ନୂଆଦିଲ୍ଲୀ: ଏବେ ହୃଦୟ ଓ ଆଖି ପରୀକ୍ଷା କରିବା ପାଇଁ ଆଉ ହସପିଟାଲ ଯିବାକୁ ପଡ଼ିବ ନାହିଁ । କାରଣ ଘରେ ବସି ସ୍ମାର୍ଟଫୋନ ମାଧ୍ୟମରେ ହୋଇପାରିବ ପରୀକ୍ଷା । ଆଜ୍ଞା ହିଁ ଏକଥା ସତ୍ୟ, ଗୁଗଲର ଯୋଜନା ଅନୁସାରେ ବିକଶିତ ସ୍ମାର୍ଟଫୋନ ଜରିଆରେ ହୃଦୟ ସମ୍ବନ୍ଧୀୟ ଏବଂ ଆଖିର ଅବସ୍ଥା ଜାଣିହେବ । ଅପଡେଟେଡ ଆଡ୍ରଏଡ ଡିଭାଇସ୍ ବ୍ୟବହାରକାରୀ ଘର ବସି ନିଜ ସ୍ୱାସ୍ଥ୍ୟ ଅବସ୍ଥା ଜାଣିପାରିବେ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ସପ୍ଟୱେର ବିକଶିତ କରୁଛି ଗୁଗଲ । ତେବେ କିପରି କାମ କରିବ ଏହି ସ୍ମାର୍ଟ ପ୍ଲାନ, ଆସନ୍ତୁ ଜାଣିବା ବିସ୍ତୃତ ଭାବରେ।


COMMERCIAL BREAK
SCROLL TO CONTINUE READING

ଗୁଗଲର ଦାବି ଅନୁସାରେ ଏହି ନୂତନ ପଦ୍ଧତିରେ ସ୍ମାର୍ଟଫୋନ୍ ହୃଦସ୍ପନ୍ଦନର ତୀବ୍ରତା ମାପି ପାରିବା ସହିତ ଛାତି ଉପରେ ସ୍ମାର୍ଟଫୋନ ରଖିଲେ ହୃଦୟର ସ୍ପନ୍ଦନକୁ ମଧ୍ୟ ରେକର୍ଡ କରିପାରିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ସ୍ମାର୍ଟଫୋନର ବିଲ୍ଟ-ଇନ୍ ମାଇକ୍ରୋଫୋନ୍ ବ୍ୟବହାର ପାଇଁ ଯୋଜନା କରିଛି ଗୁଗଲ୍ ।


ସ୍ମାର୍ଟଫୋନରୁ ଜାଣିପାରିବେ ଏହିସବୁ ତଥ୍ୟ


ଗୁଗର ନିଜ ବ୍ଲଗ ପୋଷ୍ଟ ଜରିଆରେ ଜଣାଇଛି କି ସ୍ମାର୍ଟଫୋନ ଜରିଆରେ ମିଳିପାରିବ ଷ୍ଟେଥୋସ୍କୋପର ଲାଭ । କୌଣସି ବ୍ୟକ୍ତିଙ୍କ ଦୃଦୟ ସ୍ଥିତି ବିଷୟରେ ଷ୍ଟେଥୋସ୍କୋପ ଜରିଆରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଥାଏ । ଡାକ୍ତର ମହାଧମନୀ ଷ୍ଟେନୋସିସ (aortic stenosis)ପରି ଦୃଦୟ ସମ୍ବନ୍ଧୀୟ ସୂଚନା ଏହାଦ୍ୱାରା ଜାଣିପାରନ୍ତି । ମହାଧମନୀ ଷ୍ଟେନୋସିସର ସ୍କ୍ରିନିଂ ପାଇଁ ବିଶେଷ ଭାବେ ଷ୍ଟେଥୋସ୍କୋପ, ଅଲଟ୍ରାସାଉଣ୍ଡ ଆବଶ୍ୟକତା ପଡ଼ିଥାଏ । କିନ୍ତୁ ଏବେ ଗୁଗଲ ଏହିସବୁ ଶାରୀରିକ ସୂଚନା ପାଇବା ପାଇଁ ସ୍ମାର୍ଟଫୋନରେ ସ୍ୱତନ୍ତ୍ର ଭାବେ ମାଇକ୍ରୋଫୋନର ଉପଯୋଗ କରିବାକୁ ଯୋଜନା କରୁଛି ।


ପ୍ରାଥମିକ ସ୍ତରରେ ପରୀକ୍ଷା


ଏହି ନୂତନ କୌଶଳର ପରୀକ୍ଷା ଏବେ ପ୍ରାଥମିକ ସ୍ତରରେ ରହିଛି । ପରିବର୍ତ୍ତୀ ସମୟରେ ଏହି ପରୀକ୍ଷାର ସଫଳତା ଉପରେ ଗୁଗଲ ସ୍ମାର୍ଟଫୋନର ବିକାଶ ନିର୍ଭର କରୁଛି । ବୈଷୟିକ ପରୀକ୍ଷା ସହ ଏବେ କ୍ଲିନିକାଲ ଷ୍ଟଡି ଟେଷ୍ଟିଂର ପ୍ରଥମ ପର୍ଯ୍ୟାୟ ଜାରି ରହିଛି । ଏହି ନୂତନ ଟେକଲୋଲୋଜି ସ୍ମାର୍ଟଫୋନ ବ୍ୟବହାରକାରୀଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସମର୍ଥ ହେବ ବୋଲି ଗୁଗଲ ଦାବି କରିଛି । ସ୍ମାର୍ଟଫୋନରେ ଏହି ଅତିରିକ୍ତେ ସେବା ପାଇବା ପାଇଁ ଗ୍ରାହକଙ୍କୁ କୌଣସି ସ୍ୱତନ୍ତ୍ର ଦେୟ ଦେବାକୁ ପଡ଼ିବ ନାହିଁ ।


ଫଟୋରୁ ଜାଣିହେବ ଡାଇବେଟିସ ସୂଚନା


ଏହି ନୂଆ ଜ୍ଞାନକୌଶଳ ଜରିଆରେ ସ୍ମାର୍ଟଫୋନରେ ଉଠା ଯାଇଥିବା ଫଟୋ ସହାୟତାରେ ଡାଇବେଟିସ୍ ରୋଗ ସମ୍ବନ୍ଧୀୟ ସୂଚନା ମିଳିପାରିବ । ସ୍ମାର୍ଟଫୋନ କ୍ୟାମେରା ଉପଯୋଗ କରି ଉଠାଯାଉଥିବା ଫଟୋ ଦ୍ୱାରା ଡାଇବେଟିସ ପରୀକ୍ଷା ପାଇଁ ଇମେଜ ଆଇପେକ୍ସ ଓ  ଚାଙ୍ଗ ଗଙ୍ଗ ମେମୋରିଆଲ ହସପିଟାଲ (CGMH)ସହିତ ମିଳିତ ଭାବେ ଏକ କ୍ଲିନିକାଲ ଟ୍ରାଏଲ କରିବାକୁ ଯୋଜନା ଜାରି ରହିଛି । ସ୍ମାର୍ଟଫୋନ କ୍ୟାମେରାରେ ନିଆଯାଇଥିବା ଆଖିର ଚିତ୍ରରୁ ହିଁ ଡାଇବେଟିସ ଓ ନନ-ଡାଇବେଟିସ (Non Diabetes) ରୋଗର ଲକ୍ଷ୍ୟଣ ଚିହ୍ନଟ କରାଯାଇପାରିବ । ଯଦିଓ ଏହି ଗବେଷଣା ଓ ପରୀକ୍ଷା ପ୍ରାଥମିକ ପର୍ଯ୍ୟାୟରେ ରହିଛି, ଭବିଷ୍ୟତରେ ଏହା ସଫଳ ହେବା ନେଇ ଆଶା ପ୍ରକାଶ କରିଛି ଗୁଗଲ ।


ସ୍ମାର୍ଟଫୋନ (Smart Phone) ଜରିଆରେ ଅନେକ ସ୍ମାର୍ଟ ୱାର୍କ ସମ୍ପାଦିତ ହେଉଥିବାବେଳେ ଏଥିରେ ପ୍ରଥମ ଥର ପାଇଁ ମିଳିବାକୁ ଯାଉଛି ସ୍ୱାସ୍ଥ୍ୟସେବା । ଏହାପୂର୍ବରୁ ପରୀକ୍ଷାମୂଳକ ଭାବେ ଗୁଗୁଲ ଫିଟ୍ ପରି ଆପ୍ଲିକେସନରେ ବ୍ୟବହାରକାରୀଙ୍କୁ ସେବା ଯୋଗାଇ ଦେଉଛି । ଏବେ ଜାରି ରହିଥିବା ଗବେଷଣା ସହିତ ଗୁଗଲ  AI-DNA ଆଧାରିତ ARDA ଆଲଗୋରିଦିମର ବ୍ୟବହାର କରୁଛି । ଯାହା ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ଡାଇବେଟିସ ଲକ୍ଷଣ ଗୁଡିକର ପରୀକ୍ଷା କରିପାରିବ ।


Also Read: ଅବିଶ୍ୱାସ ପ୍ରସ୍ତାବ ପୂର୍ବରୁ ଇମ୍ରାନ ଖାନଙ୍କୁ ବଡ଼ ଝଟକା, ୫୦ ମନ୍ତ୍ରୀ ନିଖୋଜ


Also Read: IBPS ଏସବୁ ପଦବୀରେ ନିଯୁକ୍ତି ଦେବାପାଇଁ ଜାରି କଲା ବିଜ୍ଞପ୍ତି; ଶୀଘ୍ର କରନ୍ତୁ ଆବେଦନ