ଶୀତ ଦିନେ ସକାଳୁ ନିଦ ଭାଙ୍ଗୁନାହିଁ କି, ଆପଣାନ୍ତୁ ଏହି ଉପାୟ...
Advertisement
Article Detail0/zeeodisha/odisha803471

ଶୀତ ଦିନେ ସକାଳୁ ନିଦ ଭାଙ୍ଗୁନାହିଁ କି, ଆପଣାନ୍ତୁ ଏହି ଉପାୟ...

ସକାଳୁ ଉଠିବା ଭାରି କଷ୍ଟ...

ଶୀତ ଦିନେ ସକାଳୁ ନିଦ ଭାଙ୍ଗୁନାହିଁ କି, ଆପଣାନ୍ତୁ ଏହି ଉପାୟ...

ନୂଆଦିଲ୍ଲୀ: ଏବେ ଶୀତ ଋତୁ (Winter Season) । ସ୍କୁଲ ହେଉ ଅବା ଅଫିସ, ପିଲାଙ୍କ ଠାରୁ ବୟସ୍କଙ୍କୁ ପର୍ଯ୍ୟନ୍ତ ସକାଳୁ ଉଠିବାକୁ ପଡ଼ିଥାଏ । ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ୁଥିବା ବେଳେ ବୟସ୍କଙ୍କୁ ଅଫିସ ଯିବାକୁ ପଡ଼ିଥାଏ । କିନ୍ତୁ ସକାଳୁ ଉଠିବା ଟିକେ କଷ୍ଟ ହୋଇଥାଏ । କାରଣ ଶୀତଦିନେ ଉଷୁମ କମ୍ବଳ ତଳୁ ବାହାରିବାକୁ ଏ ଥଣ୍ଡା ପାଗରେ କାହାର ବି ଇଚ୍ଛା ନଥାଏ । ସକାଳୁ ଉଠିଲେ ବି ଶରୀରକୁ ଫୁର୍ତ୍ତି ଲାଗିନଥାଏ । 

ତେଣୁ ଯଦି ସକାଳୁ ଉଠିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କିଛି ସରଳ ଉପାୟକୁ ଆପଣାଇବାକୁ ପଡ଼ିବ । ଏପରି କଲେ ସହଜରେ ସକାଳୁ ନିଦ ଭାଙ୍ଗିବା ସହିତ ଶରୀରକୁ ଫୁର୍ତ୍ତି ମଧ୍ୟ ଲାଗିବ । 

ଶୀତଦିନେ ସକାଳୁ ଉଠିବବା ପରେ ଓ ଶୋଇବା ପୂର୍ବରୁ ପାଣି ପିଇବାର ଅଭ୍ୟାସ କରନ୍ତୁ । ଦେଖିବେ ଏପରି କରିବା ଦ୍ୱାରା ଆପଣ ସକାଳୁ ସହଜରେ ଉଠିବା ସହିତ ଫୂର୍ତ୍ତି ଅନୁଭବ ମଧ୍ୟ କରିବେ । ଏହା ସହିତ ଆପଣ କିଛି ସମୟ ପାଇଁ ମର୍ଣ୍ଣିଂ ଓ୍ୱାକରେ ମଧ୍ୟ ଯାଇପାରିବେ । ଯାହା ଆପଣଙ୍କୁ ଫୂର୍ତ୍ତି ରଖିବାରେ ମଧ୍ୟ ସହାୟକ ହେବ । 

ସେହିପରି ଆପଣ ନିଦରୁ ଉଠିବା ପରେ ବ୍ରସ କରି ଦିଅନ୍ତୁ । ବ୍ରସ କରିବା ପରେ ସକାଳ ଜଳଖିଆ ଯେପରି ନ ଭୁଲନ୍ତି, ସେଥିପ୍ରତି ଧ୍ୟାନ ମଧ୍ୟ ଦିଅନ୍ତୁ । ଏହା ସହିତ ସକାଳୁ ଗାଧୋଇବା ମଧ୍ୟ ଅଭ୍ୟାସ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଅଳସୁଆ ଲାଗିବ ନାହିଁ । ତେବେ ଏ ସବୁର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରନ୍ତୁ ।