COMMERCIAL BREAK
SCROLL TO CONTINUE READING

aICE Apple Side Effects: ବିଶେଷ କରି ଖରାଦିନେ ରାସ୍ତାଘାଟ, ବଜାରରେ ଉପଲବ୍ଧ ହୋଇଥାଅ ତାଳସଜ । ଯାହାକୁ ଇଂରାଜୀରେ ଆଇସ୍ ଆପଲ ବୋଲି କୁହାଯାଏ। ତେବେ ଏହାର ବୈଜ୍ଞାନିକ ନାମ କିମ୍ବା ଉଦ୍ଭିଦ ନାମ ହେଉଛି ବୋରାସସ୍ ଫ୍ଲାବେଲିଫର୍ (Borassus flabellifer)। ଏହା ଏକ ଋତୁକାଳୀନ ଫଳ ସେଥିପାଇଁ ଏହା କେବଳ ଗ୍ରୀଷ୍ମଋତୁରେ ଉପଲବ୍ଧ ହୋଇଥାଏ। ଏହା ମୁଖ୍ୟତଃ ପୂର୍ବ ଭାରତରେ ବେଶି ମାତ୍ରାରେ ମିଳିଥାଏ। ଏହି ଫଳଗୁଡ଼ିକ ବରଫ ଜେଲି ପରି ଦେଖାଯାଏ । ଯଦି ଆମେ ଅନ୍ୟ ଗଛ ତୁଳନାରେ ଆଇସ ଆପଲ୍ ଗଛକୁ ଦେଖିବା, ଏହା ବହୁତ ଲମ୍ବା, ଏହି ତାଳଗଛର ଉଚ୍ଚତା ୨୫ରୁ ୯୦ ଫୁଟ ମଧ୍ୟରେ ରହିଥାଏ। ଏହି ଫଳର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଅଛି


ସେହିପରି ତାଳଗଛରୁ ଏକ ତରଳ ପଦାର୍ଥ ବାହାରିଥାଏ, ଯାହାକୁ ଲୋକମାନେ ମଦ୍ୟପାନ ପାଇଁ ବ୍ୟବହାର କରନ୍ତି। ଆଉ ସେହି ପଦାର୍ଥକୁ ତାଡି ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ତାଳସଜ ଖାଇବା ଦ୍ୱାରା କଣ ଲାଭ ଓ କଣ କ୍ଷତି ହୋଇଥାଏ?


ଓଜନ କମ କରିବାରେ ସହାୟକ 
ତାଳସଜ ଖାଇବା ଫଳରେ କ୍ୟାଲୋରୀ ପରିମାଣ ବହୁତ କମ୍ ରହିଥାଏ, ଏହା ବ୍ୟତୀତ ଏହା ଅନେକ ପୋଷକ ତତ୍ତ୍ୱରେ ଭରପୂର ଅଟେ ତାଳସଜ। ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଯଦି କାହାର ମେଦବହୁଳତା ସମସ୍ୟା ଥାଏ, ତେବେ ସେ ଏହି ତାଳସଜ ଫଳ ଖାଇବା ଉଚିତ୍ ।


ଜଳୀୟଅଂଶର ଭରପୂର ଗନ୍ତାଘର ତାଳସଜ (Ice Apple)
ଗ୍ରୀଷ୍ମ ଋତୁରେ ଶରୀରରେ ବହୁତ ଝାଳ ବାହାରିଥାଏ, ଯାହା ଡିହାଇଡ୍ରେସନ୍ ସମସ୍ୟା ସୃଷ୍ଟି କରିଥାଏ ।ତାଳସଜ ଫଳ ଏକ ଥଣ୍ଡା ଫଳ । ତାଳସଜ ଫଳରେ ଜଳର ମାତ୍ରା ଅଧିକ, ଯାହା ଶରୀରରେ ଜଳ ଅଭାବକୁ ଦୂର କରିଥାଏ। ଫଳସ୍ୱରୂପ, ଡିହାଇଡ୍ରେସନକୁ ଏଡାଯାଇପାରିବ । ତେଣୁ, ଯଦି ଆପଣ ଡିହାଇଡ୍ରେସନ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତାଳସଜ ଫଳ ଖାଇବା ଉଚିତ୍ । 


ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ
ତେବେ ତାଳସଜ ଥଣ୍ଡା ଫଳ, ଅର୍ଥାତ୍ ଏହାର ପ୍ରକୃତି ଥଣ୍ଡା। ଏହାକୁ ଖାଇବା ଦ୍ୱାରା ଶରୀରର ତାପମାତ୍ରା ନିୟନ୍ତ୍ରଣ କରାଯାଇପାରିବ । ଫଳସ୍ୱରୂପ, ଆମେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇପାରିବା । ଯେଉଁଥିପାଇଁ ଆମେ ସତେଜତା ଅନୁଭବ କରିପାରିବା । 


  • ହେଲେ ତାଳସଜ ଖାଇଲେ କେବଳ ଯେ ଫାଇଦା ହୁଏ ତାହା ନୁହେଁ ଏହାର ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ରହିଛି।

  • ଯଦି ଅତ୍ୟଧିକ ପାଚିଲା ତାଳସଜ ଖାଲି ପେଟରେ ଖାଆନ୍ତି ତେବେ ପେଟ ମୋଡ଼ି ହୁଏ ବା ପେଟରେ ଖୁବ ଯନ୍ତ୍ରଣା ହୋଇଥାଏ।

  • ସେହିପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଫଳ ଖାଇଲେ ମଧ୍ୟ ଆଲର୍ଜି ହୋଇଥାଏ । ତେବେ ଯେଉଁ ମାନଙ୍କ ପାଖରେ ଆଲର୍ଜି ପରି ସମସ୍ୟା ଥାଏ ସେମାନେ ତାଳସଜ ଖାଇବା ଠାରୁ ଦୂରେଇ ରୁହନ୍ତୁ।

  • ଗର୍ଭବତୀ ମହିଳାମାନେ ଏହାକୁ ସତର୍କତାର ସହିତ ବ୍ୟବହାର କରିବା ଉଚିତ୍ ନଚେତ୍ ଏହା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ।

  • ଯଦି କାହାର ପେଟରେ ଗମ୍ଭୀର ସମସ୍ୟା ଥାଏ, ତେବେ ସେମାନେ କେବଳ ଡାକ୍ତରଙ୍କ ପରାମର୍ଶରେ ଏହି ତାଳସଜ ଫଳ ଖାଇବା ଉଚିତ୍ ।

  • ଅନ୍ୟ କୌଣସି ଜିନିଷ ପରି, ଏହି ଫଳ ଉପଯୁକ୍ତଠାରୁ ଅଧିକ ଖାଇବା ଉଚିତ୍ ନୁହେଁ, ନଚେତ୍ ଅନେକ ସମସ୍ୟା ଉପୁଜିପାରେ |

  • (Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

  • Also Read; Surya Grah Gochar: ବୃଷ ରାଶିରେ ସୂର୍ଯ୍ୟଙ୍କ ଚଳନ, ୪ ରାଶିର ଉଜ୍ଜ୍ୱଳ ହେବ ଭାଗ୍ୟ ଭବିଷ୍ୟତ!