Horoscope Today 25 January 2023: ମେଷ- ମନ ବିଷର୍ଣ୍ଣ ରହିବ । ମାନସିକ ଶାନ୍ତି ବାଧାପ୍ରାପ୍ତ ହେବ । ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ବୃଷ- ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ । ବ୍ୟୟ ଅଧିକ ହେବ । ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।


ମିଥୁନ- ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।


କର୍କଟ- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।


 ସିଂହ- ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।


କନ୍ୟା- ଧର୍ମ କାର୍ଯ୍ୟରେ ଦିନ ବିତାଇବେ । ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ରାଦି କ୍ରୟ କରିବେ । ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହୁଛି । 


ତୁଳା- ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରା କରିବେ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।


ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡକୁ ୩-୦ରେ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ, ହେଲା ବିଶ୍ୱ ନମ୍ୱର 1


ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୫୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ


ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ


 


ବିଛା- ମନରେ ପ୍ରସନ୍ନତା ଭାବ ରହିବ । ତୀର୍ଥଯାତ୍ରା ପାଇଁ ମନ ବଳିବ । ସୁସମ୍ବାଦ ହସ୍ତଗତ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ବସ୍ତ୍ର କିମ୍ବା ଦ୍ରବ୍ୟ କ୍ରୟ କରିବେ ।


ଧନୁ- କର୍ମ ଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ ।


ମକର- ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।


କୁମ୍ଭ- ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  


ମୀନ- ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।