ବର୍ଷ ଶେଷରେ ଧୋକା ଦେଲା Google!
Facebook, Twitter ପ୍ରାୟ ପ୍ରତିମାସରେ କ୍ରାସ ହୁଏ। ଏହା ଏକ ସାମନ୍ୟ କଥା ହୋଇଗଲାଣି। କିନ୍ତୁ Google ପ୍ରଥମ ଥର ବିଶ୍ୱବ୍ୟାପୀ କ୍ରାସ ହୋଇଛି। ତାହା ପୁଣି ବର୍ଷ ଶେଷରେ।
ନୂଆଦିଲ୍ଲୀ: ଆଧୁନିକ ଯୁଗରେ ପ୍ରାୟ ସମସ୍ତଙ୍କ ଭରଷାଯୋଗ୍ୟ ସର୍ଚ୍ଚ ଇଂଜିନ ହେଇଛି Google। ଅଧାରୁ ଅଧିକ ଇଣ୍ଟରନେଟ ବ୍ୟବହାରକାରୀ ଏହାରି ଉପରେ ନିର୍ଭର କରନ୍ତି। ରୋଷେଇଠୁ ଆରମ୍ଭ କରି ପରମାଣୁ ବୋମା ତିଆରି କରିବାର ଫର୍ମୁଲା ପାଇଁ ଲୋକେ Google ଉପରେ ନିର୍ଭର କରନ୍ତି। କିନ୍ତୁ ୨୦୨୦ ବର୍ଷ ଶେଷରେ ଏହି ଲୋକପ୍ରିୟ ସର୍ଚ ଇଂଜିନ ଲୋକଙ୍କୁ ଧୋକା ଦେଇଛି। ସୋମବାର ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ Google ବିଶ୍ୱବ୍ୟାପୀ ବ୍ଲାକ ଆଉଟ ହୋଇଯାଇଥିଲା।
ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ପରଠୁ Google ବ୍ଲାକ ଆଉ ହୋଇଯାଇଥିଲା। ବିଶ୍ୱବ୍ୟାପୀ Gmail,Google ଅଧିକୃତ YouTube, Google Docs, Google Meet, Google Duo କାମ କରିନଥିଲା। Google କାହିଁକି କାମକରୁ ନାହିଁ ବୋଲି ମଧ୍ୟ ଲୋକେ Google ସର୍ଚ୍ଚ କରିବାକୁ ସୁଯୋଗ ପାଇନଥିଲେ। କାରଣ ଏହି ସର୍ଚ୍ଚ ଇଂଜିନର ସମସ୍ତ ପ୍ଲାଟଫର୍ମ ଅଚଳ ହୋଇଯାଇଥିଲା।
Also Read: କୋରୋନା କଲର ଟ୍ୟୁନ ଆପଣଙ୍କୁ ବିରକ୍ତ କରୁଛି କି ? ଆପଣାନ୍ତୁ ଏହି ଉପାୟ...
ବିଶ୍ୱର ଅଧିକାଂଶ ମେଲ ୟୁଜର୍ସ Gmail ଉପରେ ନିର୍ଭର କରନ୍ତି। ଏହାରି ମାଧ୍ୟମରେ ତାଙ୍କର ଅଫିସ, ବ୍ୟବସାୟ ଓ ବ୍ୟକ୍ତିଗତ ଯୋଗାଯୋଗ କରନ୍ତି। କିନ୍ତୁ Gmail ବ୍ଲାକ ଆଉଟ ହୋଇଯିବା ପରେ ସେମାନେ ଏକ ପ୍ରକାରର ବିକଳାଙ୍ଗ ହୋଇଯାଇଥିଲେ। YouTubeରେ ବି ସମାନ ପ୍ରକାରର ସମସ୍ୟା ଦେଖାଦେଇଥିଲା। ଭିଡିଓ ଅପଲୋଡ ଓ ପ୍ଲେ ବେଳେ ସାଇଟ କ୍ରାସ ହେଉଥିଲା।
ତେବେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକ ଟ୍ୱିଟରର ସହାୟତା ନେଇଥିଲେ। ସେମାନେ ଟ୍ୱିଟ କରି ନିଜ ନିଜର ସମସ୍ୟା ବିଷୟରେ ଜଣାଇଲେ। ଆଉ ସେହି ଅଢେଇ ଘଣ୍ଟା ମଧ୍ୟରେ #googledown ଟ୍ରେଣ୍ଡ କରିବାକୁ ଲାଗିଲା। ପରବର୍ତ୍ତି ସମୟରେ ସମସ୍ତ ପ୍ଲାଟଫର୍ମ ସାମାନ୍ୟ ହେଲା। ସରଭର ତୃଟି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ଲାକ ଆଉଟକୁ ନେଇ Google ପକ୍ଷକୁ କୌଣସି ସ୍ପଷ୍ଟିକରଣ ଦିଆଯାଇନାହିଁ।
Also Read: ଏହି ଲୋକଙ୍କ ପାଇଁ ବିପଜ୍ଜନକ ହୋଇଥାଏ ଟମାଟୋର ସେବନ
Facebook, Twitter ପ୍ରାୟ ପ୍ରତିମାସରେ କ୍ରାସ ହୁଏ। ଏହା ଏକ ସାମନ୍ୟ କଥା ହୋଇଗଲାଣି। କିନ୍ତୁ Google ପ୍ରଥମ ଥର ବିଶ୍ୱବ୍ୟାପୀ କ୍ରାସ ହୋଇଛି। ତାହା ପୁଣି ବର୍ଷ ଶେଷରେ। ଯେଉଁ ସମୟରେ ଲୋକଙ୍କ ନିକଟରେ ଅଧିକ କାମ ଥାଏ ସେହି ସମୟରେ Google ଧୋକା ଦେଇଛି। ଯାହାକୁ ନେଇ ୟୁଜର୍ସଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।