ଅଧିକ ରହିଛି। ଭାରତକୁ ପୃଥିବୀର ମଧୁମେହ ରାଜଧାନୀ ବୋଲି କୁହାଯାଏ । ମଧୁମେହ ହେଉଛି ଏକ ଅବସ୍ଥା ଯେଉଁଥିରେ ବ୍ୟକ୍ତିର ଶରୀରରେ ଚିନିର ସ୍ତର ଅଧିକ ହୋଇଯାଏ । ଦୁଇ ପ୍ରକାରର ମଧୁମେହେ ରହିଛି, ଟାଇପ୍ ୧ ଓ ଟାଇପ୍ ୨ ଡାଏବେଟିସ୍ ।

ସୌଜନ୍ୟ : ସୋସିଆଲ ମିଡିଆ

Diabetes: ମଧୁମେହ ବା ଡାଏବିଟିସ ଏହି ରୋଗ ବର୍ତ୍ତମାନ ଭାରତରେ ଦୃତ ଗତିରେ ବଢିବାକୁ ଲାଗିଛି । ବିଶ୍ବର ଅନ୍ୟ ଦେଶ ଅପେକ୍ଷା ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବେଶ ଅଧିକ ରହିଛି।  ଭାରତକୁ ପୃଥିବୀର ମଧୁମେହ ରାଜଧାନୀ ବୋଲି କୁହାଯାଏ । ମଧୁମେହ ହେଉଛି ଏକ ଅବସ୍ଥା ଯେଉଁଥିରେ ବ୍ୟକ୍ତିର ଶରୀରରେ ଚିନିର ସ୍ତର ଅଧିକ ହୋଇଯାଏ ।  ଦୁଇ ପ୍ରକାରର ମଧୁମେହେ ରହିଛି, ଟାଇପ୍ ୧ ଓ ଟାଇପ୍ ୨ ଡାଏବେଟିସ୍ । ଟାଇପ୍ ୧ ଡାଏବେଟିସରେ ରୋଗୀର ଶରୀରରେ ଇନସୁଲିନ୍ ଉତ୍ପାଦନ କରେ ନାହିଁ ଏବଂ ଟାଇପ୍ ୨ ମଧୁମେହ ରୋଗୀଙ୍କଠାରେ ଇନସୁଲିନ୍ ଉତ୍ପନ୍ନ ହୁଏ । ତେବେ, ଆଜି ଆମେ ଏଠାରେ ଆପଣଙ୍କୁ କହି ରଖିବୁ ଯେ, ମଧୁମେହ ରୋଗକୁ ଘରୋଇ ଉପଚାର ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ । ଆପଣଙ୍କ ଦୈନନ୍ଦିନ ଖାଦ୍ୟ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ମାଧ୍ୟମରେ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ ।  

ଚିନି ଖାଇବା ଉପରେ ରୋକ୍ ଲଗାନ୍ତୁ :
ଆପଣ ଯଥା ସମ୍ଭବ ଚିନି ବା ମିଠା ଯୁକ୍ତ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପ୍ରାକୃତିକ ମିଠା ଖାଦ୍ୟ ବ୍ୟବହାର କରିପାରିବେ। 

ପ୍ରତିଦିନ ବ୍ୟାୟାମ କରନ୍ତୁ :
ଆପଣଙ୍କ ନିଜକୁ ଫିଟ୍ ରଖିବା ସହ ଡାଏବିଟିସରୁ ରକ୍ଷା ପାଇବା ପାଇଁ ପ୍ରତିଦିନ କିଛି ଶାରିରୀକ ପରିଶ୍ରମ କରନ୍ତୁ । ନଚେତ ଆପଣ ସକାଳ ସମୟରେ କିଛି ବ୍ୟାୟାମ କରନ୍ତୁ । ଯେପରିକି ସକାଳ ସମୟରେ ପାର୍କରେ ଚାଲିବା, ଜଗିଂ, ଭାରୋତ୍ତୋଳନ, ଏରୋବିକ୍ସ, ଯୋଗ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଅନ୍ତର୍ଭୂକ୍ତ କରନ୍ତୁ ।

କମ୍ କାର୍ବ ଡାଏଟ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : 
ଅଧିକ କାର୍ବ ଡାଏଡ୍ ଅଧିକ ଗ୍ଲୁକୋଜ୍ ଅଟେ। ତେଣୁ କମ୍ କାର୍ବ ଡାଏଟ ଯୁକ୍ତ ଖାଦ୍ୟ ଖାଇବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ । କାରଣ ଏହା ଶରୀରରେ ଶର୍କରା ସ୍ତର ବୃଦ୍ଧି କରିବାରେ ସହାୟକ ହୋଇଥାଏ । କମ୍ କାର୍ବ ଡାଏଟ୍ ଗ୍ରହଣ କରିବା ଦ୍ୱାରା  ଶରୀରରେ  ଚିନିର ସ୍ତର ସ୍ବାଭାବିକ୍ କମ୍ ରହେ । ଯାହା ଆପଣଙ୍କୁ ମଧୁମେହ ଠାରୁ ଦୂରେଇ ରଖେ । 

ଫାଇବର ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ : 
ଫାଇବର ଚିନିକୁ ମାରି ଦିଏ । ଫାଇବର ଶରୀରରେ ଚିନି, କୋଲେଷ୍ଟ୍ରଲ ଏବଂ ଖାଦ୍ୟପେୟର ଚର୍ବିର ଅବଶୋଷଣକୁ ମନ୍ଥର କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ । ଆପଣଙ୍କ ଖାଦ୍ୟରେ ଫାଇବର ସମୃଦ୍ଧ ଖାଦ୍ୟ ଯେପରିକି ଲେମ୍ବୁ, ଫଳ, ମସୁର ଡାଲି, ପୁରା ଶସ୍ୟ, ଡାଲି ଇତ୍ୟାଦି ଅନ୍ତର୍ଭୂକ୍ତ କରନ୍ତୁ।

ଭଲ ନିଦ :
ସୁସ୍ଥ ଶରୀର ପାଇଁ ଭଲ ନିଦ ମଧ୍ୟ ଆବଶ୍ୟକ ।  ଯାହା ଦ୍ୱାରା ଚିନି ସ୍ପାଇକ୍ ହେବାର ଆଶଙ୍କା କମିଯାଏ । ତେଣୁ ଆପଣ ଦିନକୁ ଅତି କମରେ ୮ରୁ ୯ ଘଣ୍ଟା ଶୋଇବା ଉଚିତ୍ । 

ଚାପ ନିଅନ୍ତୁ ନାହିଁ :
କଥାରେ ଅଛି ମଣିଷକୁ ଚିନ୍ତା ଖାଏ । ତେଣୁ ସୁସ୍ଥ ଶରୀର ପାଇଁ ମଣିଷକୁ ଚାପ/ଟେନସନ୍ ଫ୍ରି ରହିବା ଆବଶ୍ୟକ । କାହିଁକିନା ମଣିଷ ଚାପରେ ରହିଲେ ବ୍ଲଡରେ ସୁଗାରେ ଲେବଲ ବଢିଥାଏ । 

ଓଜନ ହ୍ରାସ କରନ୍ତୁ :

ମଧୁମେହର ଏକ ପ୍ରମୁଖ କାରଣ ହେଉଛି ମୋଟାପଣ । ତେଣୁ ନିଜର ଓଜନକୁ ମଧ୍ୟ ଆପଣ ନିୟନ୍ତ୍ରଣରେ ରଖନ୍ତୁ। ଓଜନ ହ୍ରାସ କରିବା ମଧୁମେହର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ଅଧିକ ପାଣି ପିଅନ୍ତୁ :
ମଧୁମେହକୁ ପ୍ରାକୃତିକ ଭାବରେ ନିୟନ୍ତ୍ରଣ କରିବା ପାଇଁ ଅଧିକ ପାଣି ପିଅନ୍ତୁ । ରସ ଏବଂ ଅନ୍ୟ ମିଠା ପାନୀୟ ଅପେକ୍ଷା ଆପଣ ଅଧିକ ପରିମାଣରେ ଦିନରେ ପାଣି ପିଇବା ଉଚିତ୍ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ।

କାହାକୁ ଅଧିକ ହେବାର ଆଶଙ୍କା  :

ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ । ୩୫ ବର୍ଷରୁ ଉର୍ଦ୍ଧ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆଶଙ୍କା ଅଧିକ ଥାଏ । ଆଳସ୍ୟ ପରାୟଣ ଲୋକ ମଧ୍ୟ ଏହାର ଶିକାର ହୋଇଥାନ୍ତି।ଏହା ବ୍ୟତିତ ଅନେକ କାରଣ ଅଛି ।

ଲକ୍ଷଣ :
ଅଧିକ ଶୋଷ ।
ଅଧିକ ପରିସ୍ରା ।
ଓଜନ କମିଯିବା ।
ଅଧିକ ଭୋକ ।
ଅଧିକ ଥକା ।
ମାନ୍ଦା ଦୁର୍ବଳ ଲାଗିବା । 
ଆଖିକୁ ଝାପସା ଦିଶିବା । 
ଯୌନାଙ୍ଗରେ ଘା' ହେବା । 
ଯୌନଶକ୍ତି କମିଯିବା । 
ଗୋଡ଼ ଝିମ୍ ଝିମ୍ ହେଇ କାଦୁଅ ଲାଗିବା ପରି ହେବା।

ଘା' ନ ଶୁଖିବା ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଇତ୍ୟାଦି । କେତେକଙ୍କର ଗୋଟିଏ ଗୋଟିଏ ଲକ୍ଷଣ ପ୍ରକାଶ ପାଇଲେବି ଅନେକଙ୍କର ଏକାଧିକ ଲକ୍ଷଣ ପ୍ରକାଶ ପାଇଥାଏ । ଆଉ କେତେକଙ୍କର ମଧୁମେହ ଲକ୍ଷଣ ପ୍ରକାଶ ନ ପାଇ ମଧ୍ୟ ଏହି ରୋଗ ହେଇଥାଏ । ହୃଦରୋଗ, କିଡନୀ ରୋଗ, ଆଖି ରୋଗ ତଥା ଅନ୍ୟାନ୍ୟ ରୋଗ ପରିକ୍ଷା କଲା ବେଳେ ଏହି ରୋଗ ଧରାପଡ଼ିଥାଏ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)