`Superwomen’ ହେଲେ ମନ୍ଧାନା, ଆକାଶରେ ଉଡି ଧରିଲେ ଆଶ୍ଚର୍ଯ୍ୟଜନକ କ୍ୟାଚ୍, ଦେଖନ୍ତୁ Viral Video
ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ତୃତୀୟ ODI ସମୟରେ ସ୍ମୃତି ମନ୍ଧାନା ଏକ ଆଶ୍ଚର୍ଯ୍ୟଜନକ କ୍ୟାଚ୍ ଧରିଥିଲେ । ସୋସିଆଲ ମିଡିଆରେ ତାଙ୍କର ଏହି କ୍ୟାଚ୍ ଧରିବାର ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ନୂଆଦିଲ୍ଲୀ: ଭାରତୀୟ ଓ ଇଂଲଣ୍ଡ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରଦର୍ଶନ କରିଛି । ମିତାଲି ରାଜଙ୍କ (Mithali Raj) ୭୫ ରନର ଇନିଂସ ଯୋଗୁଁ ଭାରତ ଏହି ମ୍ୟାଚକୁ ୪ ୱିକେଟରେ ଜିତିନେଇଛି । ଏହି ମ୍ୟାଚରେ ମିତାଲି ରାଜ ଇତିହାସ ସୃଷ୍ଟି କରିଥିବାବେଳେ ସ୍ମୃତି ମନ୍ଧାନା (Smriti Mandhana) ନିଜର ଚମତ୍କାର ବ୍ୟାଟିଂ ଓ ଫିଲ୍ଡିଂ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି ।
'ଆକାଶରେ ଉଡ଼ି କ୍ୟାଚ୍ ଧରିଲେ ମନ୍ଧାନା'
ଇଂଲଣ୍ଡ ଇନିଂସରେ ଦୀପ୍ତି ଶର୍ମାଙ୍କ ଓଭରରେ ନାଟାଲୀ ସ୍କିଭର (Natalie Sciver) ଆଗକୁ ଯାଇ ଏକ ବଡ଼ ସଟ୍ ଖେଳିବାକୁ ଯାଇ ବଲକୁ ମିଡୱିକେଟ୍ ଆଡକୁ ଖେଳିଥିଲେ । ଏହି ସମୟରେ ସ୍ମୃତି ମନ୍ଧାନା (Smriti Mandhana) ଓ ହରମନପ୍ରୀତ ବଲକୁ କ୍ୟାଚ୍ କରିବାକୁ ଦୌଡ଼ିଥିଲେ । ପ୍ରଥମେ ଲାଗୁଥିଲା ଯେ କୌଣସି ଖେଳାଳି ବଲ ଧରି ପାରିବେ ନାହିଁ । କିନ୍ତୁ ବାଉଣ୍ଡ୍ରିର ଅତି ନିକଟରେ ମନ୍ଧାନା ଡ୍ରାଇଭ କରି କ୍ୟାଚ୍ ଧରିନେଇଥିଲେ ।
ସ୍ମୃତି ମନ୍ଧାନାଙ୍କ ଏହି କ୍ୟାଚ୍ ଧରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ତାଙ୍କ କ୍ୟାଚ୍ ଧରିବାର ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ଓ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।
ଅଧିକ ପଢ଼ନ୍ତୁ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ସରକାର DA ସମେତ କଲେ ଏହି ୫ଟି ବଡ ଘୋଷଣା
ମନ୍ଧାନାଙ୍କର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ
ନିଜର ଚମତ୍କାର ଫିଲ୍ଡିଂ ସହିତ ମନ୍ଧାନା ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି କିନ୍ତୁ ସେ ଏତିକିରେ ଅଟକି ନଥିଲେ, ନିଜ ବ୍ୟାଟିଂ ଦ୍ୱାରା ମଧ୍ୟ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଶେଷ ଦୁଇଟି ମ୍ୟାଚରେ ଭାରତୀୟ ଓପନରମାନେ କିଛି ଆଶ୍ଚର୍ଯ୍ୟଜନକ କରିପାରି ନଥିଲେ, କିନ୍ତୁ ଦଳ ଏହି ମ୍ୟାଚରେ ଭଲ ଆରମ୍ଭ କରିଥିଲା । ଏହି ମ୍ୟାଚରେ ସ୍ମୃତି ଅର୍ଦ୍ଧଶତକ ହାସଲ କରିବାରେ ବିଫଳ ହୋଇଥିଲେ କିନ୍ତୁ ସେ ୫୭ ବଲରେ ୪୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ସମୟରେ ସେ ୮ ଟି ଚୌକା ମାରିଥିଲେ ।
ଅଧିକ ପଢ଼ନ୍ତୁ: Govt Jobs: ରେଲୱେ ବାହାର କଲା ଷ୍ଟେସନ ମାଷ୍ଟର ପାଇଁ ନିଯୁକ୍ତି, ଏହିପରି କରନ୍ତୁ ଆବେଦନ
ଟିମ୍ ଇଣ୍ଡିଆର ବିଜୟ
ତୃତୀୟ ଦିନିକିଆରେ ଭାରତୀୟ ମହିଳା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡର ପୁରା ଦଳ ୨୧୯ ରନ୍ ଅଲଆଉଟ ହୋଇଯାଇଥିଲା । ଏହା ପରେ ମନ୍ଧାନା ଓ ମିତାଲି ରାଜଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ୬ ୱିକେଟ୍ ହରାଇ ୨୨୦ ରନ୍ ଲକ୍ଷ୍ୟ ପୂରଣ କରି ମ୍ୟାଚକୁ ୪ ୱିକେଟ୍ ଜିତିନେଇଛି । ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ଇଂଲଣ୍ଡ ୨-୧ ରେ ଜିତି ନେଇଛି ।