ତୁଳସୀପତ୍ରକୁ କ୍ଷୀର ସହ ମିଶାଇ ପିଇଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏହାର ଚମତ୍କାର ଉପକାରିତା
Advertisement
Article Detail0/zeeodisha/odisha1328314

ତୁଳସୀପତ୍ରକୁ କ୍ଷୀର ସହ ମିଶାଇ ପିଇଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏହାର ଚମତ୍କାର ଉପକାରିତା

ଆପଣ ନିଶ୍ଚିତ ଭାବରେ ଅନେକ ଥର କ୍ଷୀର ପିଇଥିବେ କିନ୍ତୁ ସେଥିରେ ତୁଳସୀ ପତ୍ରକୁ ଫୁଟାଇ ପିଇଛନ୍ତି କି, ଯଦି ନା ଜାଣନ୍ତୁ ଏହାର ଚମତ୍କାର ଉପକାରିତା । 

ପ୍ରତିକାତ୍ମକ ଫଟୋ

କ୍ଷୀର ପିଇବାର ଉପକାର ବିଷୟରେ ତ ଆମେ ସମସ୍ତେ ସଚେତନ । କ୍ଷୀରକୁ କେବଳ ଯେ ସମ୍ପୂର୍ଣ୍ଣ ଖାଦ୍ୟ କୁହାଯାଏ ତାହା ନୁହେଁ, ଏଥିରେ ସମସ୍ତ ପ୍ରକାରର ପୋଷକ ତତ୍ତ୍ବ ରହିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ଅଟେ । କ୍ଷୀରର ଉପକାରିତାକୁ ଅଧିକ ବଢାଇବା ପାଇଁ ଏଥିରେ ଅନେକ ଜିନିଷ ମିଶ୍ରଣ କରାଯାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ତୁଳସୀ ପତ୍ର । ଏଥିରେ ଥିବା ଔଷଧୀୟ ଗୁଣ ପରିପୂର୍ଣ୍ଣ ରହିଛି । ଏହା ପ୍ରାୟତଃ ସମସ୍ତଙ୍କ ଘରେ ଦେଖିବାକୁ ମିଳେ। ଡାଏଟିସିଆନଙ୍କ ମତରେ ତୁଳସୀ ପତ୍ରକୁ କ୍ଷୀରରେ ଫୁଟାଇ ପିଇବା ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । 

କ୍ଷୀରରେ ତୁଳସୀପତ୍ରକୁ ଫୁଟାଇ ପିଇବାର ଉପକାରିତା -

ଆସ୍ଥମା ରୋଗ- ଯଦି ଆପଣ ଆସ୍ଥମା କିମ୍ବା ଶ୍ବାସକ୍ରିୟାରେ ପୀଡିତ ଅଛନ୍ତି ତେବେ ଏଥିରୁ ରକ୍ଷା ପାଇବା ପାଇଁ ତୁଳସୀ ପତ୍ରକୁ କ୍ଷୀରରେ ଫୁଟାନ୍ତୁ ଏବଂ ଏହାକୁ ପିଅନ୍ତୁ । ଏହା କରିବା ଦ୍ବାରା ଆସ୍ଥମା ରୋଗୀଙ୍କୁ ବହୁତ ଆରାମ ମିଳିଥାଏ । 

ମାଇଗ୍ରେନ- ଆଜିକାଲି ସମୟରେ ମାଇଗ୍ରେନ ରୋଗୀଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି ଯେଉଁଥିପାଇଁ ଲୋକମାନେ ପ୍ରାୟତଃ ମୁଣ୍ଡବିନ୍ଧାର ସମସ୍ୟା ଭୋଗୁଛନ୍ତି । ଯଦି ତୁଳସୀ ଏବଂ କ୍ଷୀରକୁ ନିୟମିତ ପିଇବେ ତେବେ ଏହି ସମସ୍ୟାକୁ ଦୂର କରିପାରିବେ । 

Also Read ; କଣ ଅଧିକ ଫୁଲକୋବି ଖାଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ ଶରୀର ପାଇଁ ଅଧିକ କ୍ଷତିକାରକ

ଡିପ୍ରେସନ- ବ୍ୟସ୍ତବହୁଳ ଜୀବନଶୈଳୀ, ଅଫିସ କାର୍ଯ୍ୟଭାର, ପାରିବାରିକ କଳହ, ପ୍ରେମ ଏବଂ ବନ୍ଧୁତାରେ ବିଶ୍ବାସଘାତକତା, ଋଣଗ୍ରସ୍ତ ଇତ୍ୟାଦିକୁ ନେଇ ଲୋକମାନେ ପ୍ରାୟତଃ ଅବସାଦ ଘେରରେ ରହିଥାଆନ୍ତି । ଏଭଳି ପରିସ୍ଥିତିରେ ତୁଳସୀ କ୍ଷୀର ସେବନ କରିବା ଦ୍ବାରା ସମସ୍ତ ପ୍ରକାରର ଚିନ୍ତା ଦୂର ହୋଇପାରେ ଏବଂ ଟେନସନରୁ ମଧ୍ୟ କିଛି ମାତ୍ରାରେ ଆପଣଙ୍କୁ ରିଲାକ୍ସ ମିଳିପାରିବ। 

କିଡନୀ ଷ୍ଟୋନ - ଆଜିକାଲି ଦୂଷିତ ଖାଦ୍ୟ ଖାଇବା କାରଣରୁ କିଡନୀ ଷ୍ଟୋନ ସମସ୍ୟା ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଆପଣ କ୍ଷୀରରେ ତୁଳସୀ ପତ୍ର ପକାଇ ଫୁଟାଇ ପିଇବା ଉଚିତ୍ । ଏହା ଦ୍ବାରା ଷ୍ଟୋନ ଏବଂ କିଡନୀ ଯନ୍ତ୍ରଣା ଦୂର ହୋଇଥାଏ ।