ଶୀତ ଆରମ୍ଭ ହୋଇଛି ଏବଂ ଶୀତଦିନେ ଶୁଖିଲା ଚର୍ମ ଏକ ସାଧାରଣ ସମସ୍ୟା । ବେଳେ ବେଳେ ଶୁଷ୍କତା ବଢିଯାଏ ଯେଉଁ କାରଣରୁ ଚେହେରାରେ ଧଳା ପ୍ୟାଚ୍ ମଧ୍ୟ ଦେଖାଯାଇଥାଏ । ଶୁଷ୍କତା ଦୂର କରିବା ପାଇଁ ସାଧାରଣତଃ ଲୋକେ ଦାମୀ ମଶ୍ଚରାଇଜର ବ୍ୟବହାର କରନ୍ତି । ଏହାର ବ୍ୟବହାରର କିଛି ସମୟ ପାଇଁ ଚେହେରା ନରମ ରହିଥାଏ । ଏହି କ୍ରିମ ଗୁଡିକ ରାସାୟନିକ ପଦାର୍ଥରେ ଭରପୂର ରହିଥାଏ ତେଣୁ ଏହାକୁ ଅଧିକ ବ୍ୟବହାର କଲେ ତ୍ବାଚା ନଷ୍ଟ ହୋଇପାରେ । ଏପରି ସ୍ଥିତିରେ ଆପଣ ନିଜ ମୁହଁକୁ ସୁସ୍ଥ ରଖିବା ପାଇଁ କ୍ରିମ ବଦଳରେ ଆପଣ ଦେଶୀ ଘିଅ ଲଗାଇ ପାରିବେ ।  ଦେଶୀ ଘିଅ ପ୍ରୟୋଗରେ ମୁହଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଷ୍କ ହୁଏ ନାହିଁ । ଏହା ବ୍ୟତୀତ ଦେଶୀ ଘିଅ ବ୍ୟବହାର କରିବାର ଅନେକ ଲାଭ ରହିଛି । 
 
ଚେହେରାର ଶୁଷ୍କତା ଦୂର କରେ-
 ଯଦି ଆପଣ ଚର୍ମକୁ ସୁସ୍ଥ ରଖିବାକୁ ଚାହାଁନ୍ତି ଏବଂ ଶୀତଦିନେ ଏହାକୁ ଶୁଷ୍କ ହେବାକୁ ରୋକିବାକୁ ଚାହାଁନ୍ତି, ତେବେ ଦାମୀ କ୍ରିମ୍ ବଦଳରେ ଆପଣ ମୁହଁରେ ଦେଶୀ ଘିଅ ଲଗାଇ ପାରିବେ | ଦେଶୀ ଘିଅ ପ୍ରୟୋଗ କରିବା ଦ୍ବାରା ଚର୍ମ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୁଷ୍କ ହୁଏ ନାହିଁ | ଏହା ବ୍ୟତୀତ ଦେଶୀ ଘିଅ ପ୍ରୟୋଗ କରିବା ଦ୍ବାରା ଚେହେରାକୁ ଅନେକ ଲାଭ ମିଳିଥାଏ  | 


COMMERCIAL BREAK
SCROLL TO CONTINUE READING

Also Read ; ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ, ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ


ସମସ୍ତ ଦାଗ ଦୂର କରେ -
ପ୍ରତିଦିନ ମୁହଁରେ ଦେଶୀ ଘିଅ ଲଗାଇ ମାଲିସ କରିବା  ଦ୍ବାରା କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ । ଘିଅରେ ଏପରି ପୋଷକ ତତ୍ତ୍ବ ରହିଛି ଯାହା ଦାଗ ଦୂର କରି ଚେହେରାରେ ଚମକ ଆଣିଥାଏ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦେଶୀ ଘିଅ ଲଗାଇ ମାଲିସ କରି ଶୋଇ ଯାଆନ୍ତୁ । ସକାଳେ ଉଠି ଚେହେରା ସାଧା ପାଣିରେ ଧୋଇ ନିଅନ୍ତୁ । 


 ଡାର୍କ ସର୍କଲ କମ କରେ-
ଡାର୍କ ସର୍କଲ ହ୍ରାସ କରିବା ଏତେ ସହଜ କାମ ନୁହେଁ । ଦେଶୀ ଘିଅ ଦ୍ବାରା ଡାର୍କ ସର୍କଲକୁ କମ୍ କରିବା ପାଇଁ ପ୍ରଥେମ ଆପଣ କିଛି ଦେଶୀ ଘିଅ ନେଇ ଆଖି ଚାରି ପାଖରେ ଲଗାନ୍ତୁ ଏବଂ ହାଲୁକା ହାତରେ ମାଲିସ କରନ୍ତୁ । ଏହା ପରେ ସାଧା ପାଣିରେ ମୁହଁକୁ  ଧୋଇ ନିଅନ୍ତୁ । ଯଦି ଆପଣ ଶୀଘ୍ର ଏପରି ସମସ୍ୟା ହ୍ରାସ କରିବାକୁ ଚାହାଁନ୍ତି ତେବେ ଶୋଇବା ପୂର୍ବରୁ ଦେଶୀ ଘିଅ ଲଗାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ଏମିତି ପ୍ରତିଦିନ କରିବା ଦ୍ବାରା ଆପଣଙ୍କୁ ଶୀଘ୍ର ଫରକ ନଜର ଆସିବ ।