କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ସରକାର DA ସମେତ କଲେ ଏହି ୫ଟି ବଡ ଘୋଷଣା
Advertisement
Article Detail0/zeeodisha/odisha934147

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଜରୁରୀ ଖବର, ସରକାର DA ସମେତ କଲେ ଏହି ୫ଟି ବଡ ଘୋଷଣା

7th Pay Commission: ୧.୧୨ କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ସରକାର ଅନେକ ଘୋଷଣା କରିଛନ୍ତି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ସରକାର ଅନେକ ଘୋଷଣା କରିଛନ୍ତି । ଏହାଦ୍ୱାରା ପ୍ରାୟ ୫୨ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୦ ଲକ୍ଷ କେନ୍ଦ୍ର ସରକାରୀ ପେନସନଭୋଗୀ ଉପକୃତ ହେବେ । ଏହି ଘୋଷଣାନାମାରେ ପ୍ରିୟତା ଭତ୍ତା ଯଥା DA, ପ୍ରିୟତା ରିଲିଫ୍ ଯଥା DR (DR) ପରି ଅନେକ ସୁବିଧା ସାମିଲ ରହିଛି ।

୧. DA ଓ DR- କେନ୍ଦ୍ର ଅର୍ଥମନ୍ତ୍ରୀ ରାଜ୍ୟସଭାରେ କହିଥିଲେ ଯେ ସପ୍ତମ ଅର୍ଥ ଆୟୋଗ ଅନୁଯାୟୀ ଜୁଲାଇରୁ DA ଓ DR କେନ୍ଦ୍ରୀୟ କର୍ମଚାରୀଙ୍କ ନିକଟକୁ ପଠାଇବା ଆରମ୍ଭ କରିବେ । ତେବେ ସରକାର ଏ ସମ୍ପର୍କରେ କୌଣସି ନୂତନ ଘୋଷଣା କରିନାହାଁନ୍ତି । ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ଦାବି କରିଛି ଯେ ସେପ୍ଟେମ୍ବର ମାସ ବେତନରେ DA ଓ DR ମିଳିପାରେ ।

୨. ହାଉସ୍ ବିଲ୍ଡିଂ ଆଡଭାନ୍ସ (HBA) - ହାଉସ୍ ବିଲ୍ଡିଂ ଆଡଭାନ୍ସ ଯଥା HBA ବିଷୟରେ ସରକାର ଏକ ନୂତନ ଗାଇଡଲାଇନ ଜାରି କରିଛନ୍ତି । ଜୁଲାଇ ୨୦୨୦ ରେ, କେନ୍ଦ୍ର ସରକାର HBA ସୁଧ ହାରକୁ ୭.୯ ପ୍ରତିଶତକୁ ହ୍ରାସ କରିଥିଲେ । ଏହି ହାର ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପ୍ରଯୁଜ୍ୟ ହେବ ।

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ନୂତନ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି, ଜାଣନ୍ତୁ ତାଙ୍କ ବିଷୟରେ..

୩. ଭ୍ରମଣ ଭତ୍ତା (TA) - ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ବର୍ତ୍ତମାନ ୧୮୦ ଦିନ ପାଇଁ ସେମାନଙ୍କର TA ବିବରଣୀ ଦାଖଲ କରିବାକୁ ପଡିବ । ପୂର୍ବରୁ ଏହି ସମୟ ସୀମା ୬୦ ଦିନ ଥିଲା । ଏହି ନୂତନ ନିୟମ ଜୁନ୍ ୧୫ ରୁ କାର୍ଯ୍ୟକାରୀ ହୋଇଛି ।

୪. ଇମେଲ,ହ୍ୱାଟସଆପ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ପେନ୍ସନ୍ ସ୍ଲିପ୍ ଉପଲବ୍ଧ ହେବ- କେନ୍ଦ୍ର ସରକାରଙ୍କ ପେନ୍‌ସନ୍‌ଭୋଗୀ କର୍ମଚାରୀଙ୍କୁ ଆଉ ପେନ୍‌ସନ୍‌ ସ୍ଲିପ୍‌ ପାଇଁ ବ୍ୟାଙ୍କ ଯିବାକୁ ପଡ଼ିବ ନାହିଁ । ପେନ୍‌ସନ୍‌ ପ୍ରଦାନ କରୁଥିବା ବ୍ୟାଙ୍କଗୁଡ଼ିକୁ ସେମାନଙ୍କ ଇମେଲ, ହ୍ୱାଟସଆପ୍ ଓ ଏସ୍ଏମ୍ଏସ୍ ମାଧ୍ୟମରେ ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ ସ୍ଲିପ୍‌ ପଠାଇବାକୁ କେନ୍ଦ୍ର ସରକାର କହିଛନ୍ତି । ଏହି ନୂତନ ନିୟମ ଜୁଲାଇ ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି ।

ଅଧିକ ପଢ଼ନ୍ତୁ: ବଡ ଘୋଷଣା! MSME ପରିସରଭୁକ୍ତ ହେବେ ରିଟେଲର୍ସ ଓ ହୋଲସେଲ ବ୍ୟବସାୟୀ

୫. ପେନ୍ସନ୍ ସମ୍ବନ୍ଧରେ ରିଲିଫ୍- ସରକାର ପାରିବାରିକ ପେନ୍‌ସନ୍‌ର ନୂତନ ନିୟମ ଅନୁଯାୟୀ, ମୃତ୍ୟୁ ପ୍ରମାଣପତ୍ର ପାଇବା ମାତ୍ରେ ପେନ୍ସନ୍ ସୁବିଧା ଆରମ୍ଭ ହେବ । ପରବର୍ତ୍ତୀ ଔପଚାରିକତା ମଧ୍ୟ ପରେ ସମାପ୍ତ ହୋଇପାରେ ।