ଯଦି ଶରୀରରୁ ଏମିତି ସଙ୍କେତ ମିଳିବା ଆରମ୍ଭ ହେଉଛି, ସତର୍କ ହୋଇଯାଆନ୍ତୁ ବିୟର ଏବଂ ମଦ୍ୟପାନକୁ କରନ୍ତୁ ନାଁ
ଯେତେବେଳେ ଆପଣ ଅଧିକ ମଦ୍ୟପାନ ଏବଂ ବିୟର ପିଇବା ଆରମ୍ଭ କରନ୍ତି ସେତେବେଳେ ଶରୀର ୪ ପ୍ରକାର ଚେତାବନୀ ବା ସଙ୍କେତ ଦେବା ଆରମ୍ଭ ହୋଇଥାଏ । ଏପରି ସ୍ଥିତିରେ ତୁରନ୍ତ ସତର୍କ ହେବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ୪ଟି ସଙ୍କେତ ବିଷୟରେ ।
ସାଧାରଣତଃ ଲୋକଙ୍କ ଆୟ ବୃଦ୍ଧି ଏବଂ ସମସ୍ତ ସୁବିଧା ମିଳିବା ହେତୁ ଆଜିକାଲି ମଦ୍ୟପାନ କରିବା ଏକ ସ୍ବାବାଭିକ କଥା ହୋଇଗଲାଣି । ଯଦି ଆପଣ ଏହାକୁ ଅଧିକ ସେବନ କରୁଛନ୍ତି ତେବେ ଏହାର ଖରାପ ପ୍ରଭାବ ପକାଇଥାଏ । ଆଜି ଆମେ ଆପଣଙ୍କୁ ଶରୀରରେ କିଛି ଏପରି ଲକ୍ଷଣ ବିଷୟରେ କହିବୁ ଯାହା ଆପଣ ଜାଣିବା ମାତ୍ରେ ତୁରନ୍ତ ଏହି ଅଭ୍ୟାସକୁ ବନ୍ଦ କରିଦେବେ । ସେହି ସଙ୍କେତ ଗୁଡିକ କଣ ଆସନ୍ତୁ ଜାଣିବ ।
ଅନିଦ୍ରତା ଦେଖା ଦିଏ ତେବେ ସର୍କତ ଘଣ୍ଚି -
କିଛି ଦିନ ହେବ ଯଦି ଆପଣ ଅନିଦ୍ରତା ସମସ୍ୟା ଭୋଗୁଛନ୍ତି ତେବେ ସର୍କତ ହୋଇଯାଆନ୍ତୁ । ଯଦି ଆପଣ ଅନିଦ୍ରତା, ମୁଣ୍ଡବିନ୍ଧା, ବାରମ୍ବାର ପରିସ୍ରା ସମସ୍ୟା ଭୋଗୁଛନ୍ତି ତେବେ ସଚେତନ ହୋଇଯାଆନ୍ତୁ । ଏମିତିରେ ତୁରନ୍ତ ମଦ୍ୟପାନରୁ ନିଜକୁ ଦୂରେଇ ରଖିବା ବୁଦ୍ଧିମାନ କଥା ।
ଉଚ୍ଚ ରକ୍ତଚାର ଏବଂ ମାନସିକ ଚାପ ଏକ ବଡ଼ ସଙ୍କେତ-
ଯଦି ଆପଣ ମାନସିକ ଚାପ ଦ୍ବାରା ଘେରି ରହିଛନ୍ତି ବା କୌଣସି ଚିନ୍ତା କାରଣରୁ ଆପଣ ଅସୁବିଧାରେ ଅଛନ୍ତି ,ଆପଣଙ୍କର ରକ୍ତଚାପ ଅଧିକ ହେବା ଆରମ୍ଭ କରିଛି, ତେବେ ଏହା ସଙ୍କେତ ଅଟେ ଯେ ଆପଣ ଯଥା ଶୀଘ୍ର ବିୟର ଏବଂ ମଦ୍ୟପାନରୁ ନିଜକୁ ଦୂରେଇ ରଖନ୍ତୁ। ବାସ୍ତବରେ ବିୟର ପିଇବା ଶରୀରରେ କର୍ଟିସୋଲର ସ୍ତରକୁ ବୃଦ୍ଧି କରିଥାଏ । ଯେଉଁ କାରଣରୁ ମାନସିକ ଚାପ ଏବଂ ଏନଜାଇଟି ବଢିଥାଏ । ଏମିତିରେ ଆପଣ ବିୟର ଆଉ ମଦ୍ୟପାନ ଛାଡନ୍ତି ନାହିଁ ତେବେ ଆପଣ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ମଧ୍ୟ ଆଶଙ୍କା ରହିଛି ।
Also Read ; ତୁଳସୀପତ୍ରକୁ କ୍ଷୀର ସହ ମିଶାଇ ପିଇଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏହାର ଚମତ୍କାର ଉପକାରିତା
ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା-
ଦୂନିଆରେ କେହି ଅସୁସ୍ଥ ହେବାକୁ ଚାହାନ୍ତି ନାହିଁ ଯଦିଓ ଆପଣ ବାରମ୍ବାର ଅସୁସ୍ଥ ହୋଇ ପଡୁଛନ୍ତି ତେବେ ମଦ୍ୟପାନ ହେଉଛି ଏହା ଏକ ବଡ଼ କାରଣ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବିୟର ଏବଂ ମଦ୍ୟପାନ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଧୀରେ ଧୀରେ ନଷ୍ଟ କରିଥାଏ । ଏପରି ସ୍ଥିତିରେ ଆପଣ ଅଧିକ ଅସୁସ୍ଥ ହେବାର ସମ୍ଭାବନା ରହିଛି । ଡାକ୍ତରଙ୍କ ଅନୁଯାୟୀ ଯେଉଁ ମାନେ ପ୍ରତିଦିନ ମଦ୍ୟପାନ କରନ୍ତି ସେମାନଙ୍କ ବୈବାହିକ ଜୀବନ ଖରାପ ରହିଥାଏ ଏହା ସହ ଏଚ.ଆଇ.ଭି ପରି ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ ।
ଭୋକ ନ ଲାଗିବା-
ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ବା କୌଣସି ଖାଦ୍ୟ ଖାଇବାକୁ ମନ ହେଉ ନାହିଁ ,ପାଟି ପିତା ଲାଗୁଛି, ପେଟ ଭାରି ଲାଗୁଛି ତେବେ ଯକୃତ ବା (ଲିଭର) ସମସ୍ୟା ହୋଇପାରେ । ଡାକ୍ତରଙ୍କ ମତରେ ଯକୃତ ଜନିତ ସମସ୍ୟା କାହାକୁ ବି ହୋଇପାରେ କିନ୍ତୁ ମଦ୍ୟପାନ କରୁଥିବା ଲୋକଙ୍କ କ୍ଷେତ୍ରରେ ଅଧିକ ସମ୍ଭାବନା ରହିଛି । ବେଳେ ବେଳେ ସଂକ୍ରମଣ ଏବଂ ଔଷଧ ହେତୁ ମଧ୍ୟ ଯକୃତ ଏନଜାଇମର ସମସ୍ୟା ମଧ୍ୟ ଦେଖାଯାଏ । ଏପରି ସ୍ଥିତିରେ ଏସବୁ ସମସ୍ୟାକୁ ଦୂର କରିବା ପାଇଁ ଆପଣ ବର୍ଷକୁ ଥରେ ଯକୃତ ଯାଞ୍ଚ କରିବା ଜରୁରୀ ।